ଏହି ଚାରୋଟି ନାମର ଝିଅ ବିବାହ ପରେ ମଧ୍ୟ ନିଜର ପ୍ରେମକୁ ଭୁଲି ପାରନ୍ତି ନାହିଁ , ଆପଣ ବି ଜାଣନ୍ତୁ

ପ୍ରେମକୁ ଅମର ବୋଲି କୁହାଯାଏ । ପ୍ରେମକୁ କେବେ ଭୁଲି ହୁଏନାହିଁ । ଥରେ ଯିଏ ପ୍ରେମରେ ପଡିଛି , ସିଏ ପ୍ରେମର ମଜା ନେଇଛି ବୋଲି କୁହାଯାଏ । ତେବେ ଏହା ଏଭଳି ଏକ ପବିତ୍ର ସମ୍ପର୍କ , ଯାହା ଦୁଇଟି ମଣିଷ ମଧ୍ୟରେ ଗଢି ଉଠିଥାଏ । ତେବେ ଏହି ପ୍ରେମକୁ ଜୀବନ୍ତ ରଖିବାପାଇଁ ଆମକୁ ପରସ୍ପର ପ୍ରତି ଭଲପାଇବା , ସମ୍ମାନ ଆଦିକୁ ଦେଖାଇବାକୁ ପଡ଼ିଥାଏ । ଅନ୍ୟପକ୍ଷରେ ଏହା ଏଭଳି ଏକ ସୁନ୍ଦର ଅଭିନୟ ଯାହା କେବେ ନା କେବେ କାହାକୁ ଅନୁଭବ ହୋଇଥାଏ ।

ତେବେ କହିବାକୁ ଗଲେ ପ୍ରଥମ ପ୍ରେମ ସବୁବେଳେ ନିଆରା । ପ୍ରଥମ ପ୍ରେମର ଅନୁଭବ ସାରା ଜୀବନ ମନ ଭିତରେ ଆଙ୍କି ହୋଇ ରହି ଯାଇଥାଏ । ଯେତେ ଲିଭେଇବାକୁ ମନ ହେଲେ ମଧ୍ୟ ଏହାକୁ ଲିଭାଇ ହୁଏନାହିଁ । ପ୍ରଥମ ପ୍ରେମ ସାର୍ଥକ ହେଉ କି ନ ହେଉ , ସାରାଜୀବନ ମନ ତଳେ ଲୁଚି ରହିଯାଏ । ତେବେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ , ମଣିଷର ପ୍ରଥମ ଅକ୍ଷରରୁ ତାଙ୍କ ପ୍ରେମ ବିଷୟରେ ଅନେକ କଥା ଜାଣିହୁଏ । ଏଭଳି ଅକ୍ଷରର କିଛି ଝିଅ ଥାଆନ୍ତି , ଯେଉଁମାନେ ନିଜ ପ୍ରଥମ ପ୍ରେମକୁ ଆଦୌ ଭୁଲି ପାରନ୍ତି ନାହିଁ । ତେବେ ଆସନ୍ତୁ ସେମାନଙ୍କ ବିଷୟରେ ଜାଣିବା ।

B ନାମର ଝିଅ:-

ଏହି ଅକ୍ଷରର ଝିଅ ମାନେ ପ୍ରେମ କ୍ଷେତ୍ରରେ ବହୁତ ଆଗରେ ରହିଥାନ୍ତି । ଏହାବ୍ୟତୀତ ଏମାନେ ବହୁତ ଜିଦିଆ ସ୍ୱଭାବର ହୋଇଥାନ୍ତି । ଏମାନେ ଯାହା ହାସଲ କରିବାପାଇଁ ଇଚ୍ଛା ରଖନ୍ତି , ତାହାକୁ କଳେ ବଳେ କୌଶଳେ ହାସଲ କରନ୍ତି । ଏମାନେ ଟିକିଏ ଟିକିଏ କଥାରେ ରାଗି ଯାଇଥାନ୍ତି ଆଉ କାହା ସହ ବି ଝଗଡା କରିପକାନ୍ତି । ତେବେ ଏମାନେ ନିଜ ପ୍ରେମକୁ ପାଇବାପାଇଁ ବହୁତ ଚେଷ୍ଟା କରନ୍ତି । ଆଉ ଯଦି ପ୍ରେମକୁ ପାଇବାରେ ବିଫଳ ହୁଅନ୍ତି , ତେବେ ବିବାହ ପରେ ମଧ୍ୟ ନିଜ ପ୍ରଥମ ପ୍ରେମକୁ ଭୁଲି ପାରନ୍ତି ନାହିଁ ।

K ନାମର ଝିଅ:-

ଦେଖିବାକୁ ଅତ୍ୟନ୍ତ ସୁନ୍ଦର ଏବଂ ଶାନ୍ତ ସ୍ଵଭାବର ହୋଇଥିଲେ ମଧ୍ୟ ପ୍ରେମ ମାମଲାରେ ବହୁତ ଆଗରେ ରହିଥାନ୍ତି ଏମାନେ । ଏମାନେ ବହୁତ ରୋମାଣ୍ଟିକ ହୋଇଥାନ୍ତି । ନିଜ ପ୍ରେମୀଙ୍କୁ ଏମାନେ ବହୁତ ବିଶ୍ୱାସ କରନ୍ତି ଆଉ ଭଲ ମଧ୍ୟ ପାଆନ୍ତି । କିନ୍ତୁ ଜୀବନରେ ଯଦି ଏମାନେ ନିଜ ପ୍ରେମକୁ ହାସଲ କରିପାରନ୍ତି ନାହିଁ , ତେବେ ତାଙ୍କୁ କେବେ ମଧ୍ୟ ଭୁଲନ୍ତି ନାହିଁ । ବିବାହ କରିସାରିବା ପରେ ମଧ୍ୟ ଏମାନେ ନିଜ ପ୍ରେମକୁ ଝୁରି ଥାଆନ୍ତି ଆଉ ଭୁଲିପାରନ୍ତି ନାହିଁ ।

R ନାମର ଝିଅ:-

ଅନ୍ୟମାନଙ୍କ ଭଳି ଏମାନେ ବି ହୋଇଥାନ୍ତି । ଏମାନେ ବହୁତ କୋମଳ ହୃଦୟର ଏବଂ ସ୍ୱଚ୍ଛ ହୋଇଥାନ୍ତି । ଆଉ ଥରେ ପ୍ରେମରେ ପଡିଗଲା ପରେ ପ୍ରେମୀକୁ ସାରାଜୀବନ ନିଜ ହୃଦୟ ମଧ୍ୟରେ ବସାଇ ରଖନ୍ତି । କେବେ ବି ତାଙ୍କୁ ହୃଦୟରୁ କାଢି ପାରନ୍ତି ନାହିଁ । ଏମାନଙ୍କ ହୃଦୟରେ ଅତ୍ୟନ୍ତ ପ୍ରେମ ଭରି ରହିଥାଏ । ତେବେ ଏମାନେ ବହୁତ ବୁଝିବା ସ୍ୱଭାବର ହୋଇଥିଲେ ମଧ୍ୟ , ପ୍ରେମ କ୍ଷେତ୍ରରେ ଏମାନେ ନିଜ ମନକୁ ବୁଝାଇ ପାରନ୍ତି ନାହିଁ ।

M ନାମର ଝିଅ:-

ଏହି ନାମର ଝିଅ ମାନେ ଅତ୍ୟନ୍ତ କୋମଳ ହୋଇଥାନ୍ତି । ଏମାନେ ମଧ୍ୟ ଥରେ ପ୍ରେମରେ ପଡିଲେ ଭୁଲି ପାରନ୍ତି ନାହିଁ । ବିବାହ ପରେ ସ୍ୱାମୀଙ୍କର ଭଲ ଭାବରେ ଯତ୍ନ ନେଲେ ମଧ୍ୟ ଏମାନେ ନିଜ ପ୍ରଥମ ପ୍ରେମକୁ ଆଦୌ ଭୁଲିପାରନ୍ତି ନାହିଁ । ଏମାନେ ଅତ୍ୟନ୍ତ ଆଶାବାଦୀ ହୋଇଥାନ୍ତି , ଆଉ ମନରେ ଏଇ ଆଶା ନେଇ ରହିଥାନ୍ତି ଯେ , କେବେ ନା କେବେ ତାଙ୍କର ପ୍ରଥମ ପ୍ରେମ ସହ ଭେଟ ହେବ ।

Leave a Reply

Your email address will not be published. Required fields are marked *