କୋର୍ଟ ମ୍ୟାରେଜ କରିବାକୁ ଯାଉଥିଲେ ପ୍ରେମୀ ଯୁଗଳ , ବାଟରେ ପ-ରିସ୍ରା ଯିବି କହି ଫେ-ରାର ହେଲେ ପ୍ରେମିକ

ପ୍ରେମରେ ମଣିଷ ପାଗଳ । ପ୍ରେମ କରିବା ପରେ ଆଉ ସବୁକିଛି ଭୁଲି ଯାଏ । ନିଜକୁ ପ୍ରେମର ରଙ୍ଗରେ ରଙ୍ଗେଇ ଦେବା ପରେ ମଣିଷ ଆଉ କଣ କରିବ ଜାଣି ପାରେ ନାହିଁ । ଖାଲି ଦିନ ରାତି ସେହି ମଣିଷର ହେବ ବୋଲି ଚିନ୍ତା କରିଥାଏ । ତେବେ ବର୍ତ୍ତମାନ ସମୟରେ ଏପରି ଏକ ଖବର ସାମ୍ନାକୁ ଆସିଅଛି , ଯାହାକୁ ଶୁଣିବା ପରେ ଆପଣ ବି ଚମକି ଉଠିବେ । ଜଣେ ପ୍ରେମିକାଙ୍କୁ ଅଧା ବାଟରେ ଛାଡି ଦେଇ ଫେ-ରାର ହୋଇଗଲେ ପ୍ରେମିକ ।

ଯଦି ପ୍ରକୃତରେ ପ୍ରେମ କରୁଥିଲେ , ତେବେ କୁଆଡେ ଚାଲିଗଲେ ପ୍ରେମିକ । ବର୍ତ୍ତମାନ ଏହି କଥାକୁ ନେଇ ତାଙ୍କ ପ୍ରେମିକା ପ୍ରଶ୍ନ ଉଠାଇଛନ୍ତି । ତେବେ ପ୍ରକୃତ ପକ୍ଷରେ କହିବାକୁ ଗଲେ , ମଣିଷର ମନ ନୁହେଁ ଏ ଦୁନିଆଁରେ ମଣିଷର ଦେହକୁ ହିଁ ଭଲ ପାଉଛନ୍ତି ଆଉ ନିଜର ଫାଇଦା ଉଠାଇ ସାରିବା ପରେ ଛାଡି ପଳଉଛନ୍ତି । ତେବେ ଏପରି ଏକ ଖବର ଆସିଛି ସୁବର୍ଣ୍ଣପୁର ଜିଲ୍ଲାର ବିନିକା ଅଞ୍ଚଳରୁ ।ତେବେ ଏହି ଅଞ୍ଚଳର ଜଣେ ଯୁବତି ବରଗଡ ଜିଲ୍ଲାର ଭେଦେନ ଆଇଟିଆଇରେ ପାଠ ପଢୁଥିବା ବେଳେ ଜିତୁ ଦେହୁରି ନାମକ ଜଣେ ଯୁବକଙ୍କୁ ଭଲ ପାଇ ବସିଥିଲେ ।

ଧୀରେ ଧିରେ ସମ୍ପ-ର୍କ ଗଭୀର ହୋଇଥିଲା । ଆଉ ଜିତୁ ଯୁବତିଙ୍କୁ ବିବାହ କରିବା ପାଇଁ ପ୍ରତି-ଶ୍ରୁତି ଦେଇଥିଲେ । ତେବେ ଏହାରି ମଧ୍ୟରେ ଯୁବତିଙ୍କ ଘର ଲୋକ ତାଙ୍କ ବିବାହ ଆଉ କେଉଁଠି ଠିକ୍ କରି ଦେଇଥିଲେ ଆଉ ଏହା ପରେ ଯୁବତି ଜିତୁ ସହ ପଳାଇ ଯାଇ ପ୍ରଥମେ ତାମିଲନାଡୁ ଆଉ ପରେ ଭୁବନେଶ୍ୱରରେ ଏକାଠି ରହୁଥିଲେ । ତେବେ ଏହାରି ମଧ୍ୟରେ ସେମାନେ ମନ୍ଦିରରେ ବିବାହ କରିଥିଲେ । କିନ୍ତୁ ଜିତୁ କୋର୍ଟ ମ୍ୟାରେଜ୍ କରିବା କଥା କହି କରୁ ନଥିଲେ ।

ଏହାରି ମଧ୍ୟରେ ଦୁଇ ବର୍ଷ ବିତି ଯିବା ପରେ ଯୁବତି ଙ୍କ ଉପରେ ଜିତୁଙ୍କର ଶାରୀ-ରିକ ନିର୍ଯା-ତନା ମଧ୍ୟ ବଢ଼ି ବଢ଼ି ଚାଲି ଥିଲା । ତେବେ ଏକଦା କୋର୍ଟ ମ୍ୟାରେଜ୍ କରିବ କହି ଯୁବତି ଙ୍କୁ ନେଇ ଆସିଥିଲେ ଜିତୁ । ଆଉ ସେମାନେ ବସରେ ଆସିବା ପରେ ବିନିକାରେ ବସ ବଦଳାଇବା କଥା କହିଥିଲେ । ଏହାପରେ ଯୁବତୀଙ୍କୁ ବସରୁ ଓହ୍ଲାଇବାକୁ କହିଥିଲେ। ଆଉ କହିଥିଲା ପରି-ସ୍ରା କରି ଆସେ କିନ୍ତୁ ଏତିକି ଭିତରରେ କୁଆଡେ ଗା-ଏବ ହୋଇ ଯାଇଥିଲେ ସେ । ଯୁବତି ତାଙ୍କୁ ଫୋନ୍ ଲଗାଇ ଥକି ଯାଇଥିଲେ କିନ୍ତୁ ଲାଗି ନଥିଲା । ତେବେ ବାଧ୍ୟ ହୋଇ ଯୁବତି ନିଜ ବାପାଙ୍କୁ ସବୁ କଥା କହି ପୋଲି-ସର ଦ୍ଵାରସ୍ଥ ହୋଇଛନ୍ତି ।

Leave a Reply

Your email address will not be published. Required fields are marked *