ବୈଜ୍ଞାନିକ କରିଲେ ଆଶ୍ଚର୍ଯ୍ୟ କରି ଦେବା ଭଳି ଦାବି, ମଣିଷଙ୍କ ବୟସ ହୋଇପାରେ ୧୮୦ବର୍ଷ

ପୂର୍ବରୁ ଅଧିକାଂଶ ଲୋକ ୧୦୦ବର୍ଷରୁ ଅଧିକ ବୟସ ପର୍ଯ୍ୟନ୍ତ ଜିବିତ ରହୁଥିଲେ, କିନ୍ତୁ ବର୍ତ୍ତମାନ ସମୟରେ ମନୁଷ୍ୟ ପାଖାପାଖି ବୟସ କମୀ ୬୦ ରୁ ୬୫ବର୍ଷ ପର୍ଯ୍ୟନ୍ତ ରହି ଯାଇଛି।ଏହା ମଧ୍ୟରେ ବୈଜ୍ଞାନିକ ମନୁଷ୍ୟର ବୟସ ବଢେଇବା ପାଇଁ ଲଗାତର ନୂଆ ନୂଆ ପ୍ରୟୋଗ କରୁଛନ୍ତି। ଏସମସ୍ତ ମଧ୍ୟରେ ଜଣେ ବୈଜ୍ଞାନିକ ଏମିତି ଦାବି କରିଛନ୍ତି ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ବୈଜ୍ଞାନିକ ଦାବି କରିଛନ୍ତି କି ବର୍ତ୍ତମାନ ମନୁଷ୍ୟ ୧୮୦ବର୍ଷ ପର୍ଯ୍ୟନ୍ତ ଜୀବନ୍ତ ରହିପାରେ, କିନ୍ତୁ ଏହା ବର୍ତ୍ତମାନ ହେବନାହିଁ

ବୈଜ୍ଞାନିକଙ୍କ ଦାବି ମୁତାବକ, ବର୍ଷ ୨୧୦୦ରୁ ମନୁଷ୍ୟର ବୟସ ୧୮୦ବର୍ଷ ହୋଇପାରେ। ବୈଜ୍ଞାନିକ ଏହା ମଧ୍ୟ କହିଛନ୍ତି କି ଶତାବ୍ଦୀର ଶେଷ ପର୍ଯ୍ୟନ୍ତ ମନୁଷ୍ୟ ୧୩୦ବର୍ଷ ପର୍ଯ୍ୟନ୍ତ ଜୀବନ୍ତ ରହିଥାଏ। ହେଲେ ବର୍ତ୍ତମାନ ସମୟରେ ମନୁଷ୍ୟ ଅଧିକତର ମନୁଷ୍ୟ ୭୦ ରୁ ୮୦ବର୍ଷ ପର୍ଯ୍ୟନ୍ତ ହିଁ ଜୀବନ୍ତ ରହିପାରେ। ଏଥିପାଇଁ ମନୁଷ୍ୟର ଅନେକ ଇଚ୍ଛା ମଧ୍ୟ ମରି ଯାଇଥାଏ।ଯଦି ମନୁଷ୍ୟ ୧୮୦ବର୍ଷ ପର୍ଯ୍ୟନ୍ତ ଜୀବନ୍ତ ରହିଥାଏ, ତାହେଲେ ସେ ନିଜ ଇଛାକୁ ପୂରା କରି ପାରନ୍ତା।

ଏ ଇ ଆଶ୍ଚର୍ଯ୍ୟ କରି ଦେବା ଭଳି ଦାବି କାନାଡ଼ାରେ HEC Montrealର ପ୍ରଫେସର ଲିୟୋ ବେଲ୍ଜିଲ କରିଛନ୍ତି। ତାଙ୍କର କହିବା କଥା ହେଉଛି କି ସବୁଠାରୁ ବୃଦ୍ଧ ବ୍ୟକ୍ତିଙ୍କର ଜିବନ୍ତ ରହିବାର ରେକର୍ଡ ବର୍ଷ ୨୧୦୦ ପର୍ଯ୍ୟନ୍ତ ଭାଙ୍ଗି ଯାଇପାରେ। ବର୍ତମାନ ସବୁଠାରୁ ଅଧିକ ବୟସ ପର୍ଯ୍ୟନ୍ତ ବଞ୍ଚିବାର ରେକର୍ଡ ଜଣେ ଫ୍ରାନ୍ସର ମହିଳାଙ୍କ ନାମରେ ହୋଇଛି ଯାହାଙ୍କ ନାମ ଜୀନ କ୍ୟାଲମେଣ୍ଟ ଅଟେ। ତାଙ୍କର ମୃତ୍ୟୁ ୧୨୨ବର୍ଷ ବୟସରେ ବର୍ଷ ୧୯୯୭ରେ ହୋଇଥିଲା।

ଲିୟୋ ବେଲ୍ଜିଲଙ୍କ କହିବା କଥା ହେଉଛି କି କିଛି ଡେଟାରୁ ଏହା ସାମ୍ନାକୁ ଆସିଛି କି ମନୁଷ୍ୟ ଜୀବନର କୈାଣସି ଉପର ସୀମା ନଥାଏ।ସେ ଏହା ମଧ୍ୟ କହିଛନ୍ତି କି ମନୁଷ୍ୟର ବୟସ ବଢ଼ିଥାଏ, ମେଡିକାଲ ସୁବିଧାର ଆବଶ୍ୟକତା ମଧ୍ୟ ଅଧିକ ପଡିବ।ଏହା ସହିତ ଖର୍ଚ୍ଚ ମଧ୍ୟ ବଢିବ।

ମିଡ଼ିଆ ରିପୋର୍ଟରେ କୁହାଯାଇଛି କି ଯଦି ମନୁଷ୍ୟ ଅଧିକ ବୟସ ପର୍ଯ୍ୟନ୍ତ ବଞ୍ଚି ରହିଥାଏ, ତାହେଲେ ଅନେକ ସ୍ବାସ୍ଥ୍ୟ ସମସ୍ୟା ହେବ। ମନୁଷ୍ୟ ଶରୀରର ଅନେକ ଅଙ୍ଗ ମଧ୍ୟ କାମ କରିବା ବନ୍ଦ କରିଦେବ। ଏଥିପାଇଁ ମନୁଷ୍ୟର ମେଡିକାଲରେ ଖର୍ଚ୍ଚ ବଢିଯିବ।

Leave a Reply

Your email address will not be published. Required fields are marked *