ସକାଳୁ ଉଠିବା ମାତ୍ରେ କେବଳ ଏହି ଚାରୋଟି କାମ ବନାଇଦେବ ଆପଣଙ୍କୁ ଧନୀ….

ସାଧରଣତଃ ମନୁଷ୍ୟର ଅନେକ ଅଭ୍ୟାସ ରହିଥାଏ । ତେବେ ତାହା ଦୁଇ ପ୍ରକାରର ହୋଇଥାଏ । ଯେମିତିକି ଭଲ ଅଭ୍ୟାସ ମନୁଷ୍ୟକୁ ସଫଳତା ଆଣି ଦେଇଥାଏ ଏବଂ ଖରାପ ଅଭ୍ୟାସ ସମସ୍ୟାରେ ପକାଇ ଥାଏ । ଯାହାର ଗଭୀର ପ୍ରଭାବ ଜୀବନ ଉପରେ ପଡ଼ିଥାଏ । ପୁଣି ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନରେ ଭଗବାନଙ୍କୁ ଡାକିବାକୁ ମଣିଷ ପାଖରେ ସମୟ ନାହିଁ । ଏହା ମଣିଷ ଜାଣିବା ପରେ ଖୁବ ମନ ଦୁଃଖ କରିଥାଏ । କିନ୍ତୁ କେବଳ ଯେ କଠିନ ବ୍ରତ କିମ୍ବା ଉପାସ କଳେହିଁ ଭଗବାନ ପ୍ରସନ୍ନ ହୁଅନ୍ତି ତାହା ନୁହେଁ ।

ବରଂ ନିଷ୍ଠାର ସହିତ ଏବଂ ଭକ୍ତିର ସହିତ ଭଗବାନଙ୍କୁ ଅଳ୍ପ ସମୟ ପାଇଁ ଆରାଧନା କଲେ ମଧ୍ୟ ଭଗବାନ ଖୁସି ହୁଅନ୍ତି । ଏହାବ୍ୟତୀତ କିଛି ଭଲ ଅଭ୍ୟାସକୁ ଯଦି ଆପଣ ନିଜ ଜୀବନରେ ସଂଯୋଗ କରି ପାରନ୍ତି ତେବେ ଭଗବାନ ଖୁସି ହୁଅନ୍ତୁ । ଏହାଦ୍ବାରା ଜୀବନକୁ ନାନା ପ୍ରକାରର ଖୁସି ଆସିଥାଏ । ଏହାଦ୍ବାରା ଆର୍ଥିକ ସ୍ଥିତିରେ ସୁଧାର ଆସିଥାଏ ଏବଂ ସମସ୍ତ ପ୍ରକାରର ପାରିବାରିକ ସମସ୍ୟାର ସମାଧାନ ହୋଇଥାଏ । ଆଜି ଆମେ ଆପଣଙ୍କୁ ଭଗବାନ ଶ୍ରୀକୃଷ୍ଣଙ୍କ ଦ୍ୱାରା କୁହାଯାଇଥିବା କିଛି ଭଲ ଅଭ୍ୟାସ ବିଷୟରେ କହିବୁ ଯାହାକୁ ଯଦି ଆପଣ କରନ୍ତି ତେବେ ଆପଣଙ୍କ ଜୀବନରେ କେବେ ଆର୍ଥିକ ସମସ୍ୟା ହେବ ନାହିଁ ।

୧ . ସକାଳୁ ଉଠିବା ମାନେ ଆପଣ ନିଜର ଆରାଧ୍ୟ ଦେବତା ନିଜର କୂଳ ଦେବତାଙ୍କୁ ନିଶ୍ଚୟ ପ୍ରାର୍ଥନା କରନ୍ତୁ ।ପ୍ରତିଦିନ ନହେଲେ ବି ସପ୍ତାହରେ ଥରେ ନିଷ୍ଠାର ସହିତ ନିଜ ଆରାଧ୍ୟ ଦେବତାଙ୍କୁ ପ୍ରାର୍ଥନା କରନ୍ତୁ । ପ୍ରତ୍ୟେକ ବ୍ୟକ୍ତି ସକାଳ ଏବଂ ସନ୍ଧ୍ୟା ସମୟରେ ନିଜର କୂଳଦେବତାଙ୍କୁ ନମସ୍କାର କରିବା ଉଚିତ । ଏହାବ୍ୟତୀତ ଘର ଅଗଣାରେ ତୁଳସୀ ଗଛ ଥିଲେ ଏକ ଦୀପ ନିଶ୍ଚୟ ଜଳାନ୍ତୁ । ଏହାଦ୍ବାରା କୂଳଦେବତାଙ୍କ ଆଶୀର୍ବାଦ ପରିବାର ଉପରେ ରହିଥାଏ ।

୨ . ବିନା ସ୍ନାନରେ ରୋଷେଇ ଘରକୁ ପ୍ରବେଶ କରିବା ଉଚିତ ନୁହେଁ । ଯଦି ଏପରି କୌଣସି କାରଣରୁ ସମ୍ଭବ ହୋଇପାରୁ ନାହିଁ ତେବେ ସକାଳୁ ନିତ୍ୟକର୍ମ ସାରି ହାତ ଗୋଡ଼ ଧୋଇ ପରିଷ୍କାର ପୋଷାକ ପିନ୍ଧି ରୋଷେଇ ଘରକୁ ପ୍ରଣେଶ କରି ପାରିବେ । ଏହାବ୍ୟତୀତ ଚୁଲିରେ ରୋଷେଇ କରିବା ପୂର୍ବରୁ ଚୁଲି ଏବଂ ଅଗ୍ନି ଦେବଙ୍କୁ ପ୍ରଣାମ କରନ୍ତୁ । ଏହାଦ୍ବାରା ଉଭୟ ଅଗ୍ନି ଦେବ ଏବଂ ମାତା ଅନ୍ନପୂର୍ଣ୍ଣାଙ୍କ ଆଶୀର୍ବାଦ ପ୍ରାପ୍ତ ହେବେ । ଏହାବ୍ୟତୀତ ଅନ୍ନର କେବେ ଅପମାନ କରିବା ଉଚିତ ନୁହେଁ ।

୩ . କାହାକୁ କେବେ କଟୁ କଥା କିମ୍ବା ଅପମାନ ଦିଅନ୍ତୁ ନାହିଁ । ପରିବାର ଲୋକଙ୍କ ଧ୍ୟାନ ରଖନ୍ତୁ ଏବଂ ମହିଳାଙ୍କୁ ସମ୍ମାନ ଦିଅନ୍ତୁ । ଘରକୁ ଆସିଥିବା ଅତିଥି କିମ୍ବା ଗରିବଙ୍କୁ ଖାଲି ହାତରେ ଯିବାକୁ ଦିଅନ୍ତୁ ନାହିଁ ବରଂ କିଛି ଦାନ କରନ୍ତୁ । ଘରକୁ ଆସିଥିବା ଭୋକିଲା ପଶୁକୁ ଖାଇବାକୁ ଦିଅନ୍ତୁ ।

୫ . ଚାଲିବା ସମୟରେ ମନେ ରଖିବା ଉଚିତ ଯେ ପାଦ ତଳେ କୌଣସି କିଟପଟଙ୍ଗ ଆସିବା ଉଚିତ ନୁହେଁ । ଘରୁ ବାହାରିବା ସମୟରେ ମୁହଁରେ ଈଶ୍ୱରଙ୍କ ନାମ ନିଶ୍ଚୟ ଜପି ବାହାରିବା ଉଚିତ । ଏହାଦ୍ବାରା ଯେଉଁ କାମ ପାଇଁ ବାହାରକୁ ଯାଉଥିବେ ତାହା ମଧ୍ୟ ସଫଳ ହେବ । ଏପରି ଅଭ୍ୟାସ ଥିବା ମନୁଷ୍ୟ ଭଗବାନଙ୍କର ଅତ୍ୟନ୍ତ ପ୍ରୟ ହୋଇଥାଏ । ଏପରି ବ୍ୟକ୍ତି ଜୀବନସାରା ସଫଳତା ପାଇଥାଏ ଏବଂ ଦାରିଦ୍ର୍ୟତା ତାକୁ ଛୁଇଁ ସୁଦ୍ଧା ପାରେନାହିଁ ।

ଯଦି ମଣିଷ ନିଜର ଆଚାର ବ୍ୟବହାରରେ ପରିବର୍ତ୍ତନ ଆଣେ ତେବେ ସବୁ ସମସ୍ୟାରୁ ମୁକ୍ତି ମିଳିଥାଏ । ଏହାଦ୍ବାରା ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିଥାଏ ଏବଂ ଘରକୁ ମାତା ଲକ୍ଷ୍ମୀ ପ୍ରବେଶ କରିଥାନ୍ତି । ତେଣୁ ଚାଲନ୍ତୁ କିଛି ଉପାୟ ବିଷୟରେ ଜାଣିନେବା ।

୧ . ଭଙ୍ଗା କାଚ :-

ଘରେ କୌଣସି ପ୍ରକାରର ଭଙ୍ଗା କାଚ ଥିଲେ ତାହାକୁ ତୁରନ୍ତ ଘରୁ ବାହାର କରି ଦିଅନ୍ତୁ । କାରଣ ଭଙ୍ଗା କାଚ ଘରକୁ ନକରାତ୍ମକତା ଆଣିଥାଏ ଏବଂ ଏହାଦ୍ବାରା ଦାରିଦ୍ର୍ୟତା ଆସିଥାଏ ।

୨ . ଖରାପ ଇଲେକ୍ଟ୍ରୋନିକ ଜିନିଷ :-

ଘରେ ଥିବା ଖରାପ ଇଲେକ୍ଟ୍ରୋନିକ ଜିନିଷ କିମ୍ବା ବନ୍ଦ ପଡ଼ିଥିବା ଘଡ଼ିକୁ ତୁରନ୍ତ ଘରୁ ବାହାର କରି ଦିଅନ୍ତୁ । କାରଣ ଏପରି ଜିନିଷ ଘରେ ରହିଲେ ନକରାତ୍ମକତା ବୃଦ୍ଧି ପାଇଥାଏ । ଯାହା ଦାରିଦ୍ର୍ୟତା ଆଣିଥାଏ । ଏପରି ପରିସ୍ଥିତିରେ ଘଣ୍ଟାକୁ ଠିକ କରି ଦିଅନ୍ତୁ କିମ୍ବା ଘରୁ ବାହାର କରି ଦିଅନ୍ତୁ । ଏହି ଜିନିଷ ଲକ୍ଷ୍ମୀଙ୍କ ନାଶ କରିଥାଏ ।

୩ . ଯେଉଁ ଘରେ ପ୍ରତ୍ୟେକ ଦିନ ପୂଜାପାଠ ହୁଏ ନାହିଁ । ସେହି ଘରକୁ ମାତା ଲକ୍ଷ୍ମୀ କେବେ ଆସନ୍ତି ନାହିଁ ।

୪ . ଯେଉଁ ଘରେ ନିଶା ଯୁକ୍ତ ଦ୍ରବ୍ୟର ସେବନ ହୋଇଥାଏ ସେହି ଘରକୁ ମଧ୍ୟ ମାତା ଲକ୍ଷ୍ମୀ ପ୍ରବେଶ କରନ୍ତି ନାହିଁ ।

୫ . ମାତା ପିତାଙ୍କ ଅପମାନ କରୁଥିବା ବ୍ୟକ୍ତି ଘରେ କେବେବି ମାତା ଲକ୍ଷ୍ମୀ ରହନ୍ତି ନାହିଁ ।

୬ . ଯେଉଁ ଘରେ ଅଳସୁଆ ଲୋକେ ରହନ୍ତି ସେହି ଘରକୁ ମଧ୍ୟ ମାତା ଲକ୍ଷ୍ମୀ ଯାଆନ୍ତି ନାହିଁ ।

୭ . ସୂର୍ଯ୍ୟ ଉଦୟ ପରେବି ଯେଉଁ ବ୍ୟକ୍ତି ବିଳମ୍ବ ପର୍ଯ୍ୟନ୍ତ ଶୋଇ ରହିଥାଏ ସେହି ଘରକୁ ମାତା ଲକ୍ଷ୍ମୀ ପ୍ରବେଶ ସୁଦ୍ଧା କରନ୍ତି ନାହିଁ ।

୮ . ଘରେ ସ୍ତ୍ରୀଙ୍କ ପ୍ରତି ଖରାପ ବ୍ୟବହାର କରୁଥିବା ସ୍ୱାମୀଙ୍କୁ କେବେବି ଆର୍ଥିକ ସମସ୍ୟାରୁ ମୁକ୍ତି ମିଳେନାହିଁ ।

୯ . ଘରେ ମଇଳା ପୋଷାକ ପିନ୍ଧିଲେ ମଧ୍ୟ ମାତା ଲକ୍ଷ୍ମୀ ଆସନ୍ତି ନାହିଁ ।

Leave a Reply

Your email address will not be published. Required fields are marked *