ସାତ ଦିନ ପରେ ସତ ହେଲା ସ୍ୱପ୍ନାଙ୍କ ସ୍ୱପ୍ନ, ଗୁରୁବାର ସ୍ୱାମୀଙ୍କ ଗୃହ ପ୍ରବେଶ କଲେ ସ୍ଵପ୍ନା…

ସନ୍ଧେହ ଏକ ସୁନା ସଂସାରକୁ ଚୁନା କରିଦେଇଥିଲା। ସନ୍ଦେହ ପାଇଁ ଉଜୁଡି ଯିବାକୁ ବସିଥିଲା ଦୀର୍ଘ ବର୍ଷର ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ। ସ୍ୱାମୀ ସନ୍ଦେହ କରୁଥିଲେ ସ୍ତ୍ରୀଙ୍କର ଭଣଜା ସହ ଖରାପ ସମ୍ପର୍କ ଅଛି ଆଉ ସ୍ତ୍ରୀ ସନ୍ଦେହ କରୁଥିଲେ ସ୍ୱାମୀଙ୍କର ଅନ୍ୟ କେଉଁ ଝିଅ ସହ ଖରାପ ସମ୍ପର୍କ ଅଛି। ତେବେ ଉଇ ଭଳି ଏକ ହସ ଖୁସିର ସଂସାରକୁ ଭିତରେ ଭିତରେ ଖାଇ ଚାଲିଥିଲା ସନ୍ଦେହ। ଆଉ ଶେଷରେ ସନ୍ଧେହ ପାଇଁ ସ୍ୱାମୀ ସ୍ତ୍ରୀ ଉଭୟ ମଧ୍ୟ ଅଲଗା ହୋଇଯାଇଥିଲେ।

କେବଳ ସ୍ୱାମୀ ସ୍ତ୍ରୀ ନୁହେଁ ସନ୍ଦେହ ଦୁଇ ଛୁଆଙ୍କୁ ମଧ୍ୟ ଅଲଗା କରିଦେଇଥିଲା। ସ୍ୱାମୀ ସ୍ତ୍ରୀଙ୍କ କୋଳରେ ଥିବା ଦୁଇ ଛୁଆ ବାପା ମାଙ୍କ ପାରିବାରିକ ବିବାଦ ଭିତରେ ଅଲଗା ହୋଇଯାଇଥିଲେ ବଡ଼ ପୁଅ ବାପାଙ୍କ ପାଖରେ ରହୁଥିବା ବେଳେ ସାନ ପୁଅ ମା ସ୍ୱପ୍ନାଙ୍କ ପାଖରେ ରହୁଥିଲେ। ସ୍ୱାମୀ କହୁଥିଲେ ଛୁଆ ମୋର ନୁହେଁ। କେବଳ ଏତିକି ନୁହେଁ ସ୍ୱାମୀ ସାନ ପୁଅକୁ ନିଜ ପିଲା ବୋଲି ଗ୍ରହଣ କରୁନଥିବା ବେଳେ ବଡ଼ ପୁଅକୁ ମା ଠାରୁ ଅଲଗା କରି ମାକୁ ନିଜ ପୁଅକୁ ଦେଖା କରିବାର ମଧ୍ୟ ସୁଯୋଗ ଦେଉନଥିଲେ।

ତେବେ ଏହି ଘଟଣାକୁ ନେଇ ବ୍ରହ୍ମପୁରର ସ୍ୱପ୍ନା ଗତ କିଛି ଦିନ ତଳେ ଶାଶୂଘର ଆଗରେ ଧାରଣାରେ ବସିଥିଲେ ଏହି ଖବରକୁ ନେଇ ଗଣ ମାଧ୍ୟମରେ ଚର୍ଚ୍ଚା ବେଶ ଲାଗିରହିଥିଲା। ଓ ପରବର୍ତୀ ସମୟରେ ଦେଖିବାକୁ ମଳିଥିଲା କି ସ୍ୱପ୍ନା ଯେହେତୁ ଲିଗାଲି ସ୍ତ୍ରୀ ତେଣୁ ସେ ସ୍ୱାମୀଙ୍କ ଘର କବାଟ ଭାଙ୍ଗି ଶାଶୁ ଘର ଭିତରକୁ ପ୍ରବେଶ କରିଥିଲେ। ତେବେ ଏନେଇ ସେ ପୋଲିସରେ ଅଭିଯୋଗ କରିଥିଲେ ଏବଂ ଗଣମାଧ୍ୟମରେ ପ୍ରକାଶ କରିଥିଲେ କି ସେ ଚାହାଁନ୍ତି ସ୍ୱାମୀ ଓ ପୁଅ ସହ ଏକାଠି ରହିବାକୁ। ମାତ୍ର ଯେତେବେଳେ ସ୍ୱାମୀଙ୍କ ମୁଣ୍ଡରେ ସନ୍ଧେହ ରୂପୀ ଏକ ବ୍ରହ୍ମ ରାକ୍ଷାସ ପଶିଥିଲା ସେହି ସମୟରେ ସ୍ୱପ୍ନା ଓ ତାଙ୍କ ପରିବାର ଲୋକେ ଯେତେ ଚେଷ୍ଟା କଲେ ସୁଦ୍ଧା ସ୍ୱାମୀ ବୁଝିବାକୁ ପ୍ରସ୍ତୁତ ନଥିଲେ।

ତେବେ ଏହି ଘଟଣାରେ ସ୍ୱପ୍ନା ତାଙ୍କ ସ୍ୱାମୀଙ୍କର ଭଉଣୀ ଓ ଭେଣେଇଙ୍କୁ ଦୋଷୀ ବୋଲି କହୁଥିବା ବେଳେ। ସେମାନେ ହିଁ ସ୍ୱପ୍ନା ଘରକୁ ଚୁନା କରିଦେଇଛନ୍ତି ବୋଲି ଅଭିଯୋଗ ଆଣିଥିଲେ। ସ୍ଵପ୍ନାଙ୍କ କହିବା କଥା ଥିଲା କି ନିଜର ସ୍ୱାର୍ଥ ପାଇଁ ସ୍ୱାମୀଙ୍କ ଭଉଣୀ ଭେଣେଇ ତାଙ୍କ ସଂସାର ଚୁନା କରିବାକୁ ଚେଷ୍ଟା କରିଥିଲେ ଓ ସେମାନେ ତାଙ୍କ ଲକ୍ଷ ମଧ୍ୟ ପୁରଣ କରିଥିଲେ। ପ୍ରଥମେ ଯେତେବେଳେ ସ୍ୱପ୍ନା ଭଉଣୀ ଭେଣେଇଙ୍କୁ କହିଥିଲେ କି ଆମ ପରିବାରରେ ବିବାଦ ଦେଖା ଦେଇଛି ଆମକୁ ଏକାଠି କରି ଦିଅନ୍ତୁ ସେତେବେଳେ ସେମାନେ ଏକାଠି କରିବା ପରିବର୍ତ୍ତେ ସମ୍ପର୍କରେ ଆହୁରି ଫାଟ ସୃଷ୍ଟି କରିଥିଲେ। ଶେଷରେ ସବୁ ଆଡୁ ନିରାଶ ହେବା ପରେ ସ୍ୱପ୍ନା ପୋଲିସରେ ଅଭିଯୋଗ କରିବା ସହିତ ସମାଜ ସେବୀ ପ୍ରମିଳା ତ୍ରିପାଠୀଙ୍କ ସାହାଯ୍ୟ ଲୋଡିଥିଲେ ଆଉ ସ୍ୱାମୀଙ୍କ ଘର ଆଗରେ ଧାରଣାରେ ବସିଥିଲେ।

ଏନେଇ ପ୍ରମିଳା ତ୍ରିପାଠୀ ମଧ୍ୟ ସ୍ୱପ୍ନାଙ୍କୁ ସହଯୋଗର ହାତ ବଢାଇଥିଲେ ଓ ନ୍ୟାୟ ପାଇଁ ସ୍ୱାମୀ ସ୍ତ୍ରୀ ଆଉ ଥରେ ପୂର୍ବ ପରି ସଂସାର ଗଢି ତୋଳିବା ପାଇଁ ସ୍ୱପ୍ନା ଆଉ ସମାଜ ସେବୀ ପ୍ରମିଳା ତ୍ରିପାଠୀ ପହଞ୍ଚିଥିଲେ ପ୍ରଶାସନ ନିକଟରେ ଯେହେତୁ ସ୍ୱପ୍ନାଙ୍କ ସ୍ୱାମୀ ରେଳ ବିଭାଗରେ କାର୍ଯ୍ୟରତ ତେଣୁ ସେମାନେ ରେଳ ବିଭାଗର ସାହାଯ୍ୟ ଲୋଡିଥିଲେ ଆଉ ଶେଷରେ ଅନେକ ପରିଶ୍ରମ ପରେ ସ୍ୱପ୍ନା ଆଜି ଗୁରୁବାରରେ ଶାଶୂଘର ଗୃହ ପ୍ରବେଶ କରିଛନ୍ତି।

ସ୍ୱପ୍ନା ଶାଶୂଘରେ ପାଦ ଦେଇଥିବାରୁ ମନରେ ଉଙ୍କି ମାରିଛି ସେହି ମଉଳି ଯାଇଥିବା ଆଶା। ପୁଣି ଥରେ ସ୍ୱପ୍ନା ସ୍ୱପ୍ନ ଦେଖିଛନ୍ତି ସ୍ୱାମୀଙ୍କ ସହ ମିଶି ନୂତନ ସଂସାର ଗଢିବାର। ସବୁ ରାଗ ରୁଷା ମାନ ଅଭିମାନକୁ ପଛରେ ପକାଇ ପୁଣି ଥରେ ଖୁସିରେ ନିଜ ପିଲା ଓ ସ୍ୱାମୀଙ୍କ ସାଥିରେ ଅଧା ଗଢ଼ା ସଂସାରକୁ ପୂର୍ଣ୍ଣ କରିବାର ଆଶା ରଖିଛନ୍ତି। ତେବେ ଦେଖିବାକୁ ବାକି ରହିଲା ଗୃହ ପ୍ରବେଶ ପରେ କେବେ ସ୍ୱାମୀ ସ୍ତ୍ରୀ ହସ ଖୁସିରେ ସଂସାର ଆରମ୍ଭ କରୁଛନ୍ତି।

Leave a Reply

Your email address will not be published. Required fields are marked *