ପ୍ରେମୀଙ୍କ ସହିତ କ୍ଷେତରେ ଅସଂଯତ ଅବସ୍ଥାରେ ଥିଲେ ସ୍ତ୍ରୀ ହଠାତ ଆସିଲେ ସ୍ୱାମୀ ଆଉ ତାପରେ….

ମଧ୍ୟ ପ୍ରଦେଶର ରାଜଗଡରେ ଜଣେ ସ୍ବାମୀ ନିଜ ସ୍ତ୍ରୀ ଏବଂ ତାଙ୍କ ପ୍ରେମୀଙ୍କୁ ଗଛରେ ବାନ୍ଧି ମାଡ଼ ମାରିଛନ୍ତି। ଜଣା ଯାଉଛି କି ପ୍ରେମୀ ମହିଳାଙ୍କ ସହିତ ଦେଖା ହେବାପାଇଁ ତାଙ୍କ ଶଶୁର ଘରକୁ ଆସିଥିଲେ। ଦୁଇଜଣଙ୍କୁ ସ୍ବାମୀ ଆପତ୍ତିଜନକ ଅବସ୍ଥାରେ ଦେଖି ନେଇଥିଲେ।ଯାହାପରେ ସ୍ବାମୀ ଏବଂ ତାଙ୍କ ପରିବାର ଲୋକେ ଦୁଇଜଣଙ୍କୁ ଗଛରେ ବାନ୍ଧି ଦେଇଥିଲେ। ଏହାପରେ ସ୍ବାମୀ ସ୍ତ୍ରୀ ଏବଂ ତାଙ୍କ ପ୍ରେମୀଙ୍କୁ ଦୁଇଘଣ୍ଟା ପର୍ଯ୍ୟନ୍ତ ବହୁ ମାତ୍ରାରେ ପିଟିଥିଲେ। ଏହାର ସୂଚନା ପୋଲିସଙ୍କୁ ମିଳିଥିଲା ତ ସେ ଘଟଣାସ୍ଥଳରେ ପହଞ୍ଚି ଥିଲେ। ଯେଉଁଠାରେ ପୋଲିସ ଦୁଇଜଣଙ୍କୁ ଗଛରେ ବାନ୍ଧି ହୋଇଥିବା ଅବସ୍ଥାରେ ପାଇଥିଲେ। ପୋଲିସ ଦୁଇଜଣଙ୍କୁ ଗାଁ ଲୋକଙ୍କ ଠାରୁ ଛଡେଇ ଥିଲେ।

ସେ ଏହି ଘଟଣା ବିଷୟରେ ଜଣାଇଛନ୍ତି କି ଏହି ଘଟଣା ସୁଠାଲିୟାର ଖନୌଟା ଗାଁରେ ଶନିବାର ଦିନ ହୋଇଛି। ଯେଉଁଠାରେ ମହିଳା ଏବଂ ତାଙ୍କ ପ୍ରେମୀଙ୍କୁ ବାନ୍ଧି ପିଟା ଯାଇଛି। ପୋଲିସ ପିଡିତାଙ୍କୁ ପଚରାଉଚରା କରିଥିଲେ ତ ସେ କହିଥିଲେ କି ତାଙ୍କ ସହିତ ଦୁଇଜଣ ଅଜ୍ଞାତ ଲୋକ ମାଡପିଟ କରିଛନ୍ତି। ଯେତେବେଳେ ପୋଲିସ ଘଟଣାର ତଦନ୍ତ କରିଥିଲେ ତ ଜଣା ପଡିଥିଲା କି ମହିଳା ଜଣଙ୍କର ହିଁ ପରିବାର ଲୋକ ଏବଂ ସ୍ବାମୀ ତାଙ୍କୁ ଗଛରେ ବାନ୍ଧିଥିଲେ, ଏବଂ ସେମାନେ ହିଁ ତାଙ୍କୁ ମାଡ଼ ମାରିଛନ୍ତି।

ପୋଲିସ ଆଗକୁ କହିଛନ୍ତି କି ଦୁଇଜଣଙ୍କୁ ଗାଁ ଲୋକଙ୍କ ଠାରୁ ଛଡେଇବା ପରେ ଥାନାକୁ ନେଇ ପହଞ୍ଚିଥିଲେ। ଥାନାରେ ଘଟଣାର ରିପୋର୍ଟ ଲେଖା ଯାଇଛି।ଏହି ଘଟଣା ବିଷୟରେ ଥାନା ପ୍ରଭାରୀ ରାଜକୁମାର ରଘୁବଂଶୀ କହିଛନ୍ତି କି ତାଙ୍କୁ ଖନୌତା ଗାଁରେ ମହିଳା ଏବଂ ଯୁବକଙ୍କୁ ବାନ୍ଧି ପିଟିବାର ସୂଚନା ମିଳିଥିଲା।ଯାହାପରେ ସଙ୍ଗେସଙ୍ଗେ ସେଠାରେ ପହଞ୍ଚିଥିଲେ। ଯେଉଁଠାରେ ମହିଳା ଏବଂ ପୁରୁଷ ଗଛରେ ବନ୍ଧା ହୋଇଥିବା ଅବସ୍ଥାରେ ମିଳିଥିଲେ। ଯାହାଙ୍କୁ ଆମେ ଗାଁ ଲୋକଙ୍କ ଠାରୁ ଛଡେଇ ଥାନାକୁ ନେଇ ଆସିଛୁ।

Leave a Reply

Your email address will not be published. Required fields are marked *