ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ, ଓଡିଶାକୁ ଆସିବ କି ଆଉ ଏକ ବାତ୍ୟା !

ଭୁବନେଶ୍ୱର:- ଗତ ସପ୍ତାହରେ ବାତ୍ୟା ଅସାନି ଓଡିଶା ଆଡକୁ ମାଡି ଆସିଥିଲା। କିନ୍ତୁ ଏହା ଉପକୂଳ ନ ଛୁଇଁ ସମୁଦ୍ର ଭିତରେ ଦେଇ ଚାଲି ଯାଇଥିଲା ଏବଂ ଏହାର ପବନର ବେଗ ଅଧିକ ନଥିଲା କି ଏହାର ବିଶେଷ ପ୍ରଭାବ ପଡି ନଥିଲା। କାରଣ ସ୍ଥଳଭାଗ ଛୁଇଁବା ପୂର୍ବରୁ ହିଁ ଏହା ଦୁର୍ବଳ ହୋଇ ପଡ଼ିଥିଲା। ଅସାନି ପ୍ରଥମେ ଲଘୁଚାପରେ ସୃଷ୍ଟି ହୋଇଥିଲା ପରେ ଏହା ଅବପାତର ରୂପ ନେଇ ବାତ୍ୟାରେ ପରିଣତ ହୋଇଥିଲା। ତେବେ ବର୍ତ୍ତମାନ ଯେଉଁ ଖବର ମିଳିଛି ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହୋଇଛି

ଭାରତୀୟ ପାଣିପାଗ ଦେଇଥିବା ସୂଚନା ଅନୁସାରେ, ବଙ୍ଗୋପସାଗରରେ ଆସନ୍ତା ମେ’ ୨୯ ତାରିଖ ସୁଦ୍ଧା ଏହି ଲଘୁଚାପ କ୍ଷେତ୍ର ସୃଷ୍ଟ ହେବ। ଏହାପରେ ଦକ୍ଷିଣ ଆଣ୍ଡାମାନ ସାଗରକୁ ପ୍ରବେଶ କରିବା ପରେ ଏହାର ରୂପରେଖ ଏବଂ ପ୍ରଭାବ କଣ ରହିବ ସେ ବିଷୟରେ ଜଣା ପଡିବ। ତେବେ ଅନ୍ୟପଟେ ଦକ୍ଷିଣ- ପଶ୍ଚିମ ମୌସୁମୀ ବାୟୁ ମେ’ ୧୫ ତାରିଖ ମଧ୍ୟରେ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ନିକଟବର୍ତ୍ତୀ ଦକ୍ଷିଣ- ପୂର୍ବ ବଙ୍ଗୋପସାଗର ଛୁଇଁବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।

ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିବାନୁଯାୟୀ, ବଙ୍ଗୋପସାଗରରେ ସୃଷ୍ଟ ହେବାକୁ ଯାଉଥିବା ଲଘୁଚାପର ପ୍ରଭାବ କମ୍ ରହିବ। କାରଣ ଲଘୁଚାପ ସମୟରେ ଓଡ଼ିଶାରେ ସେତେବେଳେ ମୌସୁମୀ ବାୟୁର ପ୍ରଭାବ ପଡିବା ଆରମ୍ଭ ହୋଇ ଯାଇଥିବ। ଓଡ଼ିଶାର ବାୟୁମଣ୍ଡଳ ଶୀତଳ ରହିଥିବ ତେଣୁ ଲଘୁଚାପ ବାତ୍ୟାର ରୂପ ନେବାର ସମ୍ଭାବନା କମ୍ ରହିଛି।

ଯଦି ବର୍ତ୍ତମାନ ଓଡ଼ିଶାର ପାଣିପାଗ ବିଷୟରେ ଦେଖିବା ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଗତକାଲି ରାଜ୍ୟର ସର୍ବାଧିକ ତାପମାତ୍ରା ୪୩° ଥିଲା। ତେବେ ଏହା ଟିଟିଲାଗଡ଼ ବୋଲି ଜଣା ପଡ଼ିଛି। କେବଳ ସେତିକି ନୁହେଁ ୧୧ ଟି ସହର ୪୦° ଉପରେ ତାପମାତ୍ରା ରେକର୍ଡ ହୋଇଛି।

Leave a Reply

Your email address will not be published. Required fields are marked *