” ସେ ପିଲାର କୋହ ଦେଖି ବହୁତ ଦୁଃଖ ଲାଗୁଛି ” ଆଇନଜୀବୀ ବ୍ୟୋମକେଶ :-

ଗତ ଦୁଇଦିନ ତଳେ ଭଦ୍ରକ ଜିଲ୍ଲାରେ ଘଟିଥିବା ମାମଲା, ଯେଉଁଠି ଜଣେ ସ୍ତ୍ରୀ ନିଜ ସ୍ୱାମୀକୁ ଛାଡ଼ି ପର ପୁରୁଷ ସହିତ ଫେରାର ହୋଇ ଯାଇଛି, ଆଉ ପୀଡ଼ିତ ସ୍ୱାମୀ ଯେଉଁ ଭଳି ଭାବରେ ନିଜ ସ୍ତ୍ରୀକୁ ହରାଇ କାନ୍ଦିଛି, ତାହା ଦେଖିଲେ କେହିବି କାନ୍ଦି ପକାଇବେ । ଏହି ଦୃଶ୍ୟ ଦେଖି ଆଇନଜୀବୀ ବ୍ୟୋମକେଶ ମଧ୍ୟ କହିଛନ୍ତି ଯେ ” ସେ ପିଲାର କୋହ ଦେଖି ବହୁତ ଦୁଃଖ ଲାଗୁଛି ” । ପୁଣି ବର୍ତ୍ତମାନ ସମୟରେ ଚାଲିଥିବା ଏହି ପ୍ରକାରର ମାମଲାକୁ ନେଇ ବ୍ୟୋମକେଶ କିଛି ଆଇନ ବିଷୟରେ ମଧ୍ୟ କହିଛନ୍ତି ।

ତାଙ୍କ କହିବା କଥା ଯେ ଯଦି କେହିବି ବ୍ୟକ୍ତି ଏଭଳି ନିର୍ଯାତନାର ଶିକାର ହେଉଛନ୍ତି ସେମାନେ ଭାଙ୍ଗି ପଡ଼ିବା ବଦଳରେ କୋର୍ଟ କଚେରୀ କିମ୍ବା ଥାନାର ଦ୍ୱାରସ୍ଥ ହେବା ଉଚିତ । ଏହା ବ୍ୟତୀତ ଯେଉଁ ବ୍ୟକ୍ତି ମାନେ ପର ପୁରୁଷର ସ୍ତ୍ରୀକୁ ଏପରି ନେଇ ଯାଉଛନ୍ତି ସେମାନଙ୍କୁ ଏପରି କାମ ନକରିବାକୁ ଅନୁରୋଧ କରିଛନ୍ତି । କାରଣ ସେମାନେ ନିଜ ଖୁସି ପାଇଁ ଏପରି ପଦକ୍ଷେପ ନେଇ ଯାଉଛନ୍ତି ପୁଣି ସାମ୍ନା ଲୋକର ପରବର୍ତ୍ତୀ ପରିସ୍ଥିତିକୁ ନଦେଖି । ତେଣୁ ଏହା ବାସ୍ତବରେ ନିନ୍ଦନୀୟ ଅଟେ । ବ୍ୟୋମକେଶଙ୍କ ଅନୁଯାୟୀ ଏପରି ସ୍ୱାମୀକୁ ଛାଡ଼ି ଅନ୍ୟ ପୁରୁଷ ସହ ପଳାଇ ଯାଉଥିବା ସ୍ତ୍ରୀ ବିରୋଧର ଏବଂ ଅନ୍ୟ ପୁରୁଷ ବିରୋଧରେ ମଧ୍ୟ ସ୍ୱାମୀ ଥାନାରେ କେସ କରି ପାରିବେ ।

ପୂର୍ବରୁ ଭାରତର ସୁପ୍ରିମକୋର୍ଟ ଆଇନ ଅନୁଯାୟୀ ଯଦି କେହି ପରକୀୟା ପ୍ରୀତିରେ ଲିପ୍ତ ରହେ ତେବେ ସେ କ୍ଷେତ୍ରରେ କେବଳ ପୁରୁଷକୁ ଦଣ୍ଡ ଦିଆଯାଉଥିଲା , ଯାହାକି ପାଞ୍ଚ ବର୍ଷ ଜେଲ ଦଣ୍ଡ । କିନ୍ତୁ ଝିଅଙ୍କ ପାଇଁ କୌଣସି ଦଣ୍ଡ ବିଧାନ ନଥିଲା । ମାତ୍ର ୨୦୧୭ ରେ ସୁପ୍ରିମକୋର୍ଟ ଏକ ପାଞ୍ଚଜଣିଆ ଖଣ୍ଡପୀଠ ଆୟୋଜନ କରି ସ୍ୱାଧୀନ ଏବଂ ସମ୍ମାନର ସହିତ ସମସ୍ତଙ୍କ ବଞ୍ଚିବା ଅଧିକାରକୁ ନେଇ ଏବଂ ସେ-କ୍ସ ଅଧିକାରକୁ ନେଇ ଏକ ଆଲୋଚନା ହୋଇଥିଲା ।

ସେହି ଅନୁସାରେ ଯଦି କେହି କାହା ସହିତ ଶାରୀ-ରିକ ସମ୍ପର୍କ ରଖୁଛି ପୁଣି ବିନା କାହାର କ୍ଷତି କରି ତେବେ ତାହା କୌଣସି ପ୍ରକାରର ଭୁଲ ନୁହେଁ । ପୁଣି ଯଦି ସେମାନଙ୍କ ମଧ୍ୟରୁ କେହି କାହାର ସ୍ତ୍ରୀ କିମ୍ବା ସ୍ୱାମୀ ହୋଇଥିବ , ସେମାନଙ୍କ ମଧ୍ୟରୁ ଯଦି କେହି ଆତ୍ମ-ହତ୍ୟା କରେ ତେବେ ୩୦୬ ଅନୁଯାୟୀ ଅଭିଯୁକ୍ତଙ୍କୁ ଗିରଫ କରାଯିବ । ବ୍ୟୋମକେଶ ଶେଷରେ ଏହା ମଧ୍ୟ କହିଛନ୍ତି ଯେ ପରକୀୟା ପ୍ରୀତିକୁ କୌଣସି ପ୍ରକାରେ ବନ୍ଦ କରାଯାଇ ପାରିବ ନାହିଁ । କାରଣ ଏହା ଅତି ସାଧାରଣ ଏବଂ ମନୁଷ୍ୟ ଜୀବନର ଏକ ସିକ୍ରେଟ ଅଂଶ ମଧ୍ୟ ।

Leave a Reply

Your email address will not be published. Required fields are marked *