ପ୍ରକୃତ ମଣିଷ ପଣିଆର ଶକ୍ତ ଉଦାହରଣ , ଆଜି ବି ବଂଚିଛି ମଣିଷ ପଣିଆ : ଦେଖନ୍ତୁ ଭିଡ଼ିଓ

ଏ ଦୁନିଆଁରେ ଆଉ ମାନବିକତା ବଞ୍ଚିନାହିଁ କାହିଁକିନା ଦୁନିଆଁଟା ସ୍ୱାର୍ଥପର ପାଲଟିଯାଇଛି ବୋଲି ସମସ୍ତେ କହିଥାନ୍ତି । ସମସ୍ତେ ନିଜ କାମରେ କାମ ରଖିଥାନ୍ତି ଆଉ କାହା କଥା ଭାବନ୍ତି ନାହିଁ । ସ୍ୱାର୍ଥରେ ଭରପୁର ଏ ମଣିଷ କେବେ କାହାର କଥା ଚିନ୍ତା ନ କରି ନିଜ କାର୍ଯ୍ୟ ପାଇଁ ଆଗଭର ହୋଇ ରହିଥାଏ । ତାର ଲାଭ ଯେଉଁଠି ହୋଇଥାଏ , କେବଳ ସେଠାକୁ ସେ ଦୌଡ଼ିଥାଏ ଆଉ ନିଜ ସ୍ୱାର୍ଥ ଶେଷ ହେବା ପରେ ସେ ସେଠାରୁ ପଳେଇ ଆସିଥାଏ । ଏ ଦୁନିଆଁରେ ସମସ୍ତେ ମଣିଷରୁ ପଶୁ ପାଲଟି ଯାଉଛନ୍ତି ଆଉ ପଶୁ ଭଳି ମଧ୍ୟ ଅଭିନୟ କରୁଛନ୍ତି । ଅନ୍ୟକୁ ସାହାଯ୍ୟ କରିବା ତ ଦୂରର କଥା ଅନ୍ୟମାନଙ୍କୁ ଅନାଉ ବି ନାହାଁନ୍ତି । ତେବେ ବର୍ତ୍ତମାନର ସୋସିଆଲ ମିଡ଼ିଆ ଜଗତରେ ଆପଣ ଏଭଳି କିଛି ଭିଡ଼ିଓ ଦେଖିପାରିବେ , ଯାହାକୁ ଦେଖିଲା ପରେ ଆପଣଙ୍କୁ ଏ ଦୁନିଆଁରେ ମଣିଷପଣିଆ ବଞ୍ଚିଛି ବୋଲି ନିଶ୍ଚିତ ଭାବରେ ଲାଗିବ । ଆସନ୍ତୁ ସେ ବିଷୟରେ ଜାଣିବା ।

ତେବେ ସୋସିଆଲ ମିଡିଆରେ ଅନେକ ଭିଡ଼ିଓ ଭାଇରାଲ ହୋଇଥାଏ । ଆଉ ସେହି ଭାଇରାଲ ଭିଡ଼ିଓ ଗୁଡିକ ମଧ୍ୟରୁ ଏଭଳି କିଛି ଭିଡ଼ିଓ ରହିଥାଏ , ଯାହା ଆମ ମନକୁ ଛୁଇଁ ଯାଇଥାଏ । ଆମେ ସେଗୁଡିକୁ ସହଜରେ ଭୁଲି ପାରେନାହିଁ । ତେବେ ମାନବିକତାରେ ପରିପୂର୍ଣ୍ଣ ହୋଇଥିବା ଏହି ଭିଡ଼ିଓ ଗୁଡିକୁ ଆପଣଙ୍କୁ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ କରିଦେବ । ତେବେ ଆପଣ ପ୍ରଥମ ଭିଡ଼ିଓରେ ଦେଖି ପାରିବେ କି ଗୋଟିଏ କୁକୁରର ଗୋଡ଼ ଭା-ଙ୍ଗି ଯାଇଥିଲା ଆଉ ସେ ସହଜରେ ଚାଲି ପାରୁନଥିଲା । ଅନେକ କଷ୍ଟରେ ସେ ଛୋଟେଇ ଛୋଟେଇ ଚାଲୁଥିଲା। ତେବେ କୁକୁରର ଏଭଳି ପରିସ୍ଥିତିକୁ ପାଖରେ ଛିଡା ହୋଇଥିବା ଜଣେ ଲୋକ ପରିଲକ୍ଷିତ କରୁଥିଲେ ଆଉ ସେ ଏହାକୁ ସହି ପାରୁନଥିଲେ । ତାପରେ ସେ କୁକୁରକୁ ଉ-ଦ୍ଧା-ର କରି ଚିକିତ୍ସା କରିବାକୁ ନେଇଗଲେ ଆଉ କିଛି ଦିନ ପରେ କୁକର ସୁସ୍ଥ ହୋଇ ଚାଲିବାକୁ ଲାଗିଲା ।

ଆଉ ଏକ ଭିଡ଼ିଓରେ ଆପଣ ଦେଖିପାରିବେ କି , ଗୋଟିଏ କାର ଭିତରେ ଛୋଟ ଛୁଆଟିଏ ବନ୍ଦ ହୋଇ ଯାଇଥିଲା । ଯେତେ ଚେଷ୍ଟା ପରେ ମଧ୍ୟ ଲୋକମାନେ ପିଲାଟିକୁ ବାହାର କରି ପାରୁନଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପିଲାକୁ ଉ-ଦ୍ଧା-ର କରିବାପାଇଁ ନିରନ୍ତର ଉଦ୍ୟମ କରୁଥିଲା । କେହି ମଧ୍ୟ ପିଲାଟିକୁ ଉ-ଦ୍ଧା-ର କରିବାପାଇଁ ସଫଳ ହୋଇ ପାରୁନଥିଲେ । ତେବେ ସେହି ସମୟରେ ପୋ-ଲି-ସ ହାତରେ ଧରା ପଡିଥିବା ଚୋ-ର ମାନେ ତିଲଶ୍ମି ଉପାୟ ଦ୍ୱାରା ଗାଡିର ଲକ ଫିଟାଇ ଦେଇଥିଲେ ଆଉ ପିଲାଟିକୁ ଉ-ଦ୍ଧା-ର କରିଥିଲେ ।

ଅନ୍ୟ ଏକ ଭିଡ଼ିଓରେ ବାଟରେ ଗୋଟିଏ ମାଆ ବତକ ତାର ପିଲାମାନଙ୍କୁ ନେଇ ଯାଉଥିଲା । କିନ୍ତୁ ସେ ଜାଣି ନଥିଲା ଯେ , ଆଗକୁ ଗୋଟିଏ ବଡ଼ ଡ୍ରେନ ଅଛି । ତେବେ ଟିକିଏ ଆଗକୁ ଯିବା ପରେ ସେହି ଡ୍ରେନରେ ତାର ପିଲାମାନେ ପଡି ଯାଇଥିଲେ । ଆଉ ବତକର ବୁଦ୍ଧି ବଣା ହୋଇଗଲା । ତେବେ ସେହି ସମୟରେ ପାଖରେ ଥିବା ଲୋକମାନେ ଆସି ଡ୍ରେନ ମଧ୍ୟରୁ ବତକ ଛୁଆ ଗୁଡିକୁ ଉ-ଦ୍ଧା-ର କରିଥିଲେ ।

ଆଉ ଗୋଟିଏ ଭିଡ଼ିଓରେ ବାଟରେ ତିନିଜଣ ଯୁବତୀ ଏକାଠି ଯାଉଥିଲେ ଆଉ ସେହି ସମୟରେ କାରରେ କିଛି ପୁଅ ଆସି ସେମାନଙ୍କୁ ହଇ-ରାଣ କରିବାକୁ ଲାଗିଥିଲେ । ତେବେ ଏହାକୁ ବି-ରୋ-ଧ କରି ଜଣେ ପୁଅ ବାଇକରେ ଆସି ସେହି ଝିଅମାନଙ୍କ ସହ ଯିବାକୁ ଲାଗିଥିଲେ । ଏହାକୁ ଦେଖି ସେହି ପୁଅମାନେ ଭୟଭୀତ ହୋଇ ସେହି ସ୍ଥାନରୁ ପଳାଇ ଯାଇଥିଲେ ।

Leave a Reply

Your email address will not be published. Required fields are marked *