ବନ୍ଧୁଙ୍କୁ ଦୋଳିରେ ଝୁଲାଇବା ଚକରରେ ଚାଲିଗଲେ ଖାଇକୁ! ଭାଗ୍ୟ ବଶତଃ ଯୁବକଙ୍କର ଏମିତି ବଞ୍ଚିଲା ଜୀବନ : ଦେଖନ୍ତୁ ଭିଡିଓ

ଆମେ ସମସ୍ତେ ପିଲାଦିନେ ଦୋଳିରେ ନିଶ୍ଚିତ ଭାବରେ ଝୁଲିଥିବା। ଦୋଳିରେ ଝୁଲିବାରେ ବହୁତ ହିଁ ମଜା ଆସିଥାଏ। ବହୁତ ଲୋକ ଏମିତି ଅଛନ୍ତି, ଯେଉଁମାନେ ନିଜ ଘରେ ମଧ୍ୟ ଦୋଳି ଲଗାଇ ଥାନ୍ତି, କାରଣ ସେମାନଙ୍କୁ ଦୋଳିରେ ଝୁଲିବା ପାଇଁ ବହୁତ ପସନ୍ଦ ଆସିଥାଏ। ଆମକୁ ଅନେକ ଏମିତି ଭିଡିଓ ଦେଖିବା ପାଇଁ ମିଳି ଯାଇଥାଏ, ଯେଉଁଥିରେ ବଡ-ବୃଦ୍ଧମାନେ ମଧ୍ୟ ଦୋଳିକୁ ଉପଭୋଗ କରୁଥିବାର ଦେଖାଯାଇଥାନ୍ତି। ଏହା ବ୍ୟତୀତ ଅନେକ ଲୋକ ଦୋଳିରେ ଝୁଲିବା ପାଇଁ ବିପଦପୂର୍ଣ୍ଣ ସ୍ଥାନକୁ ଚୟନ କରିଥାନ୍ତି।

ଏମିତି ହିଁ ଗୋଟିଏ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଦୁଇଜଣ ବନ୍ଧୁ ଗୋଟିଏ ଭୟଙ୍କର ସ୍ଥାନରେ ଦୋଳିରେ ଝୁଲିବା ପାଇଁ ପହଁଞ୍ଚି ଯାଇଥାନ୍ତି।ଏହି ଭିଡିଓକୁ ଦେଖି ଆପଣଙ୍କୁ ତ ସବୁଠାରୁ ପ୍ରଥମେ ଆଶ୍ଚର୍ଯ୍ୟ ଲାଗିବ କି ଦୋଳିରେ ଝୁଲିବା ପାଇଁ ଏମିତି ସ୍ଥାନର ଚୟନ କଣ ପାଇଁ କରାଯାଇଛି। ଏହାପରେ ଦୋଳିରେ ଝୁଲିବା ସମୟରେ ଯାହା ହୋଇଥାଏ,ତାହା ଦେଖି ଆପଣଙ୍କର ଚିତ୍କାର ବାହାରିଯିବ।ଆପଣ ଦେଖି ପାରିବେ କି ଦୋଳି ଉପଭୋଗ କରିବା ସମୟରେ ଜଣେ ଯୁବକଙ୍କ ଜୀବନ ଯାଉ-ଯାଉ ବଞ୍ଚି ଯାଇଥିଲା।

ଭିଡ଼ିଓରେ ଦେଖା ଯାଉଛି କି ଦୁଇଜଣ ବନ୍ଧୁ କୈାଣସି ପାହାଡିଆ ଅଞ୍ଚଳରେ ଦୋଳିରେ ଝୁଲିବା ପାଇଁ ଯାଇଥିଲେ। ସେହି ସମୟରେ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କୁ ଜୋର ଜୋରରେ ଦୋଳିରେ ଝୁଲାଉଥିଲେ। ସେହି ସମୟରେ କିଛି ଏମିତି ହୋଇଥାଏ କି ଦୋଳି ଝୁଲାଉଥିବା ଯୁବକ ଜଣଙ୍କ ମରୁ-ମରୁ ବଞ୍ଚି ଯାଇଥାନ୍ତି। ବାସ୍ତବରେ, ଦୋଳି କୈାଣସି ଗଭୀର ଖାଇର କୂଳରେ ଲଗା ଯାଇଥିଲା। ଯେଉଁ ବନ୍ଧୁ ଜଣଙ୍କ ଦୋଳି ଝୁଲାଇଥାନ୍ତି,ସେ ଦୋଳିକୁ ଆଗକୁ ଧକ୍କା ଦେଇ ନେଇ ଯାଇଥାନ୍ତି। ସେହି ସମୟରେ ତାଙ୍କ ପାଦ ଦୋଳିରେ ଫଶି ଯାଇଥାଏ। ଦେଖନ୍ତୁ ଭିଡିଓ-

ଭିଡ଼ିଓରେ ଦେଖି ପାରୁଥିବେ କି ପାଦ ଦୋଳିରେ ଫଶିଯିବା ପରେ ଯୁବକ ଜଣଙ୍କ ଘୋଷାଡି ହୋଇ କୂଳ ପର୍ଯ୍ୟନ୍ତ ଯାଇଥାନ୍ତି। ଏହାପରେ ସେ ଖାଇ ଆଡ଼କୁ ପବନରେ ଦୋଳି ସହିତ ଓହଳି ଯାଇଥାନ୍ତି। ସେହି ଯୁବକ ଜଣଙ୍କର ଭାଗ୍ୟ ବହୁତ ହିଁ ଭଲ ଥିଲା କି ରସୀରେ ତାଙ୍କ ପାଦ ଫଶି ହିଁ ଯାଇଥିଲା। ନହେଲେ ସେ ସିଧା ଖାଇରେ ପଡି ଯାଇଥାନ୍ତେ। ଭିଡ଼ିଓରେ ଦେଖି ପାରୁଥିବେ କି ଯେମିତି ହିଁ ସେ ପୁଣିଥରେ ପାହାଡ଼ ଆଡ଼କୁ ଆସିଥାନ୍ତି, ସେମିତି ହିଁ ତାଙ୍କ ପାଦ ରସୀରୁ ବାହାରି ଯାଇଥାଏ,ଯଦି ଖାଇ ଆଡ଼କୁ ତାଙ୍କ ପାଦ ରସୀରୁ ବାହାରି ଯାଇଥିବ ତା’ହେଲେ ପୁଣି ସେ ସିଧା ଖାଇରେ ପଡ଼ିଥାନ୍ତେ ଏବଂ ତାଙ୍କ ଜୀବନ ଚାଲି ଯାଇଥାନ୍ତା।

ଏହି ବହୁତ ଆଶ୍ଚର୍ଯ୍ୟ କରି ଦେବା ଭଳି ଭିଡିଓକୁ socialstarofficial ନାମକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରାଯାଇଛି।ଏହି ଭିଡିଓକୁ ଏପର୍ଯ୍ୟନ୍ତ ୨୫ ମିଲିୟନରୁ ଅଧିକ ଭ୍ୟୁଜ ମିଳିସାରିଛି। ସେଠାରେ ଭିଡିଓକୁ ୯ଲକ୍ଷରୁ ଅଧିକ ଲୋକ ଲାଇକ କରିଛନ୍ତି।ଭିଡିଓକୁ ଦେଖି ଅଧିକାଂଶ ଲୋକ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଜଣେ ୟୁଜର ଭିଡିଓ ଦେଖି କମେଣ୍ଟ କରିଛନ୍ତି,’ଅଳ୍ପକେ ବଞ୍ଚିଗଲେ ଯୁବକ’।

Leave a Reply

Your email address will not be published. Required fields are marked *