ସୁନ୍ଦରୀ ଅର୍ଚ୍ଚନାଙ୍କ ଖେଳ ଖତମ, ଧନୀ ବ୍ୟକ୍ତିଙ୍କୁ ଫସାଇବା ସୁନ୍ଦରୀଙ୍କୁ ପଡିଲା ମହଙ୍ଗା…

ନିଜ ରୂପର ଯାଦୁରେ ବଡ଼ ବଡ଼ ନେତା ମନ୍ତ୍ରୀ ଆଉ ଧନୀ ବ୍ୟକ୍ତିଙ୍କୁ ବିମୋହିତ କରୁଥିଲେ ସୁନ୍ଦରୀ ଅର୍ଚ୍ଚନା। ପ୍ରଥମେ ପ୍ରେମ ଆଳାପ ଆଉ ତା ପରେ ଡାକୁଥିଲେ ନିଜ ଘରକୁ ଯେତେବେଳେ ଘରକୁ ନେତା ମନ୍ତ୍ରୀ ଓ ବଡ଼ ବଡ଼ ଧନୀ ବ୍ୟକ୍ତି ଆସୁଥିଲେ ସେତେବେଳେ ସୁନ୍ଦରୀ ଅର୍ଚ୍ଚନା ସେମାନଙ୍କୁ ନିଜ ଜାଲରେ ଫସାଉଥିଲା। କେହି ହେଲେ ମଧ୍ୟ ଅର୍ଚ୍ଚନାଙ୍କ ମାୟା ବୁଝି ପାରୁନଥିଲେ।

ବନ୍ଧୁଗଣ ଆପଣ ମାନେ ପୂର୍ବରୁ ଶୁଣିଥିବେ ସାଧାରଣତ ଯୁବକ ମାନେ ଅନ୍ୟକୁ ଡରେଇ ଧମକ ଦେଇ ଟଙ୍କା ଲୁଟ କରିବା କଥା। ଆଉ ସେହି ଭଳି ଖବର ଅନେକ ସମୟରେ ଗଣମାଧ୍ୟମରେ ଚର୍ଚ୍ଚା ମଧ୍ୟ ହୁଏ। ହେଲେ ଏଥର ଜଣେ ମହିଳା ନିଜ ରୂପକୁ ବ୍ୟବହାର କରି ଯୁବକଙ୍କୁ ତଳି ତଳାନ୍ତ କରିବା ଘଟଣା ସାମ୍ନାକୁ ଆସିବା ପରେ ସାଧାରଣରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି। ଆଉ ଏବେ ସୁନ୍ଦରୀ ଅର୍ଚ୍ଚନାଙ୍କ ଏହି ଖେଳ କୁ ଭଣ୍ଡୁର କରିଛି କମିଶନରେଟ ପୋଲିସ।

ହଁ ଆଜ୍ଞା ଏ ସୁନ୍ଦରୀଙ୍କ କଥା ଶୁଣିଲେ ଆପଣଙ୍କର ହୋସ ଉଡିଯିବ। ଏହି ସୁନ୍ଦରୀ ଅର୍ଚ୍ଚନା ଏମିତି ସେମିତି ଲୋକଙ୍କୁ ନିଜ ମାୟା ଜାଲରେ ଫସାଉ ନଥିଲେ। ଏହି ସୁନ୍ଦରୀଙ୍କ ଟାର୍ଗେଟ ରେ ରହୁଥିଲେ ବଡ଼ ବଡ଼ ନେତା ପୋଲିସ ଅଫିସର ଆଉ ବ୍ୟବସାୟୀ ମାନେ। ଯାହାଙ୍କ ପାଖରେ କି ପ୍ରଚୁର ଅର୍ଥ ଥିଲା। ଏହି ସୁନ୍ଦରୀ ସେମାନଙ୍କୁ ଫସାଇ ଟଙ୍କା ଲୁଟ କରୁଥିଲେ। ହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଚୋର ଘର ସବୁ ଦିନ ଅନ୍ଧାର ରୁହେ ନାହିଁ।

ଅମାବାସ୍ୟା ପରେ ପୂର୍ଣ୍ଣିମାର ଜହ୍ନ ନିହାତି ଆକାଶକୁ ଆଲୋକିତ କରେ ଆଉ ଠିକ ସେହିଭଳି ଏହି ସୁନ୍ଦରୀଙ୍କ କାଣ୍ଡ କାରନାମା ପୋଲିସ ହାତରେ ଧରା ପଡିଥିଲା। ଆଉ ଏବେ ପୋଲିସ ଏହି ସୁନ୍ଦରୀ ଅର୍ଚ୍ଚନାଙ୍କୁ ଏକ ସ୍ଥାନକୁ ନେଇ ଅଧିକ ତଦନ୍ତ ଜାରି ରଖିଛି। ତାଙ୍କ ମୁହଁରୁ ହିଁ ଗୋଟି ଗୋଟି କଥା ଆଦାୟ କରୁଥିବା କୁହାଯାଉଛି।

ସୂଚନା ଅନୁଯାୟୀ ଏହି ମାୟାବିନୀ ସୁନ୍ଦରୀ କେବଳ ନେତା ମନ୍ତ୍ରୀଙ୍କୁ ନୁହେଁ ପୋଲିସଙ୍କୁ ମଧ୍ୟ ଫସାଇଥିଲେ। ପ୍ରଥମେ ଏହି ସୁନ୍ଦରୀ ଜଣଙ୍କ ଖୋଜି ବୁଲନ୍ତି ଧନୀ ବ୍ୟକ୍ତିଙ୍କୁ। ଯେତେବେଳେ ଧନୀ ବ୍ୟକ୍ତିଙ୍କ ବିଷୟରେ ସମସ୍ତ ତଥ୍ୟ ସଂଗ୍ରହ କରି ଜାଣନ୍ତି ତାଙ୍କ ପାଖରେ ପ୍ରଚୁର ଅର୍ଥ ଅଛି ସେତେବେଳେ ସୁନ୍ଦରୀ ତାଙ୍କୁ ଫେସବୁକ ରେ ଫ୍ରେଣ୍ଡ ରୀକୁୱେଷ୍ଟ ପାଠନ୍ତି।

ଆଉ ବନ୍ଧୁହେବା ପରେ ମିଠା ମିଠା କୁହନ୍ତି ସୁନ୍ଦରୀ। ଅର୍ଚ୍ଚନା ଙ୍କ ମିଠା ମିଠା କଥା ଯିଏ ଶୁଣିବେ ସେ ମଧ୍ୟ ଦିବାନି ହୋଇଯିବେ ଆଜ୍ଞା। ଆଉ ତା ପରେ ଧନୀ ବ୍ୟକ୍ତି ମାନଙ୍କୁ ଘରକୁ ଡାକି ଏକ ଗୁପ୍ତ କୋଠରୀରେ ଶାରୀରିକ ସମ୍ପର୍କ ରଖନ୍ତି। ହେଲେ 420 ସୁନ୍ଦରୀ ପୂର୍ବରୁ ପ୍ରସ୍ତୁତ କରିଥାନ୍ତି ମାୟା ଜାଲ। ଅର୍ଥାତ ଯେଉଁ କୋଠରୀରେ ସେ ନେତା ମନ୍ତ୍ରୀ,ପୋଲିସ,ଓ ପ୍ରଯୋଜକଙ୍କ ସହ ସମ୍ପର୍କ ରଖନ୍ତି ସେହି ରୁମରେ ପୂର୍ବରୁ ସେ ଏକ ଗୁପ୍ତ କ୍ୟାମେରା ଲୁଚାଇ ରଖିଥାନ୍ତି।

ତେବେ ଯେତେବେଳେ ଶାରୀରିକ ସମ୍ପର୍କ ରଖି ସାରନ୍ତି। ସେହି ସମୟର ଭିଡିଓ କ୍ୟାମେରାରେ କଏଦ ହୋଇ ରହିଥାଏ ଆଉ ପରେ ସେହି ଭିଡିଓ ପଠାଇ ବିପୁଳ ଟଙ୍କା ମାଗନ୍ତି। ଟଙ୍କା ନଦେଲେ ଭିଡିଓ ଭାଇରାଲ କରିଦେବାର ମଧ୍ୟ ଧମକ ଦିଅନ୍ତି। ତେବେ ବର୍ତ୍ତମାନ ଏହି ମହିଳାଙ୍କୁ କମିଶନରେଟ ପୋଲିସ ଗିରଫ କରିଥିବା ବେଳେ ତାଙ୍କ ଠାରୁ ଦୁଇଟି ପେନ ଡ୍ରାଇଭ ଓ ଦୁଇଟି ମୋବାଇଲ ମଧ୍ୟ ଜବତ କରିଛି ପୋଲିସ। ସେପଟେ ଯାହା ଶୁଣିବାକୁ ମିଳୁଛି କି ଏହି ପେନ ଡ୍ରାଇଭରେ ଅନେକ ବଡ଼ ବଡ଼ ନେତାଙ୍କର ଗୁମର ଲୁଚିକି ରହିଛି। ତେବେ ସେ ଯାହା ବି ହେଉ ପୋଲିସର ତଦନ୍ତ ଶେଷ ହେବା ପରେ ଆହୁରି ଅନେକ ଘଟଣା ସାମ୍ନାକୁ ଆସିବ ବୋଲି ଲୋକେ କହୁଛନ୍ତି।

Leave a Reply

Your email address will not be published. Required fields are marked *