ସୋସିଆଲ ମିଡ଼ିଆ କିଙ୍ଗ ଏବଂ କୁଇନ ମୁନି ସୌମ୍ୟ । ନିଜ ବିବାହ ଏବଂ କ୍ୟାରିଅରକୁ ନେଇ କହିଲେ କିଛି ଏଭଳି ।

ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଅନେକ ଦମ୍ପତ୍ତି ନିଜର ପ୍ରତିଭା କିମ୍ବା ବ୍ଲଗ କରି ଅନେକ ଭଲପାଇବା ସାଉଣ୍ଟୁଛନ୍ତି । ଏମିତିକି ସେମାନଙ୍କ ଫ୍ୟାନ ଫୋଲଇଂ ମଧ୍ୟ ବେଶ ଅଧିକ ରହୁଛି । ଏଇ ଯେମିତି ମୁନି ସୌମ୍ୟଙ୍କ ଭିଡ଼ିଓ । ଯାହାକୁ ଏକାଧିକ ଲୋକ ପସନ୍ଦ କରନ୍ତି । ସେମାନଙ୍କ ଟ୍ରାଞ୍ଜିସନ ଏବଂ ରୋମାଣ୍ଟିକ ଭିଡ଼ିଓ ହେଉ କିମ୍ବା ବ୍ଲଗ ହେଉ , ସବୁ ଭିଡ଼ିଓକୁ ଅନେକ ଭଲ ପାଇବା ମିଳିଥାଏ । ଆଉ ବର୍ତ୍ତମାନ ନିଜ କ୍ୟାରିଅରକୁ ନେଇ ଦୁହେଁ ସୋସିଆଲ ମିଡିଆରେ ମଧ୍ୟ କହିଛନ୍ତି । କିଭଳି ସେମାନେ ଦୁହେଁ ଏକାଠି ହେଲେ ଏବଂ ବାସ୍ତବ ଜୀବନରେ କଣ ସବୁ ଚାଲିଛି ।

ତେବେ କହିବାକୁ ଗଲେ ଦୁହେଁ ପରସ୍ପରକୁ ଦୀର୍ଘ ଦିନ ଧରି ଭଲ ପାଉଥିଲେ ଏବଂ ଘରୁ ଲୁଚି ବିବାହ ମଧ୍ୟ କରିଥିଲେ । ପ୍ରଥମେ ମନ୍ଦିରରେ ଏବଂ ପରେ ସୌମ୍ୟଙ୍କ ପରିବାର ଲୋକଙ୍କ ସହମତିରେ ବିବାହ ହୋଇଥିଲା ଦୁହିଁଙ୍କର । କିନ୍ତୁ ଏବେ ସୁଦ୍ଧା ମୁନିଙ୍କୁ ତାଙ୍କ ବାପଘର ଲୋକେ ଗ୍ରହଣ କରି ନାହାଁନ୍ତି ।

ଯେଉଁ କାରଣରୁ ସେ କହିଛନ୍ତି ଯେ ବୋଧହୁଏ ସେମାନେ ଦୁହେଁ ବାପା ଏବଂ ମା’ ହେଲେ ତାଙ୍କ ପରିବାର ଲୋକେ ଗ୍ରହଣ କରିବେ । ଆଉ ଏମିତିରେ କିନ୍ତୁ ସୌମ୍ୟଙ୍କ ପରିବାର ଲୋକେ ଅର୍ଥାତ ମୁନିଙ୍କ ଶାଶୁ ଘର ଲୋକେ ବେଶ ଭଲ ଏବଂ ଦୁହିଁଙ୍କୁ ବେଶ ସପୋର୍ଟ ମଧ୍ୟ କରନ୍ତି ।

ସେମାନଙ୍କ ବ୍ଲଗରେ ଅନେକ ଥର ତାଙ୍କ ମା’ଙ୍କୁ ଦେଖିବାକୁ ମିଳିଛି । ସୌମ୍ୟ ନିଜ ସ୍ତ୍ରୀ ଏବଂ ମା’ଙ୍କୁ ବେଶ ଭଲ ପାଆନ୍ତି । ଏହାବ୍ୟତୀତ ତାଙ୍କ କ୍ୟାରିଅର ବିଷୟରେ କହିଲେ ସେମାନେ ଦୁହେଁ ପ୍ରଥମେ ଇନଷ୍ଟାଗ୍ରାମ ରିଲସ ଏବଂ ୟୁଟ୍ୟୁବ ସର୍ଟସ ମାଧ୍ୟମରେ ଲୋକଙ୍କ ସୁଲଭ ମଧ୍ୟରେ ପ୍ରଶଂସାର ପାତ୍ର ହୋଇଥିଲେ । ପରେ ଦୁହେଁ ଆଉ ପଛକୁ ବୁଲି ଚାହିଁ ନଥିଲେ । କେବଳ ସୁନ୍ଦର ସୁନ୍ଦର ଭିଡ଼ିଓ ବନାଇ ଲୋକଙ୍କ ମନୋରଞ୍ଜନ କରିବା ସହିତ ନିଜର ବ୍ୟକ୍ତିଗତ ଜୀବନରେ ଛୋଟ ପରିବାର ସହିତ ସେମାନେ ଖୁବ ଖୁସିରେ ଥିବା କହିଛନ୍ତି ।

Leave a Reply

Your email address will not be published. Required fields are marked *