ମାନବପ୍ରେମୀ ଆଦିତ୍ୟ ଦାସଙ୍କର ବାପା ଆଣିଲେ ସାଂଘା-ତିକ ଅଭି-ଯୋଗ , କହିଲେ ବିକାଶ ଆଦିତ୍ୟଙ୍କ ମାଆ ଉପରେ ଚଢି କଥାବାର୍ତ୍ତା କରୁଛି

ଆଦିତ୍ୟ ଦାସ ମୃ-ତ୍ୟୁ ଘଟ-ଣାକୁ ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ତାଙ୍କ ମୃ-ତ୍ୟୁର ରହସ୍ୟ ସ୍ପଷ୍ଟ ହୋଇ ପାରିନାହିଁ । ସେହି ସମୟରେ ମୃ-ତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ଆଉ ଧିରେ ଧିରେ ସବୁ ବନ୍ଦ ହୋଇଗଲା । ଆଉ ଜଣା ମଧ୍ୟ ପଡିଲା ନାହିଁ କି କଣ ପାଇଁ ଆଦିତ୍ୟ ଆ-ତ୍ମହ-ତ୍ୟା କରିଛନ୍ତି ନା ଆଉ କିଏ ତାଙ୍କର ହ-ତ୍ୟା କରିଛନ୍ତି । ତେବେ ସେ ଯାହା ବି ହେଉ ନା କାହିଁକି ଆଦିତ୍ୟଙ୍କର ମୃ-ତ୍ୟୁ ପରେ ତାଙ୍କ ବାପା ମାଆ ଆଦୌ ଶାନ୍ତିରେ ନାହାଁନ୍ତି ବୋଲି ଆଦିତ୍ୟଙ୍କର ବାପା ଆଣିଛନ୍ତି ସଙ୍ଗୀନ ଅଭି-ଯୋଗ ।

ତେବେ ଏହା ପଛର ଦୋ-ଷୀ ସେ ସାବ୍ୟସ୍ତ କରିଛନ୍ତି ଆଦିତ୍ୟଙ୍କର ଅତି ନିକଟତର ବନ୍ଧୁ କୁହା ଯାଉଥିବା ବିକାଶଙ୍କୁ। ତେବେ ମଣିଷ ମାନଙ୍କୁ ଅତ୍ୟନ୍ତ ଭଲ ପାଉଥିବା ଆଦିତ୍ୟ ଲୋକମାନଙ୍କର ସେବା କରିବାପାଇଁ ପିପୁଲ ଫର ସେବା ନାମକ ଏକ ସଂସ୍ଥା ଖୋଲିଥିଲେ ଆଉ ସେଥିରେ ସେ ଅସହାୟ ଲୋକମାନଙ୍କୁ ଆଣି ରଖୁଥିଲେ ଆଉ ତାଙ୍କର ଦେଖାଶୁଣା ମଧ୍ୟ କରୁଥିଲେ । କିନ୍ତୁ ଆଦିତ୍ୟଙ୍କର ଯିବା ପରେ ତାର ବୁଝାମଣା କାର୍ଯ୍ୟ ଆଦିତ୍ୟଙ୍କର ବନ୍ଧୁ ବିକାଶ ତୁଲାଇଥିଲେ । ଆଉ ଏହାପରେ ଆଦିତ୍ୟଙ୍କର ବାପା ମାଆ ମଧ୍ୟ ଆସି ଆଶ୍ରମରେ ରହିବାକୁ ଲାଗିଥିଲେ ।

କିନ୍ତୁ ଏ କଥା ବିକାଶକୁ ହଜମ ହୋଇ ନଥିଲା । ସେ ଯେକୌଣସି ପରିସ୍ଥିତିରେ ଆଦିତ୍ୟଙ୍କର ମାଆଙ୍କର ଉପରେ ରୋକ ଲଗାଉଥିଲା । ଏ କଥା କହିଛନ୍ତି ଆଦିତ୍ୟଙ୍କର ବାପା । ଆଉ ସେ କହିଛନ୍ତି କି , ତାଙ୍କ ପାଖରେ ଘର ଭଡା ଦେବା ପାଇଁ ମଧ୍ୟ ଟଙ୍କା ନାହିଁ । କାରଣ ତାଙ୍କ ଆକାଉଣ୍ଟକୁ ଆଦୌ କୌଣସି ଟଙ୍କା ଆସୁନାହିଁ । ସେ ଆକାଉଣ୍ଟ ନମ୍ବର ମଧ୍ୟ ଜାଣି ନାହାଁନ୍ତି । ତାଙ୍କ ଆକାଉଣ୍ଟ ପୁରା ଶୁ-ନ୍ୟ ହୋଇଯାଇଛି । ଟଙ୍କା ପଇସା କଥା ତାଙ୍କୁ ଆଦୌ କିଛି ଜଣାନାହିଁ । ବିକାଶ ଆଉ ତାଙ୍କ ସାଥି ମାନେ ସେହି ଟଙ୍କା ସବୁ ନେଇ ଯାଉଛନ୍ତି ।

ଅନ୍ୟପକ୍ଷରେ ସେ ଆହୁରିମଧ୍ୟ କହିଛନ୍ତି କି , ଆଶ୍ରମକୁ ଆସିବା ପାଇଁ ସେମାନେ ଆଦୌ ରାଜି ନଥିଲେ । କିନ୍ତୁ ବିକାଶ ବାଧ୍ୟ କରି ସେମାନଙ୍କୁ ଡକାଇଲା ଆଉ କହିଲା କି ଆଶ୍ରମ ଭା-ଙ୍ଗିଯିବ , ସେଥିପାଇଁ ସେମାନେ ଏଠାକୁ ଆସିଲେ । ତେବେ ଏକଦା ଆଦିତ୍ୟଙ୍କର ଅନ୍ୟ ଏକ ସହଯୋଗୀ ପପୁ ମଧ୍ୟ ଆସିଥିଲା ଆଦିତ୍ୟଙ୍କର ବାପାଙ୍କୁ ବାଡେଇବା ପାଇଁ ଆଉ ତାଙ୍କୁ ଧମ-କାଇଥିଲା ମଧ୍ୟ କିନ୍ତୁ ଆଦିତ୍ୟଙ୍କର ବାପା ଆଦୌ କିଛି ନ କହି ଚୁପ୍ ରହି ଯାଇଥିଲେ । ଆହୁରିମଧ୍ୟ ଯଦି ଆଦିତ୍ୟଙ୍କର ମାଆ କୌଣସି ବ୍ୟକ୍ତିଙ୍କ ସହିତ କଥା ହୋଇ କା-ନ୍ଦି ପକାନ୍ତି ଆଉ କୁହନ୍ତି ଏଇ ଆଶ୍ରମ ମୋ ପୁଅ ତିଆରି କରିଥିଲା , ତେବେ ମଧ୍ୟ ବିକାଶ ତାଙ୍କ ଉପରକୁ ଚଢି କଥାବାର୍ତ୍ତା କରନ୍ତି ।

Leave a Reply

Your email address will not be published. Required fields are marked *