ଶାଶୁ ଧରିଲା ସ୍ୱାମୀ ଖଣ୍ଡ ଖଣ୍ଡ କରି କାଟିଦେଲା, ବାଲେଶ୍ଵରର ଏହି ଘଟଣା ଶୁଣି ଆପଣଙ୍କ ଲୋମ ଟାଙ୍କୁରୀ ଉଠିବ….

ଏପରି ଘଟଣା ବିଷୟରେ ନା ଆପଣ ଆଗରୁ କେବେ ଶୁଣିଥିବେ ନା ଏପରି ଘଟଣା ବିଷୟରେ ଦେଖିଥିବେ । ଏପରି ଘଟଣା ଘଟିବା ଏକ ପ୍ରକାରର ବିଲୁପ୍ତ ଆଉ ତାହା ପୁଣି ଆମ ଓଡ଼ିଶାରେ । କିଛି ଦିନ ଆଗରୁ ଏପରି ଏକ ଘଟଣା ଘଟିଥିଲା , ଯାହା ପୁରା ଭାରତକୁ ହଲାଇ ଦେଇଥିଲା ଆଉ ସେହି ଘଟଣାକୁ ନେଇ ସମସ୍ତେ ଚର୍ଚ୍ଚା କରିବାକୁ ଲାଗିଥିଲେ । ଆପଣ ଶୁଣିଥିବେ କିଛି ମାସ ଆଗରୁ ଦିଲ୍ଲୀରେ ଘଟିଥିଲା ଶ୍ରଦ୍ଧା ହତ୍ୟାକାଣ୍ଡ। ପ୍ରେମିକ ନିଜ ପ୍ରେମିକାର ହତ୍ୟା କରି ଖଣ୍ଡ ଖଣ୍ଡ କରି ରଖିଥିଲା ଠିକ୍ ସେହି ପରି ଆମେ ଆପଣଙ୍କୁ ଏକ ଘଟଣା ବିଷୟରେ କହିବାକୁ ଯାଉଛୁ ।

ତେବେ ଆଜ୍ଞା ହଁ ଠିକ୍ ଏପରି ଏକ ଘଟଣା ବର୍ତ୍ତମାନ ଘଟି ଯାଇଛି ଆମ ଓଡ଼ିଶାରେ ଆଉ ତାହା ପୁଣି ବାଲେଶ୍ଵର ଜିଲ୍ଲାରେ । ତେବେ ସୂଚନା ଅନୁଯାୟୀ , ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ପାଳସିଆ ଗାଁରୁ ଏହି ଘଟଣା ସାମ୍ନାକୁ ଆସିଛି । ଯାହାର ମୂଳ ସାକ୍ଷୀ ରହିଛି କୁନି ଝିଅ । ଅର୍ଥାତ୍ ମୃତ ମହିଳାଙ୍କ ଝିଅ ଘଟଣା ବାବଦରେ ବଖାଣି ଅଛି । ତେବେ ସୂଚନା ଅନୁଯାୟୀ , ମାମା ଦାସ ୧୦ ବର୍ଷ ପୂର୍ବରୁ ପ୍ରଦୀପ ଦାସଙ୍କୁ ବିବାହ କରିଥିଲେ ।

ବିବାହ ସମୟରେ ପରିବାର ଲୋକ ସମସ୍ତ ଜିନିଷ ଯୌତୁକ ବାବଦରେ ଦେଇଥିଲେ । କିନ୍ତୁ ଏତିକିରେ ପରିବାର ଲୋକଙ୍କର ମନ ମାନି ନଥିଲା । ଅନେକ ସମୟରେ ମାମାଙ୍କୁ ଦିଆ ଯାଇଥିଲା ଯୌତୁକ ନିର୍ଯ୍ୟାତନା । ଆଉ ସେଥିପାଇଁ ମାମା ନିଜ ବାପ ଘରକୁ ଅଧା ଦିନ ପଳାଇ ଯାଉଥିଲେ ଆଉ ଗୋଟିଏ ପରେ ଗୋଟିଏ କରି ଅନେକ ଜିନିଷ ନିଜ ଶାଶୁ ଘରକୁ ନେଇ କରି ଆସୁଥିଲେ । ତେବେ ବାପ ଘର ଲୋକ ଯଥା ସମ୍ଭବ ଜିନିଷ ମଧ୍ୟ ଦେଇ ଚାଲିଥିଲେ । କିନ୍ତୁ ଏହାରି ମଧ୍ୟରେ ଖଳନାୟିକା ସାଜିଥିଲେ ଶାଶୁ । ବୋହୂକୁ ହତ୍ୟା କରିବା ପାଇଁ କରିଥିଲେ ଯୋଜନା।

ତେବେ ଏହି ଯୋଜନାରେ ତାଙ୍କର ସାଥ ଦେଇଥିଲେ ମାମାଙ୍କ ସ୍ଵାମୀ ଆଉ ତାଙ୍କ ଦିଅର । କିଛି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା ଆଉ ତାପରେ ସମସ୍ତେ ମିଶି ମାମାଙ୍କୁ ବାଡେଇବା ସହିତ ତାଙ୍କୁ ହାଣିବା ଆରମ୍ଭ କରି ଦେଇଥିଲେ । ଆଉ ଶେଷରେ ଏହି କଥା କୁନି ଝିଅ ଦେଖି ଦେଇଥିଲା । ତେବେ ହତ୍ୟା କରି କାଟି ସାରିବା ପରେ ତାକୁ ନେଇ ରେଳ ଧାରଣାରେ ଫୋପାଡ଼ି ଦେଇଥିଲେ ।

ତେବେ ଘଟଣା ବିଷୟରେ ସୂଚନା ପାଇ ବାପ ଘର ଲୋକ କଟା ଦେହ ଉଦ୍ଧାର କରିଥିଲେ । ତେବେ ବର୍ତ୍ତମାନ ସେମାନେ ଶାଶୁ ଘର ଲୋକଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଥିବା ବେଳେ ଗାଆଁ ଲୋକ କହିଛନ୍ତି ମାମା ନିଜେ ଯାଇ ରେଳ ଧାରଣାରେ ଶୋଇ ପଡ଼ିଥିଲେ ଆଉ ଶାଶୁ ଘର ଲୋକ ତାଙ୍କ କଟା ଶରୀର ଗୋଟାଇ ଥିଲେ। ତେବେ ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ କରିବାରେ ଲାଗିଛି । ସତ କଥା କଣ ଆଗକୁ ଜଣା ପଡ଼ିବ ।

Leave a Reply

Your email address will not be published. Required fields are marked *