ଶ୍ୱଶୁର ଘର ସାମ୍ନାରେ ଧାରଣାରେ ବସି ନ୍ୟାୟ ଦାବି କଲେ ଦୁଇ ବୋହୂ :- ଦେଖନ୍ତୁ ଭିଡିଓ

ଓଡ଼ିଶାରେ ତଥାକଥିତ ସୁମିତ ଏବଂ ତପସ୍ୱିନୀ ମାମଲାର ଏବେ ସୁଦ୍ଧା ସମାଧାନ ହୋଇ ପାରି ନାହିଁ । ଆପଣ ମାନେ ଜାଣିଥିବେ ଯେ ତପସ୍ୱିନୀ କିପରି ଦୀର୍ଘ ଦିନ ଧରି ନିଜ ଶ୍ୱଶୁର ଘର ସାମ୍ନାରେ ଧାରଣାରେ ବସିଥିଲେ । ନ୍ୟାୟ ପାଇଁ ଦାବି କରିବା ପରେ ବି ମାମଲାର ସମାଧାନ ହୋଇ ପାରିନାହିଁ । ପୁଣି ବର୍ତ୍ତମାନ ଏପରି ଏକ ଘଟଣା ସାମ୍ନାକୁ ଆସିଛି । ଯେଉଁଠି ଜଣେ ବୋହୂ ନୁହେଁ ବରଂ ଦୁଇ ଜଣ ବୋହୂଙ୍କୁ ଶ୍ୱଶୁର ଘର ଲୋକେ ତଡ଼ି ଦେଇଛନ୍ତି । ଆଉ ଦୁଇ ବୋହୂ ଶ୍ୱଶୁର ଘର ସାମ୍ନାରେ ଧାରଣାରେ ବସିଛନ୍ତି ।

ତେବେ ଏପରି ଏକ ମାମଲା ଦେଖିବାକୁ ମିଳିଛି ବ୍ରହ୍ମପୁରର ମାରଥାପିଟା ସାହିରେ । ଗୋଟିଏ ପରିବାରରେ ଦୁଇ ବୋହୂଙ୍କୁ ଶ୍ୱଶୁର ଘର ଲୋକେ ବାହାର କରି ଦେଇଛନ୍ତି । କୋଳରେ ଦୁଇ ଛୁଆଙ୍କୁ ଧରି ଦୁଇ ବୋହୂ ଘର ସାମ୍ନାରେ ଧାରଣାରେ ବସିଛନ୍ତି ଏବଂ ନ୍ୟାୟ ପାଇଁ ଦାବି କରିଛନ୍ତି । ତେବେ ଘଟଣାଟି ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ସୂଚନା ଅନୁଯାୟୀ ଉକ୍ତ ଗ୍ରାମର ଦୁଇ ବୋହୂ ଦୁଇ ଭଉଣୀ ମଧ୍ୟ । ଗୋଟିଏ ପରିବାରକୁ ଦୁହେଁ ଦୁଇ ଭାଇଙ୍କୁ ବିବାହ କରି ଆସିଥିଲେ । ଦୁଇ ଭଉଣୀ ଦୁଇ ଜାଆ ହୋଇ ଘରେ ରହୁଥଲେ । ମାତ୍ର ବିବାହର କିଛି ଦିନ ପରେ ପରିବାରରେ ସମସ୍ୟା ଦେଖା ଦେଇଥିଲା । ଆଉ ପରିବାରର ଏହି କଳହ ବିଷୟରେ ଏସପିଙ୍କୁ ମଧ୍ୟ ସୂଚନା ଦିଆଯାଇଥିଲା । ଏସପି ମାମଲାର ସମାଧାନ ପାଇଁ ଚେଷ୍ଟା କରିବା ସତ୍ତ୍ୱେବି ମାମଲା ସମାଧାନ ହେବା ପରିବର୍ତ୍ତେ ଆହୁରି ବିଗିଡ଼ି ଯାଇଥିଲା । ତଥାପି ଦୁଇ ଭଉଣୀ ଶ୍ୱଶୁର ଘରେ ରହୁଥିଲେ ।

ମାତ୍ର ନିକଟରେ ଝିଅ ଜ୍ବାଇଁ ଆସିଥିବାରୁ ରାତିରେ ମାଛ ତରକାରୀ ହୋଇଥିଲା । ଆଉ ଏହି ତରକାରୀରୁ ହିଁ ମହାଭାରତ ଆରମ୍ଭ ହୋଇଥିଲା । କୁନି ପୁଅ ମାଛ ଖାଇବାକୁ ମାଗିବାରୁ ତାକୁ ମାଡ଼ ମରା ଯାଇଥିଲା । ଆଉ ମା ପ୍ରତିବାଦ କରିବାରୁ ମା ସହିତ ପୁଅ ଏବଂ ଭଉଣୀ ସମସ୍ତଙ୍କୁ ଘରୁ ବାହାର କରି ଦିଆଗଲା । ଏବଂ ଶ୍ୱଶୁର ଘର ଲୋକେ ଆଉ ସେମାନଙ୍କ ଖାଇବା ପିଇବା କଥା ବୁଝି ପାରିବେ ନାହିଁ ବୋଲି କହି ବାପ ଘରକୁ ଯିବାକୁ କହିଥିଲେ ।

ଯାହା ପରଠାରୁ ଦୁଇ ଭଉଣୀ ଘର ସାମ୍ନାରେ ଧାରଣାରେ ବସିଛନ୍ତି ଏବଂ ଶ୍ୱଶୁର ଘରେ ରହିବାକୁ ସ୍ଥାନ ଦିଆଯାଉ ବୋଲି ଦାବି କରିଛନ୍ତି । ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଏହିଭଳି ଧାରଣାରେ ବସିବେ ବୋଲି ମଧ୍ୟ ଦୁଇ ଭଉଣୀ କହିଛନ୍ତି ।

Leave a Reply

Your email address will not be published. Required fields are marked *