ଶିବ ସହ କଥା ହେବାକୁ ଭୟରେ ଥାରୁଛନ୍ତି ବଡ଼ ବଡ଼ ଗୁଣ୍ଡା, ଜାଣନ୍ତୁ କାରଣ…

କୁସୁପୁର ନର-ହତ୍ୟା ମାମଲାକୁ ଆଜିକୁ ପ୍ରାୟ ୧୦ ଦିନ ଉପରେ ହେଲାଣି । ଯେଉଁଠି ଜଣେ ସାନ ଭାଇ ନିଜ ବଡ଼ ଭାଇର ପୁରା ବଂଶକୁ ନିପାତ କରି ଦେଇଛନ୍ତି । ଏମିତିକି ଭାଇ ଭାଉ-ଜଙ୍କ ହ-ତ୍ୟା ସହିତ ତିନି ପିଲାଙ୍କୁ ମଧ୍ୟ ଛାଡ଼ି ନାହାଁନ୍ତି । ତେବେ ଏହାକୁ ନେଇ ଅଭିଯୁକ୍ତ ନିଜେ ଆତ୍ମ-ସମ-ର୍ପଣ ପୂର୍ବରୁ ନିଜର ଏକ ଭିଡ଼ିଓ ବନାଇ ଥିଲେ । ଯେଉଁଥିରେ ସେ ସବୁ ଘଟଣା ବଖାଣିଥିଲେ ।

ଘଟଣାର ତଦନ୍ତ ଏବଂ ରିକ୍ରିଏସନ ପରେ ଅଭିଯୁକ୍ତ ଶିବ ପ୍ରସାଦ ସାହୁଙ୍କୁ ୩ ଦିନ ରିମାଣ୍ଡରେ ରଖାଗଲା ଏବଂ ବର୍ତ୍ତମାନ ରିମାଣ୍ଡ ଶେଷ ହେବାରୁ ତାଙ୍କୁ ସାଲେପୁର ସବଜେଲରେ ରଖାଯାଇଛି । ଏତେ ବଡ଼ କା-ଣ୍ଡ ଘଟାଇବା ପରେ ତାକୁ ଯେତେବେଳେ ଜେ-ଲ-କୁ ନିଆଯାଇଛି ସେତେବେଳେ ଜେ-ଲର ଅନ୍ୟ କଏ-ଦୀ ମାନେ ଶିବକୁ ଦେଖିବା ପାଇଁ ଉତ୍ସୁକତା ଦେଖାଇଛନ୍ତି । କିନ୍ତୁ ଶିବର ହ-ତ୍ୟା-କା-ଣ୍ଡ ସମ୍ବନ୍ଧରେ ଶୁଣି ବଡ଼ ବଡ଼ ଗୁଣ୍ଡା ବି ତା ସହିତ କଥା ହେବାକୁ ଭୟ-ଭୀତ ହୋଇଛନ୍ତି । କାରଣ ସେ ଜଣେ ନୁହେଁ କିମ୍ବା ଦୁଇ ଜଣ ନୁହେଁ ଏକା ସାଙ୍ଗରେ ୫ ଜଣଙ୍କୁ ହ-ତ୍ୟା କରିଛି ଏବଂ ଘଟଣାର ରିକ୍ରିଏସନ ବିଷୟରେ ଶୁଣିଲେ ତାହା ଆହୁରି ହୃଦୟଥରା ଦୃଶ୍ୟ ଅଟେ ।

ପୁଣି ଶିବ ପ୍ରସାଦ ସାହୁ ନିଜ ସମ୍ପର୍କୀୟଙ୍କୁ ଏଭଳି ନିର୍ମମ ଭାବରେ ହ-ତ୍ୟା କରିଛି ଯେ ତା ସାମ୍ନାକୁ କେହିବି ଯିବାକୁ ଭୟ କରୁଛନ୍ତି । ଜେ-ଲରେ ଥିବା ଅନ୍ୟ ବଡ଼ ବଡ଼ ଗୁଣ୍ଡା ଏବଂ ଅନ୍ୟ କଏଦୀ ଭୁଲରେ ଶିବକୁ ଏହି ଘଟଣା ସମ୍ବନ୍ଧରେ କିଛିବି ପଚାରି ନାହାଁନ୍ତି କାରଣ ଯଦି ଶିବ କ୍ରୋଧିତ ହୋଇ ଜେଲରେ ଏମିତି ସେମିତି କିଛି କା-ଣ୍ଡ ଘଟାଏ ? ଶିବ ଏକୁଟିଆ ଏତେ ବଡ଼ କା-ଣ୍ଡ କିପରି ଘଟାଇଲା ବୋଲି ପ୍ରଶ୍ନ କରିବାକୁ ମଧ୍ୟ କେହିବି ସାହସ କରି ନାହାଁନ୍ତି । ତେଣୁ ଜେଲ କର୍ତ୍ତୃପକ୍ଷ ଶିବ ଉପରେ କଡ଼ା ନଜର ରଖିଛନ୍ତି ।

ଶିବ ଏମିତି ଜଣେ ଅପରାଧୀ ଯିଏକି ହତ୍ୟା କରି ନିଜେ ଭିଡ଼ିଓ ବନାଇ ନିଜେ ସୋସିଆଲ ମିଡିଆରେ ଭାଇରଲ କଲା । ଆଶ୍ଚର୍ଯ୍ୟର କଥା ଏହା ଯେ ସେତେବେଳେ ତା ମୁଁହରେ ପଶ୍ଚାତାପ ନଥିଲା । ଏପଟେ ଜେଲ କର୍ତ୍ତୃପକ୍ଷକୁ ଶିବ ଉପରେ ୨୪ ଘଣ୍ଟା କଡ଼ା ନଜର ରଖିବାକୁ କୁହାଯାଇଛି । ୩ ଦିନ ରିମାଣ୍ଡ ପରେ ଶିବକୁ କୋର୍ଟରେ ହଜାର କରାଯାଇ ବର୍ତ୍ତମାନ ସାଲେପୁର ସବ ଜେଲରେ ୧୪ ନମ୍ବର ସେଲ ରଖାଯାଇଛି । ତେବେ ଯେଉଁଦିନ ତାଙ୍କୁ ଜେଲ ରଖାଗଲା ସେଦିନ ସେ ଜେଲରେ କାହା ସହ କଥା ହୋଇ ନଥିଲେ । ତାକୁ ରୁଟି ସନ୍ତୁଳା ଖାଇବାକୁ ଦିଆଯାଇଥିଲା ଏବଂ ସେ ଖୁବ କଷ୍ଟରେ ଖାଇଥିଲା ମଧ୍ୟ ।

Leave a Reply

Your email address will not be published. Required fields are marked *