ଅର୍ଚ୍ଚନାଙ୍କ ୭ ବର୍ଷ ପୂର୍ବରୁ ନେଇଥିବା ୪୫୦ ଟଙ୍କା ଆଜି ଯାଏଁ ଫେରାଇ ନାହାଁନ୍ତି

ଲେଡୀ ବ୍ଲା-କମେ-ଲର ନାମରେ ପରିଚିତ ଅର୍ଚ୍ଚନା ନାଗ । କେତେ ଯେ ଟଙ୍କା ସେ ଲୋକଙ୍କ ଠାରୁ ଲୁ-ଟି ନେଇଛନ୍ତି ତାର ଗଣନା କରି ହେବ ନାହିଁ । ନିଜ ଦେହ ବିକି ସେ ଲୁ-ଟି ଚାଲିଥିଲେ କୋଟି କୋଟି ଟଙ୍କା ଆଉ ସେଥିରେ କରୁଥିଲେ ମଜା ମଜଲିସ। ଏଥିରେ ତାଙ୍କର ସାଥ ଦେଉଥିଲେ ତାଙ୍କ ସ୍ଵାମୀ । ଯିଏ ନିଜ ସ୍ତ୍ରୀର ବକରା ସାଜି ଯାଉଥିଲେ ଆଉ କରୁଥିଲେ ସ୍ତ୍ରୀର ଅନ୍ୟ ପୁରୁଷ ମାନଙ୍କ ସହିତ ସ-ମ୍ପର୍କ ରଖୁଥିବା ସମୟ ଭିଡିଓ ।

ତେବେ ଏହି ଭିଡିଓ ଦେଖାଇ ଅନ୍ୟ ମାନଙ୍କୁ କରୁଥିଲେ ବ୍ଲା-କମେ-ଲ । ଆଉ ଏଥିରୁ ଲୁ-ଟି ଆଣୁଥିଲେ ଟଙ୍କା ଆଉ ନିଜ ଭରଣା ପୋଷଣ କରୁଥିଲେ । ତେବେ ଦେଖୁ ଦେଖୁ ଜଣେ ଅସୁନ୍ଦର ଝିଅ ପାଲଟି ଯାଇଥିଲେ ସୁନ୍ଦରୀ ଆଉ ହୋଇ ଯାଇଥିଲେ କୋଟି କୋଟି ସମ୍ପତ୍ତିର ମାଲିକାଣୀ । ତାଙ୍କ ପାଖରେ ନଥିଲା କିଛି ବି ଅ-ଭାବ । ଦାମୀ ଦାମୀ ଟଙ୍କାର ବିଳାସପୂର୍ଣ୍ଣ ଜିନିଷ ତାଙ୍କ ଘରେ ଭରି ହୋଇଥିଲା ।

କିନ୍ତୁ ବର୍ତ୍ତମାନ ଏପରି କିଛି କଥା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣଙ୍କୁ ଆଶ୍ଚର୍ୟ୍ଯ ଲାଗିବା ସହ ହସ ମଧ୍ୟ ଲାଗିବ । ସାତ ବର୍ଷ ପୂର୍ବରୁ ଯେତେବେଳେ ଅର୍ଚ୍ଚନା ଭୁବନେଶ୍ୱର ଆସିଥିଲେ ସେତେବେଳେ ତାଙ୍କ ପାଖରେ ଆଦୌ ଟଙ୍କା ନଥିଲା । ବହୁତ କମ୍ ଟଙ୍କାରେ ସେ କାମ କରୁଥିଲେ । ତେବେ ସେହି ସମୟରେ ଅର୍ଚ୍ଚନା ଇଏମଆଇ ଦେଇ ଗୋଟିଏ ଗାଡ଼ି କିଣିଥିଲେ । ତେବେ ସମୟ ବିତିବା ସହିତ ଇଏମଆଇ ଟଙ୍କା ତାଙ୍କୁ ଦେବାକୁ ପଡୁଥିଲା ।

ତେବେ ସେହି ସମୟରେ ତାଙ୍କ ଆର୍ଥିକ ଅବସ୍ଥା ଏତେ ଖରାପ ଥିଲା ଯେ , ଥରେ ତାଙ୍କ ଘରକୁ ଇଏମଆଇ ସଂଗ୍ରହ କରୁଥିବା ବ୍ୟକ୍ତି ଆସିଥିଲେ ଟଙ୍କା ମାଗିବା ପାଇଁ ଆଉ ତାଙ୍କ ଘରେ ବସିଥିଲେ । ଏହି ସମୟରେ ଡେଲିଭରି ବୟ ଆସିଥିଲେ ତାଙ୍କ ଘରକୁ ଆଉ ଯେଉଁ ଜିନିଷ ନେଇ ଆସିଥିଲେ ତାର ମୂଲ୍ୟ ଥିଲା ୪୫୦ ଟଙ୍କା । କିନ୍ତୁ ସେହି ସମୟରେ ତାଙ୍କ ପାଖରେ ଟଙ୍କା ନଥିଲା । ତେଣୁ ସେ ବାଧ୍ୟ ହୋଇ ଇଏମଆଇ ନେବାକୁ ଆସିଥିବା ବ୍ୟକ୍ତିଙ୍କ ଠାରୁ ଟଙ୍କା ମାଗି ଦେଇଥିଲେ ଆଉ କହିଥିଲେ ସନ୍ଧ୍ୟା ବେଳକୁ ଦେଇ ଦେବେ

ଏହାବ୍ୟତୀତ ଇଏମଆଇ ଟଙ୍କା ମଧ୍ୟ ଦେଇ ନଥିଲେ । ତେବେ ଗଣମାଧ୍ୟମ ସହ କଥାବାର୍ତ୍ତା କରି ସେହି ଇଏମଆଇ ନେଉଥିବା ବ୍ୟକ୍ତି ଜଣକ କହିଛନ୍ତି କି , ସାତ ବର୍ଷ ହୋଇ ଗଲାଣି ଅର୍ଚ୍ଚନା ଏ ଭିତରେ କୋଟିପତି ମଧ୍ୟ ହୋଇ ଯାଇଥିଲେ କିନ୍ତୁ ତାଙ୍କ ୪୫୦ ଟଙ୍କା ଆଜି ଯାଏଁ ଫେରାଇ ନଥିଲେ । ସେ ଭୁଲି ଯାଇଥିଲେ ତାଙ୍କୁ ସାହାଯ୍ୟ କରିଥିବା ବ୍ୟକ୍ତିଙ୍କୁ । ତେବେ ସେ ଯାହା ବି ହେଉ ନା କାହିଁକି ଅର୍ଚ୍ଚନା ବର୍ତ୍ତମାନ ନିଜ କଲା କର୍ମର ଫଳ ଜେ-ଲ ମଧ୍ୟରେ ଭୋଗୁଛନ୍ତି।

Leave a Reply

Your email address will not be published. Required fields are marked *