ପରକ୍ରିୟାପ୍ରୀତି କାରଣରୁ ସ୍ତ୍ରୀ ଦେଇଥିଲା ସୁପାରି ସ୍ୱାମୀକୁ ମାରିବାକୁ, କିନ୍ତୁ ଅପହ-ରଣକାରୀ ଥିଲା ସ୍ୱାମୀର ସାଙ୍ଗ, ଆଉ ତାପରେ….

ଆଜିକାଲି ସ୍ୱାମୀ ସ୍ତ୍ରୀ ମଧ୍ୟରେ କଳହ ହେବାର କାରଣ ହେଉଛି ଅବୈଧ ପ୍ରେମ ସମ୍ପର୍କ । ନିଜର ସ୍ୱାମୀ କିମ୍ବା ସ୍ତ୍ରୀ ଥିବା ସତ୍ତ୍ୱେ ପର ପୁରୁଷ କିମ୍ବା ପର ସ୍ତ୍ରୀ ପ୍ରତି ସେମାନେ ଆକର୍ଷିତ ହୋଇଥାନ୍ତି । ନିକଟରେ ମଧ୍ୟ ବାଙ୍ଗାଲୋରରୁ ଏପରି ଅପରାଧିକ ଘଟଣା ଶୁଣିବାକୁ ମିଳିଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଘଟଣାରେ ସ୍ତ୍ରୀ ନିଜ ସ୍ୱାମୀକୁ ମାରିବା ପାଇଁ ନିଜ ପ୍ରେମିକକୁ ସୁପାରି ଦେଇଥିଲା । ମାତ୍ର ସେ ସ୍ୱାମୀଙ୍କ ସାଙ୍ଗ ହୋଇଥିବାରୁ ପରେ କିଛି ଏପରି ପରିସ୍ଥିତି ହୋଇଛି ଯାହାଦ୍ୱାରା ପ୍ରେମିକ ହିଁ ଆତ୍ମହତ୍ୟା କରିଛି । ତେବେ ଚାଲନ୍ତୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଜାଣିନେବା ।

ତେବେ ସୁଚାନ ଅନୁଯାୟୀ ଏହି ଘଟଣା ଦୁଇ ମାସ ପୂର୍ବେ ହୋଇଥିଲା । ଏହି ଘଟଣା ଦୁଇ ମାସ ପୂର୍ବେ ବାଙ୍ଗାଲୋରର ଦୋଡାବିଡାର୍କାଲୁ ଅଞ୍ଚଳରେ ଘଟିଥିଲା । ଯେଉଁଠାରେ ନବୀନ କୁମାର ନାମକ ଜଣେ ବ୍ୟକ୍ତି ଦୁଇମାସ ପୂର୍ବରୁ ତାଙ୍କ ପତ୍ନୀ ଏବଂ ପିଲାମାନଙ୍କ ସହିତ ଭଲରେ ଜୀବନ ବିତାଉଥିଲେ । ନବୀନଙ୍କର ନିଜର ଏକ ଛୋଟ ମଇଦା ମିଲ୍ ଦୋକାନ ଥିଲା ଏବଂ ସେ ଏକ କ୍ୟାବର ମାଲିକ ମଧ୍ୟ ଥିଲେ, ଯାହା ସେ ନିଜେ ଚଳାଉଥିଲେ । ତେବେ ସବୁଦିନ ପରି ସେ ମଇଦା ମିଲରେ କାମ ସାରିବା ପରେ ସେ ଆଉ ଫେରି ନଥିଲେ।

କାରଣ ସନ୍ଧ୍ୟାରେ ନବୀନଙ୍କୁ ଅପହରଣ କରା ଯାଇଥିଲା। ଅଧିକ ବିଳମ୍ବ ସତ୍ତ୍ୱେବି ଯେତେବେଳେ ନବୀନଙ୍କ ସ୍ତ୍ରୀ ଅନୁପଲ୍ଲବୀ ପୋଲିସକୁ ଜଣାଇ ନଥିଲେ ସେତେବେଳେ ନବୀନଙ୍କ ସୁଲଭ ଭଉଣୀଙ୍କୁ ସନ୍ଦେହ ହୋଇଥିଲା ଏବଂ ସେ ସ୍ଥାନୀୟ ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ପୋଲିସ ଖୋଜାଖୋଜି ପରେ ୬ ତାରିଖରେ ହଠାତ ନବୀନ ଘରକୁ ଆସି ପହଞ୍ଚିଥିଲା । ଘରେ ସମସ୍ତେ ଖୁସି ଥିଲେ କେବଳ ସ୍ତ୍ରୀକୁ ଛାଡ଼ି । ତେବେ ଏହାକୁ ନେଇ ପୋଲିସ ତାଙ୍କୁ ପଚରା ଉଚୁରା କରିଥିଲା ଯେ ସେ ହଠାତ କେଉଁଠି ଗାଏବ ହୋଇଯାଇଥିଲେ ।

ଏହାପରେ ସବୁ କଥା ନିଜେ ନବୀନ କହିଥିଲେ ଯେ ତାଙ୍କୁ ଅପହରଣ କରିଥିବା ବ୍ୟକ୍ତି ଆଉ କେହି ନୁହେଁ ତାଙ୍କ ସ୍ତ୍ରୀ ର ୨୬ ବର୍ଷୀୟ ପ୍ରେମିକ ହିମବନ୍ତ କୁମାର । ବାସ୍ତବରେ ତାଙ୍କ ସ୍ତ୍ରୀ ତାଙ୍କୁ ହତ୍ୟା କରିବା ପାଇଁ ନିଜ ପ୍ରେମିକକୁ ୨ ଲକ୍ଷ ଟଙ୍କା ଦେଇଥିଲେ । ଆଉ କିଛି ଟଙ୍କା ପରେ ଦେବେ ବୋଲି କହିଥିଲେ ଅନୁପଲ୍ଲବୀ । ମାତ୍ର ସେପଟେ ପ୍ରେମିକ ତାଙ୍କ ସ୍ୱାମୀ ସହ ମିଶି ଯାଇଥିଲା ଏବଂ ସ୍ୱାମୀକୁ ହତ୍ୟା କରିଥିବା ମିଛ ଫୋଟ ପଠାଇ ଥିଲା । ଯାହାକୁ ଦେଖି ଅନୁପଲ୍ଲବୀ ଖୁସି ହୋଇ ଯାଇଥିଲା । ମାତ୍ର ସେପଟେ ପ୍ରେମିକ ଏବଂ ସ୍ୱାମୀ ଅଳଟା ଚାଲ ଖେଳିଥିଲେ ।

ମାତ୍ର ଅପହରଣ କରିବା ପରର ହିମାବନ୍ତ ପୋଲିସ ଭୟରେ ଆତ୍ମହତ୍ୟା କରିଥିଲା । ତେବେ ବର୍ତ୍ତମାନ ସ୍ୱାମୀଙ୍କ ଅଭିଯୋଗ କ୍ରମେ ପୋଲିସ ତାଙ୍କ ସ୍ତ୍ରୀ , ମା ଏବଂ ତିନି ଜଣ ଅପହରଣକାରୀଙ୍କୁ ଗିରଫ କରିଛି ।

Leave a Reply

Your email address will not be published. Required fields are marked *