ଦେଖନ୍ତୁ ଭିଡ଼ିଓ:- ଥାନାରେ ନାଗିନ୍ ଡ୍ୟାନ୍ସରେ ଝୁମିଲେ ଯୁବକ। ଦେଖିକି ମଜା ନେଲେ ଥାନା ବାବୁ

ସୋସିଆଲ ମିଡ଼ିଆରେ ଅନେକ ଭିଡ଼ିଓ ଭାଇରାଲ ହୋଇଥାଏ। ତେବେ ସେଥିମଧ୍ୟରୁ କିଛି ଭିଡ଼ିଓ ଆଶ୍ଚର୍ଯ୍ୟ ଜନକ ହୋଇଥିବା ବେଳେ ଆଉ କିଛି ଭିଡ଼ିଓ ମଜାଦାର ହୋଇଥାଏ। ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଭାଇରାଲ ହେଉଛି ତାହାକୁ ଦେଖିଲେ ନିଶ୍ଚିତ ଆଶ୍ଚର୍ଯ୍ୟ ହୋଇଯିବେ ସତ ହେଲେ ନିଜ ହସକୁ ରୋକି ପାରିବେ ନାହିଁ। ତେବେ ଭିଡ଼ିଓଟି ଜବଲ୍‌ପୁର ପୋଲିସ ଷ୍ଟେସନର ବୋଲି ଜଣା ପଡ଼ିଛି ଏବଂ କିଛି ଯୁବକ ଦୁଃସାହସିକ ସହ ଥାନାରେ ବସି ଥିବା ପୋଲିସ ବାବୁଙ୍କ ସମ୍ମୁଖରେ ଡ୍ୟାନ୍ସ କରୁଛନ୍ତି।

ତେବେ ଭାଇରାଲ ହେଉଥିବା ଭିଡ଼ିଓରେ ଆପଣ ପ୍ରଥମେ ତିନି ଜଣ ଯୁବକଙ୍କୁ ପୋଲିସ ଷ୍ଟେସନ ପରିସରରେ ଦେଖିବାକୁ ପାଇବେ। ତେବେ ତାଙ୍କର ଚାଲି ଦେଖିଲେ ଜଣା ପଡୁଛି ଯେ ଯୁବକ ମାନେ ନିଶାରେ ଅଛନ୍ତି ବୋଲି। ତେବେ ତିନି ଜଣ ଯୁବକ ନିଶାରେ ଥାନା ଆଗରେ ଏବଂ ପୋଲିସ ସମ୍ମୁଖରେ ଗୀତ ବଜାଇ ନାଚିବାକୁ ଲାଗିଲେ। ପ୍ରଥମେ ଲୋକପ୍ରିୟ ଗୀତ ଦାରୋଗା ଜୀ, ଚୋରୀ ହୋ ଗୟୀ ଗୀତରେ ଡ୍ୟାନ୍ସ କରୁଥିବାର ଦେଖିବାକୁ ପାଇବେ। ଏହାପରେ ସେହି ତିନି ଜଣ ଯୁବକ ମଧ୍ୟରୁ ଜଣେ ଯୁବକ ମୁଣ୍ଡରେ କ୍ୟାପ ବୁଲାଇ ନାଗିନ୍ ଗୀତରେ ପୁଣିଥରେ ତିନି ଜଣ ଯୁବକ ଝୁମିବାରେ ଲାଗିଲେ।

ତେବେ ଏହି ମଜାଦାର ଦୃଶ୍ୟକୁ କେହି ଜଣେ କ୍ୟାମେରାରେ କଏଦ କରିଦେଇଥିଲେ ଯାହାକି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ତେବେ ଯୁବକଙ୍କର ଦୁଃସାହସିକତା ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଏହି ଭିଡ଼ିଓକୁ ନେଇ ୟୁଜର ମାନେ ମଜାଦାର ମତ ଦେଇଛନ୍ତି। ତେବେ ନିଶା ଛାଡିବା ପରେ ଯୁବକଙ୍କ ଅବସ୍ଥା କଣ ହୋଇଥିବ ତାହା ସେମାନେ ହିଁ ଜାଣିଥିବେ।

Leave a Reply

Your email address will not be published. Required fields are marked *