ସୁରକ୍ଷା ଆଗରୁ ନୈତିକତାର ଭାଷଣ, କହିଲେ ଝିଅ ହୋଇଛ ଝିଅ ଭଳି ରୁହ :- ଦେଖନ୍ତୁ ଭିଡିଓ

ବର୍ତ୍ତମାନ ସମୟରେ ସାରା ରାଜ୍ୟରେ ଏକ ଘଟଣା ଚର୍ଚ୍ଚା ସୃଷ୍ଟି କରୁଛି ଯାହା ଜାଣିଲେ ଆପଣ ଆଦୌ ବିଶ୍ୱାସ କରି ପାରିବେ ନାହିଁ । ତେବେ ଘଟଣା ଅନୁଯାୟୀ ଏକ ଗାର୍ଲସ ହଷ୍ଟେଲରେ ଏକ ଚୋର ପଶି ଜଣେ ଝିଅର ବେକରେ ବ୍ଲେଡ଼ ଲଗାଇ ଇନରକୁ କାଟି ଦେବା ସହିତ ଅସଦାଚରଣ ମଧ୍ୟ କରିଥିଲା। ତେବେ ଏହାକୁ ନେଇ ହଷ୍ଟେଲ ୱାର୍ଡେବ ଯାହା କହୁଛନ୍ତି ତାହା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ତେବେ ଏହି ଘଟଣା କେନ୍ଦ୍ରାପଡ଼ା ଅଟୋନମୋସ କଲେଜ ଗାର୍ଲସ ହଷ୍ଟେଲର ଅଟେ । ଯେଉଁଠି ଆଜି ହଷ୍ଟେଲର ଝରକା ଭାଙ୍ଗି ଚୋର ପଶି ଜଣେ ଝିଅ ବେକରେ ବ୍ଲେଡ଼ ଲଗାଇ ତାର ଇନର କାଟି ଦେଇଥିଲା ଏବଂ ତାଙ୍କ ସହିତ ଦୁର୍ବ୍ୟବହାର ମଧ୍ୟ କରିଥିଲା । ଏହି ଘଟଣାକୁ ନେଇ ପିଲାଙ୍କ ଠାରୁ ଆରମ୍ଭ କରି ଅବିଭାବକଙ୍କ ପର୍ଯ୍ୟନ୍ତ ସମସ୍ତେ ଚିନ୍ତା ପ୍ରକଟ କରୁଛନ୍ତି ।

ତେବେ ଏସବୁ ହେବାର ଦୁଇଟି କାରଣ ହୋଇପାରେ । ପ୍ରଥମତଃ ଏହି ହଷ୍ଟେଲରେ ଯେଉଁ ସିକ୍ୟୁରୀଟି ରହିଛନ୍ତି ସେ ପିଲାଙ୍କ ସିକ୍ୟୁରୀଟି ପ୍ରତି ଧ୍ୟାନ ଦେଉ ନାହାଁନ୍ତି । କିମ୍ବା ଦ୍ୱିତୀୟତଃ ଏହି ହଷ୍ଟେଲରେ କାର୍ଯ୍ୟରତ ଥିବା ପୂର୍ଣ୍ଣମାସି ପଣ୍ଡା ଯଦି କେହି ଝିଅ ତାଙ୍କ ପାଖକୁ ନିଜର ସୁରକ୍ଷା ନେଇ ଅଭିଯୋଗ କରିବାକୁ ଆସେ ତେବେ ତାହାକୁ ଧ୍ୟାନ ନଦେଇ ଝିଅଙ୍କୁ ନୈତିକତାର ଜ୍ଞାନ ଜଣାନ୍ତି । ତେଣୁ ଯେତେବେଳେ ଝିଅଟିକୁ ଏପରି ଅସଦାଚରଣ କରାଯାଇଥିଲା ସେତେବେଳେ ଛାତ୍ରୀମାନେ ଅଭିଯୋଗ ମଧ୍ୟ କରିଥିଲେ । ଏହାସହିତ ଅନ୍ୟାନ୍ୟ ଜାଗାରୁ ଫୋନ ତଥା ଟଙ୍କା ଚୋରି ହୋଇଥିଲା ।

ତେବେ ସେଠାକାର ଜଣେ ଛାତ୍ରୀଙ୍କ କହିବା ଅନୁଯାୟୀ ସେଠାକାର ସିକ୍ୟୁରୀଟି ପାଇଁ ଯେଉଁ ଲୋକ ଅଛନ୍ତି ସେ କେବଳ ସମୟକୁ ସମୟ ବେଲ ବଜାଇବାକୁ ହିଁ ଆସନ୍ତି । ଯେମିତି ତାଙ୍କ କାମ ହିଁ କେବଳ ବେଲ ବଜାଇବା । ତେବେ ଅନ୍ୟ ପଟେ ଏହି ଘଟଣା ପରେ ପୋଲିସକୁ ଖବର ଦେବାରେ ମଧ୍ୟ ବିଳମ୍ବ କରାଯାଇଥିଲା ।

ଆଉ ଏହାପରେ ପୋଲିସ ଆସି ଏଫଆଇଆର ମଧ୍ୟ ରଖିଥିଲା । ପୋଲିସ ମାମଲାକୁ ସମାଧାନ କରିବାକୁ ମଧ୍ୟ ଚେଷ୍ଟା କରିଥିଲା । ତେବେ ଏସବୁ ପୂର୍ବରୁ ସବୁଠାରୁ ବଡ଼ ତର୍ଜମାର ବିଷୟ ଏହା ଯେ ଗାର୍ଲସ ହଷ୍ଟେଲରେ ଇଏ କିପରି ସୁରକ୍ଷା ଯେଉଁଠି ଗାର୍ଲସ ମାନେ ଅସୁରକ୍ଷିତ ତାହା ଗାର୍ଲସ ହଷ୍ଟେଲ କିପରି ?

ଯଦି ଗାର୍ଲସ ହଷ୍ଟେଲରେ ରହୁଥିବା ଜଣେ ଝିଅ ସୁରକ୍ଷିତ ନାହିଁ ତେବେ କଲେଜ ପ୍ରଶାସନ କିମ୍ବା ୱାର୍ଡେନ କରୁଛନ୍ତି କଣ ? ତେବେ ଜଣେ ସୁପରିଟେଣ୍ଡେଣ୍ଟର ପ୍ରଥମ କାମ ଏହା ଯେ ପିଲାଙ୍କ ସମସ୍ୟା ବୁଝି ତାହାର ସମାଧାନ କରିବା । କିନ୍ତୁ ଏଠାରେ ଓଲଟା ନୈତିକତାର ଜ୍ଞାନ ଦିଆଯାଉଛି । ଏଠାରେ ଝିଅଙ୍କ ସୁରକ୍ଷା ଠାରୁ ଅଧିକ ଝିଅ ମାନେ କଣ ପିନ୍ଧିଥିଲେ କଣ ନପିନ୍ଧିଥିଲେ ତାହାକୁ ନେଇ ତର୍ଜମା କରିଛନ୍ତି ୱାର୍ଡେନ । ତେଣୁ ଘଟଣାକୁ ନେଇ ବିଭାଗୀୟ ତଦନ୍ତ ହେବା ସହିତ ପୋଲିସ ଏହି ମାମଲାରେ ତଦନ୍ତ ମଧ୍ୟ କରିବା ଉଚିତ ।

Leave a Reply

Your email address will not be published. Required fields are marked *