ଶେଷରେ କାଦୁଅ ତଳୁ ଉଦ୍ଧାର ହେଲେ ଶହିଦ ଯବାନ ସରୋଜ…

କେତେବେଳେ କାହା ଜୀବନରେ ଦୁଃଖ ମାଡ଼ି ଆସିବ , ସେ କଥା କେହି ନିଜେ ବି ଜାଣି ନଥାନ୍ତି । ଆଉ ସେ ଠିକ୍ ଘଟିଗଲା ସହିଦ ଯବାନ ସରୋଜଙ୍କ ସହିତ । ବାପା ମାଆ ତଥା ପୁରା ଗାଆଁ ପାଇଁ ସେନାରେ ଯୋଗ ଦେଇ ଆଣିଥିଲେ ଗର୍ବ ଆଉ ପରିବାରର ଦାୟିତ୍ଵ ନିଜ କାନ୍ଧ ଉପରେ ନେଇଥିଲେ । କିନ୍ତୁ କୁହାଯାଏ ନା ଯାହାର ଏ ଦୁନିଆଁରୁ ଯେତେବେଳେ ଯିବାର ଥିବ , ସେ ନିଶ୍ଚିତ ଭାବରେ ଚାଲିଯିବ। ଆଉ ସେହା ହିଁ ହେଲା ଯବାନ ସରୋଜଙ୍କ ସହିତ । ମାତ୍ର ୮ ମାସ ଆଗରୁ ଗଢିଥିଲେ ନିଜ ସୁନାର ସଂସାର ।

ନିଜର ବୈବାହିକ ଜୀବନ ଆରମ୍ଭ କରୁ କରୁ ସବୁକିଛି ଶେଷ ହୋଇଗଲା । ସୂଚନା ଅନୁଯାୟୀ , ସିକ୍କିମ ବନ୍ୟାରେ ଗତକାଲି ଭାସି ଯାଇଥିଲେ ୨୩ ଜଣ ଯବାନ ଆଉ ଯେଉଁ ମାନଙ୍କ ମଧ୍ୟରୁ ଥିଲେ ଜଣେ ଓଡ଼ିଆ ଯବାନ । ସ୍ତ୍ରୀ ସହିତ ଗତକାଲି କଥା ହୋଇଥିଲେ ଆଉ କହିଥିଲେ ବର୍ଷା ଛାଡ଼ିଯିବା ପରେ କ୍ୟାମ୍ପରୁ ଯିବି ଆଉ ତାପରେ ଛୁଟି ପାଇଲେ କେବେ ଘରକୁ ଯିବି । କିନ୍ତୁ ସରିଗଲା ଘରକୁ ଆସିଗଲା ସ୍ବପ୍ନ । କାହିଁକି ନା ବନ୍ୟାର ଲହରୀ ହଠାତ୍ ମାଡ଼ି ଆସିଥିଲା , ଆଉ ଯେଉଁଥିରେ ଭାସି
ଯାଇଥିଲେ ସେ ।

ତେବେ ଏହି କଥା ପରିବାର ଲୋକ ଶୁଣିବା ପରେ ଦୁଃଖରେ ଭାଙ୍ଗି ପଡ଼ିଥିଲେ । ଆଉ ସମସ୍ତଙ୍କ ମନରେ ଟିକିଏ ଆଶା ଥିଲା ସେ ନିଶ୍ଚିତ ଭାବରେ ବଞ୍ଚିଥିବେ । କେଉଁଠି ଡାଳକୁ ଧରି ପକାଇଥିବେ । ଆଉ ଏଥିପାଇଁ ପୁରା ଗାଆଁ ଲୋକ ଠାକୁରଙ୍କ ପାଖରେ ଦୀପ ଜାଳିବା ସହିତ ନାମ ସଂକୀର୍ତ୍ତନ ମଧ୍ୟ କରିଥିଲେ । କିନ୍ତୁ ଆଜି ଆସି ପହଞ୍ଚି ଗଲା ଦୁଃଖ ଖବର । ସହିଦଙ୍କର ଶେଷରେ ମିଳିଲା ପତ୍ତା । ତେବେ ଜୀବିତ ନୁହେଁ ବରଂ ମୃତ ଅବସ୍ଥାରେ ତାଙ୍କୁ କାଦୁଅ ତଳୁ ଉଦ୍ଧାର କରାଯାଇଛି ।

ତେବେ ଆଜି ପରିବାର ଲୋକଙ୍କ ପାଖକୁ ଏକ ଭିଡିଓ କଲ୍ ଆସିଥିଲା । ଯାହା ପରେ ସହିଦ ଯବାନ ସରୋଜଙ୍କୁ ତାଙ୍କ ପରିବାର ଲୋକ ଭିଡିଓ କଲ୍ ମାଧ୍ୟମରେ ଚିହ୍ନଟ କରିଥିଲେ । ଆଉ ଯାହା ପରେ ପୁରା ଗାଁରେ ଖେଳି ଯାଇଥିଲା ଦୁଃଖର ଲହରୀ । କେହି ମଧ୍ୟ ନିଜକୁ ସମ୍ଭାଳି ପାରି ନଥିଲେ । ସମସ୍ତଙ୍କ ଆଖିରୁ ଧାର ଧାର ଲୁହ ବୋହି ଯାଉଥିଲା । ତେବେ ଅନ୍ୟ ପକ୍ଷରେ ପୁଅର ଏଭଳି ଅବସ୍ଥା ଦେଖି ବାପା ନିଜ ଛାତି ପିଟି ପିଟି କାନ୍ଦୁଥିଲେ ଆଉ ଅଚେତ ହୋଇ ଯାଉଥିଲେ ।

Leave a Reply

Your email address will not be published. Required fields are marked *