ଶଶୁର ସହିତ ଫେରାର ହେଲା ବୋହୂ , ଏପଟେ ସ୍ତ୍ରୀ ଆଉ ବାପାକୁ ଝୁରି ଝୁରି ଜୀବନ ହାରି ଦେଲା ସ୍ଵାମୀ

ନିଜ ବାପା ସାଜିଲା ନିଜ ପୁଅର କାଳ । ବାପା ପାଇଁ ଚାଲିଗଲା ନିରୀହ ପୁଅର ଜୀବନ । ଆଉ ସେପଟେ ବାପା ନିଜ ମନ ଇଚ୍ଛା କରୁଛି ଉପଭୋଗ । ତେବେ ଏପରି କାହାଣୀ ଆପଣଙ୍କୁ ଟିକିଏ ଚମକାଇ ଦେଇ ଥାଉପାରେ । କିନ୍ତୁ କଥାଟି ପୁରାପୁରି ସତ । ଜଣେ ବାପା ପାଇଁ ଆଜି ତାର ପୁଅ ଆରପାରିକୁ ଚାଲି ଯାଇଛି ।

ଏଥିରେ ଖଳନାୟକ କେବଳ ବାପା ନୁହଁନ୍ତି ବରଂ ସ୍ତ୍ରୀ ମଧ୍ୟ ଖଳନାୟିକା ଅଟନ୍ତି । ଶଶୁର ଏବଂ ବୋହୂର ପବିତ୍ର ସମ୍ପର୍କରେ କଳଙ୍କ ଲଗାଇ ଦେଇ ନିଜ ଶଶୁର ସହିତ ଲୁଚି ପଳାଇ ଥିଲା ବୋହୂ , ଯେଉଁଥି ପାଇଁ ତାର ପରିଣାମ ଭୋଗି ଜୀବନ ହାରି ଦେଲା ପୁଅ ।

ବାପା ନିଜ ପୁଅ ଜୀବନ କରିଦେଲା ବର୍ବାଦ ଆଉ ନିଜ ବୋହୂକୁ ଧରି ଘରୁ ପଳାଇ ଗଲା । ତେବେ ସୂଚନା ଅନୁଯାୟୀ , ଏପରି ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ବାରପୁର ଥାନା ସଲିନା ଗାଆଁରେ । ଏହି ଗାଆଁର ସଞ୍ଜୟ ମୁଣ୍ଡା ନିଜ ଜନ୍ମ କଲା ବାପା ଆଉ ସ୍ତ୍ରୀଙ୍କ ପାଇଁ ଜୀବନ ଦେଇ ଦେଇଛନ୍ତି ।

ତେବେ ମିଳିଥିବା ସୂଚନା ଅନୁଯାୟୀ , ସଞ୍ଜୟ ନିଜ ସ୍ତ୍ରୀ ବେଚ ମୁଣ୍ଡା ଏବଂ ତିନି ମାସର ଝିଅ ସହିତ ନିଜ ଗାଆଁରେ ଅତି ଖୁସିରେ ରହୁଥିଲେ । ପରିବାର ତାଙ୍କ ହସ ଖୁସିରେ ଭରି ଉଠିଥିଲା । କିଛି ଅଭାବ କି କଷ୍ଟ ନଥିଲା । ଯାହା କମାଉ ଥିଲେ , ସେଥିରେ ସେମାନେ ବହୁତ ଖୁସି ଥିଲେ ।

ତେବେ ଏହି ସମୟ ମଧ୍ୟରେ ସଞ୍ଜୟଙ୍କ ମାଆ ବାପା ତାଙ୍କ ଠାରୁ ଦୂରରେ ରହୁଥିଲେ । କିନ୍ତୁ ଦୁଃଖର ବିଷୟ ବସ୍ତୁ ଏହା ଯେ , ସଞ୍ଜୟଙ୍କ ମାଆଙ୍କର ଦେହାନ୍ତ ହୋଇ ଯାଇଥିଲା । ଆଉ ଯେଉଁଥିପାଇଁ ସଞ୍ଜୟଙ୍କ ବାପା ସେମାନଙ୍କ ପାଖରେ ଆସି ରହିବାକୁ ଲାଗିଥିଲେ । ଆଉ ଏହି ସମୟ ମଧ୍ୟରେ ଶଶୁର ପ୍ରେମରେ ପଡ଼ି ଯାଇଥିଲେ ବୋହୁ ।

ଆଉ ଶଶୁର ମଧ୍ୟ ନିଜ ଝିଅ ସମାନ ବୋହୂକୁ ମନ ଦେଇ ବସିଥିଲେ । ଆଉ ଦୁହେଁ ଦୁହିଁଙ୍କ ନିକଟତର ହୋଇଥିଲେ । ଆଉ ଶେଷରେ ଘର ଛାଡ଼ିବା ପାଇଁ ନିଷ୍ପତ୍ତି ନେଇ ଥିଲେ । ଏକଦା ଦୁହେଁ ଘର ଛାଡ଼ିବା ସହିତ ନିଜର ତିନି ମାସର ନାତୁଣୀକୁ ମଧ୍ୟ ନେଇ ପଳାଇ ଯାଇଥିଲେ ।

ଏହାପରେ ଘରେ ରହି ଯାଇଥିବା ସଞ୍ଜୟ ନିଜ ସ୍ତ୍ରୀ ଏବଂ ପିଲା ସହିତ ନିଜ ବାପାଙ୍କୁ ମଧ୍ୟ ବହୁତ ଖୋଜାଖୋଜି କରିଥିଲେ କିନ୍ତୁ ପାଇ ନଥିଲେ । ଆଉ ଶେଷରେ ନିରାଶ ହୋଇ ଭାରସାମ୍ୟ ହରାଇ ଦେଇଥିଲେ । ତେବେ ସୂଚନା ମିଳିଛି କି , ଗତକାଲି ସେ ନିଜ ଜୀବନ ଦେଇ ଦେଇଛନ୍ତି । ତେବେ ମୃତ୍ୟୁ ଖବର ପାଇ ତାଙ୍କର ଆତ୍ମୀୟସ୍ଵଜନ ତାଙ୍କ ଶବ ଉଦ୍ଧାର କରି ପୋଲିସକୁ ଜଣାଇ ଥିଲେ ।

ଏହାପରେ ଶବ ବ୍ୟବଚ୍ଛେଦ ହୋଇ ପରିବାର ଲୋକଙ୍କୁ ହସ୍ତାନ୍ତର କରା ଯାଇଥିଲା । କିନ୍ତୁ ଦୁଃଖର କଥା ଏହା ଯେ , ଆତ୍ମୀୟସ୍ୱଜନ ଗାଆଁ ଲୋକଙ୍କ କଥା ସହି ନ ପାରି ଶବକୁ ଗାଆଁକୁ ନ ନେଇ ସହରରେ ରହିଥିବା ମଶାଶିରେ ପୋଡ଼ି ଦେଇଥିଲେ ।

Leave a Reply

Your email address will not be published. Required fields are marked *