ତିନି ଦିନ ଧରି ହସ୍ପିଟାଲରେ ପଡ଼ିଥିଲା ଶବ, ପୁଅ କହିଲା – ମୋ ପାଖରେ ସମୟ ନାହିଁ :-

ଜଣେ ପୁଅ ଯେତେ ଚାହିଁଲେ ବି ମାର କରଜ ସୁଝି ପାରିବ ନାହିଁ । କିନ୍ତୁ ଯଦି ଜଣେ ପୁଅ ପାଖରେ ନିଜ ମା’ ର ଅନ୍ତିମ ସଂସ୍କାର ପାଇଁ ଯଦି ଟିକିଏ ସମୟ ନଥାଏ ତେବେ ଆପଣ ଚିନ୍ତା କରନ୍ତୁ ଯେ ଏହା ଘୋର କଳିଯୁଗ କି ନୁହେଁ ? ଦୁର୍ଭାଗ୍ୟ ବଶତଃ ଏହିପରି ହିଁ ହୋଇଛି । ମଧ୍ୟପ୍ରଦେଶର ଖଣ୍ଡବରେ ଜଣେ ମହିଳାଙ୍କ ଶବ ତିନି ଦିନ ଧରି ହସ୍ପିଟାଲର ମରଚ୍ୟୁରୀରେ ଅନ୍ତିମ ସଂସ୍କାର ଅପେକ୍ଷାରେ ରହିଛି । ତେବେ ତାଙ୍କୁ ପୁଅ ହାତରୁ ମୁଖାଗ୍ନିତ ଦୂରର କଥା କଫନ ମଧ୍ୟ ଭାଗ୍ୟ ହୋଇନାହିଁ । ପୋଲିସ ମହିଳାଙ୍କ ଶବର ଅନ୍ତିମ ସଂସ୍କାର କରାଇବା ପ୍ରକ୍ରିୟା ପାଇଁ ଲଗାତାର ତାଙ୍କ ପୁଅ ଏବଂ ପରିବାର ଲୋକଙ୍କୁ ସମ୍ପର୍କ କରୁଛନ୍ତି ।

ପୁଅ ପାଖରେ ନାହିଁ ସମୟ :-

ପୁଅ ସମୟ ନଥିବା ବାହାନା କରି ଅନ୍ତିମ ସଂସ୍କାର କରିବାକୁ ମନା କଲା । ପରିବାରର ଅନ୍ୟ ଲୋକ ମାନେ ମଧ୍ୟ ଏହି କାମ ପାଇଁ ସମୟ ବାହାର କରି ପାରୁନାହାଁନ୍ତି । ଏହିପରି ଏକ ଦୁଃଖଦ କାହାଣୀ ଯବତମାଲ ଜିଲ୍ଲାର ବଣୀ ଗାଁରେ ରହୁଥିବା ୫୫ ବର୍ଷୀୟା ପୁଷ୍ପାଙ୍କର ଅଟେ ।

ଜିଲ୍ଲା ହସ୍ପିଟାଲ ଅନୁସାରେ ମେ ୨୫ ରେ ପୁଷ୍ପା ନିଜ ଝିଅ ନିକିତା ( ୨୭ ) , ପୁତୁରା ଅଭିଷେକ ( ୨୭ ) , ଝିଆରୀ ପିଙ୍କି ( ୨୯ ) ଙ୍କ ସହିତ କାରରେ ବସି ବୈତୁଲର ଦେସଲି ଦେଇ ଓଁକାରେଶ୍ବର ଯାଉଥିଲେ । କାର ଅଭିଷେକ ଚଳାଉଥିଲେ । ଦେସଲି ଗାଁ ପାଖରେ କାରର ଷ୍ଟେରିଂ ଫେଲ ହୋଇ ଯାଇଥିଲା ଏବଂ ତାହା ଓଲଟି ଯାଇଥିଲା । ଏହି ଦୁର୍ଘ-ଟଣାରେ ପୁଷ୍ପା , ନିକିତା ଏବଂ ପିଙ୍କିଙ୍କୁ ଗଭୀର କ୍ଷତ ହୋଇଥିଲା । ଅଭିଷେକ ସୁରକ୍ଷିତ ଥିଲେ ।

ଅଭିଷେକ ଲୋକଙ୍କ ସାହାଯ୍ୟରେ ତିନି ଜଣଙ୍କୁ ଖଣ୍ଡୱାର ଜିଲ୍ଲା ହସ୍ପିଟାଲ ନେଇ ପହଞ୍ଚିଲେ । ଯେଉଁଠି ଡାକ୍ତର ପୁଷ୍ପାଙ୍କୁ ମୃ-ତ ଘୋଷିତ କଲେ । ନିକିତା ଏବଂ ପିଙ୍କିଙ୍କ ଅବସ୍ଥା ଦେଖି ତାଙ୍କୁ ନାଗପୁର ହସ୍ପିଟାଲକୁ ସ୍ଥାନାନ୍ତରିତ କରାଗଲା । ବିନା ପୋ-ଷ୍ଟମ-ର୍ଟମରେ ଅଭିଷେକ ପୁଷ୍ପାଙ୍କ ଶବକୁ ସେହିଠାରେ ହିଁ ଛାଡ଼ି ଚାଲିଗଲେ ।

ତିନି ଦିନ ଧରି ମୋଘଟ ଥାନା ଟୀଆଈ ଈଶ୍ୱର ସିଂହ ଚୌହାନ ପୁଷ୍ପାଙ୍କ ଶାଶୁଘର ପକ୍ଷରୁ ଆରମ୍ଭ କରି ଝିଅ ସନ୍ନି , ଭାଇ ରାକେଶ ସିଂହଙ୍କୁ ମଧ୍ୟ ଫୋନ କରୁଛନ୍ତି । ପୁଷ୍ପାଙ୍କ ସ୍ୱାମୀଙ୍କର ପୂର୍ବରୁ ହିଁ ମୃତ୍ୟୁ ହୋଇ ଯାଇଛି । ପରିବାରରେ ପୁଅ ସନ୍ନି , ଝିଅ ନିକିତା । ଆଉ ସମସ୍ତଙ୍କର ବିବାହ ମଧ୍ୟ ହୋଇ ସାରିଛି ।

ପୁଷ୍ପା ନିଜ ଝିଅ ମାନଙ୍କ ସହିତ ରହୁଛନ୍ତି ଏବଂ ସେହିଠାରେ ହିଁ ଟ୍ରାଭେଲ କମ୍ପାନୀର ଏଜେଣ୍ଟ ମଧ୍ୟ ଅଛନ୍ତି । ମୋଘଟ ପୋଲିସ ଅନୁଯାୟୀ ଯେତେବେଳେ ତାଙ୍କ ପୁଅକୁ କଲ କରି ମା ଙ୍କ ଅନ୍ତିମ ସଂସ୍କାର ପାଇଁ ଖଣ୍ଡୱା ଡକେଇ ପଠାଗଲା , ସେତେବେଳେ ସେ ମନା କରି ଦେଇଥିଲେ । ତାଙ୍କ ପାଖରେ ସମୟ ନଥିବା ସେ କହିଥିଲେ ।

ପୁଷ୍ପାଙ୍କ ଶ୍ୱଶୁର ଇନ୍ଦ୍ରଜୀତଙ୍କ ସହିତ ସମ୍ପର୍କ କରିବାରୁ ସେ କହିଥିଲେ ଯେ ତାଙ୍କର ବୟସ ହୋଇ ଗଲାଣି । ମାତ୍ର ଭାଇ ରାକେଶ ଆସିବାକୁ ହଁ ଭରିଥିଲେ ମାତ୍ର ରିଜର୍ଭେସନ ନହୋଇ ଥିବାରୁ ଆସିବାକୁ ତୁରନ୍ତ ମନା କରିଦେଲେ । ଆଉ ଏହା ମଧ୍ୟ କହିଥିଲେ ଯେ ରିଜର୍ଭେସନ ହୋଇଗଲେ ସେ ତୁରନ୍ତ ଅସିଯିବେ । ଭାଇର କଥା ଶୁଣି ପୋଲିସକୁ ଆସ୍ଵସ୍ତି ମିଳିଛି । ମହିଳାଙ୍କ ଭାଇ ଦିନେ ଦୁଇଦିନରେ ପହଞ୍ଚିବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *