ଫେସବୁକରୁ ପ୍ରେମ ବିବାହ ଆଉ ତାପରେ ଜଣା ପଡ଼ିଲା ଝିଅ ନୁହେଁ ପୁଅ, ଆଉ ତାପରେ ଗାଁ ଲୋକ ମିଶି କଲେ ଏମିତି…. ଦେଖନ୍ତୁ ଭିଡିଓ

ଆଜିକା ସମୟରେ ସୋସିଆଲ ମିଡ଼ିଆରେ ପ୍ରେମ ଏବଂ ତାପରେ ଧୋକା ଖୁବ ସାଧାରଣ କଥା ହୋଇ ଗଲାଣି । କିନ୍ତୁ ଏପରି ଘଟଣା କେବେ ଘଟି ନଥିଲା ଯେଉଁ ଭଳି ଭାବରେ ଭଦ୍ରକ ବାସୁଦେବପୁର କଶିଆ ଅଞ୍ଚଳରେ ଘଟିଛି । ମେଘନାଦରୁ ମେଘନା କହି ଯୁବକଙ୍କୁ ପ୍ରେମ କରିଛନ୍ତି । ପରେ ବିବାହ ମଧ୍ୟ କରିଛନ୍ତି କିନ୍ତୁ ବିବାହ ପରେ ଜଣା ପଡ଼ିଛି ଯେ ସେ ମହିଳା ନୁହଁନ୍ତି ବରଂ ପୁରୁଷ । ତେବେ ଘଟଣା ବିଷୟରେ ସମ୍ପୂର୍ଣ୍ଣ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢ଼ନ୍ତୁ ।

ସୂଚନା ଅନୁଯାୟୀ ଆଲୋକ ମିସ୍ତ୍ରୀ ନାମକ ଜଣେ ବଙ୍ଗୀୟ ଯୁବକ ଫେସବୁକ ଜରିଆରେ ମେଘନା ନାମକ ଜଣେ ଯୁବତୀଙ୍କ ସହ କଥା ହେଉଥିଲେ । ତେବେ କଥା ହେଉ ହେଉ କେତେବେଳେ ଯେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ଉଭୟେ ଜାଣି ନଥିଲେ । ଫୋନରେ କଥାବାର୍ତ୍ତା ଏବଂ ପରେ ସିଧାସଳଖ ଦେଖା କରି ବିବାହ କରିବା ନିଷ୍ପତ୍ତି ନେଇଥିଲେ । ତେଣୁ ଆଲୋକ କୋଲକାତା ରୁ ଚଣ୍ଡିଖୋଲ ଏବଂ ମେଘନା କେନ୍ଦ୍ରାପଡାରୁ ଚଣ୍ଡିଖୋଲ ଆସି ବିବାହ କରି ଉଭୟେ ଆଲୋକଙ୍କ ମାମୁଁ ଘର ବାସୁଦେବପୁର ବିନୋବଭାବେ ନଗରକୁ ଯାଇଥିଲେ ।

ଆଲୋକଙ୍କ ମାମୁଁ ଘର ଲୋକେ ନୂଆ ବୋହୂକୁ ଘର ଭିତରକୁ ପାଛୋଟି ନେଇଥିଲେ । ସେତେ ପର୍ଯ୍ୟନ୍ତ କେହିବି ଜାଣି ପାରି ନଥିଲେ ଯେ ମେଘନା ହେଉଛି ଜଣେ ପୁରୁଷ । ଏମିତି ଘରେ ବିବାହ ପାଇଁ ଭୋଜିର ଆୟୋଜନ କରାଯାଇ ରାତିରେ ଗାଁ ସାହି ପଡ଼ିଶା ଲୋକଙ୍କୁ ମଧ୍ୟ ଡକା ସରିଥିଲା । ଭୋଜିକୁ ଆସିଥିବା ଜଣେ ମହିଳା ମେଘନାଙ୍କୁ ଦେଖି ସେ ଝିଅ ନୁହେଁ ପୁରୁଷ ଏବଂ ତାଙ୍କର ଅସଲ ନାମ ମେଘନାଦ କହିଥିଲେ । ତାଙ୍କ ଘର କେନ୍ଦ୍ରାପଡ଼ା ରାମନଗରର ବୋଲି ମଧ୍ୟ କହିଥିଲେ । କିନ୍ତୁ ତଥାପି ମେଘନାଦ ନିଜକୁ ପୁରୁଷ ବୋଲି ସ୍ୱୀକାର କରି ନଥିଲା ।

ମାତ୍ର ସକାଳେ କଥା ଆହୁରି ଚର୍ଚ୍ଚାକୁ ଆସିବାରୁ ଉକ୍ତ ମହିଳା ଜଣକ ଗାଁ କୁ କଲ କରି ମେଘନାଦ ଘରେ ଅଛନ୍ତି କି ନାହିଁ ପଚାରି ସବୁ କଥାକୁ ସ୍ପଷ୍ଟ କରିଥିଲେ । ଏହାପରେ ପୁରା କଥାର ପର୍ଦାଫାସ ହୋଇଥିଲା । ସମସ୍ତେ ଜାଣିବାକୁ ପାଇଲେ ଯେ ସେ ମେଘନା ନୁହଁନ୍ତି ବରଂ ମେଘନାଦ । ଘଟଣା ବିଷୟରେ ଜାଣିବା ପରେ ଉତ୍ୟକ୍ତ ପରିବାର ଲୋକେ ଏବଂ ପଡ଼ୋଶୀ ଲୋକେ ତାଙ୍କୁ ବାଡେଇ ଥିଲେ । ଏମିତିକି ତାଙ୍କ ଚୁଟି କାଟି ଦେଇଥିଲେ । ପରେ ଘଟଣାସ୍ଥଳରେ କଶିଆ ପୋଲିସ ଆସି ଘଟଣା ବିଷୟରେ ତଦନ୍ତ କରି ମେଘନାଦଙ୍କୁ ଏପରି କରିବାର କାରଣ ପଚାରିଥିଲା ।

କିନ୍ତୁ ମେଘନାଦ ପ୍ରଥମେ କିଛିବି ଉତ୍ତର ଦେଇନଥିଲେ । ଅଧିକ ପଚାରିବାରୁ ସେ ସବୁ ସତ କଥା ମାନିଥିଲେ ଯେ ସେ ଫେସବୁକରେ ଝିଅ ଗେଟଅପରେ ଫୋଟ ପୋଷ୍ଟ କରୁଥିଲେ ଏମିତିକି ତାଙ୍କ ସ୍ୱର ମଧ୍ୟ ଝିଅ ଭଳି ହୋଇ ଥିବାରୁ କେହିବି ତାଙ୍କ ଉପରେ ସନ୍ଦେହ କରିନଥିଲେ । ସେ ଏପରି କରିବାର କାରଣ ବିଷୟରେ ପଚରା ଯିବାରୁ କହିଛନ୍ତି ଯେ ତାଙ୍କୁ ବଙ୍ଗୀୟ ବୋହୂ ହେବାର ବେଶ ଇଚ୍ଛା ଥିଲା । ମାତ୍ର ସେ ଏହା ଜାଣିନଥିଲେ ଯେ ମିଛ ଦିନେ ନା ଦିନେ ସର୍ବସମ୍ମୁଖକୁ ଆସିବ । ଆଉ ତାହା ହିଁ ଘଟିଥିଲା । ବିବାହ ପରେ ଜଣା ପଡ଼ିଥିଲା ଯେ ମହିଳା ନୁହେଁ ବରଂ ପୁରୁଷ ।

Leave a Reply

Your email address will not be published. Required fields are marked *