ରୋଗ ଏତେ କଷ୍ଟ ଦେଲାଯେ ଝିଅକୁ ଛାଡି ଅ-ଫେ-ରା ରାଇଜକୁ ଚାଲିଗଲେ ମା।

ସମସ୍ତଙ୍କୁ ମୋର ଶେଷ ଅନୁରୋଧ ମୋ ଝିଅ ତୁମକୁ ଲାଗିଲା । ମୋ ଝିଅକୁ ଭଲରେ ରଖିବ। ମୁଁ ଆଉ ସହି ପାରୁନି ଏ କଷ୍ଟ ଯ-ନ୍ତ୍ରଣା।ପ୍ରତି ମୁହୂର୍ତ୍ତରେ ମତେ ଏ ରୋଗ କ-ଷ୍ଟ ଦେଉଛି ମୁଁ ଆଉ କେତେ ସହିବି ନା ମୁଁ ଆଉ ପାରୁନି ମୁଁ ଚାଲିଯାଉଛି ଭଗବାନଙ୍କ ପାଖକୁ ହେଲେ ସମସ୍ତଙ୍କୁ ଅନୁରୋଧ କରି ଯାଉଛି ମୋ ଝିଅକୁ ଭଲରେ ରଖିବ ମୁଁ ଉପରେ ଥାଇ ମୋ ଝିଅକୁ ଦେଖି ଖୁସି ହେବି।

ଏମିତି କିଛି ଚିଠିଲେଖି ଶେଷରେ ନିଜ ଜୀବନ ହାରି ଦେଇଛନ୍ତି ବାଲେଶ୍ଵର ଜିଲ୍ଲା ଖଇରା ବ୍ଳକ ଗଣ୍ଡିବାଡ଼ ଗ୍ରାମର ସଞ୍ଜୟ ରାଉଳଙ୍କ ସ୍ତ୍ରୀ ମିନାକ୍ଷୀ ବିଶ୍ୱାଳ। ଏଇତ ୮ ବର୍ଷ ତଳେ ଖନ୍ତାପଡା ଅଞ୍ଚଳରେ ବିବାହ କରିଥିଲେ ମିନାକ୍ଷୀ ଆଉ ବିବାହ ପରେ ଶାଶୂଘର ପରିବାରକୁ ନେଇ ଖୁବ ଖୁସିରେ ଥିଲେ ମିନାକ୍ଷୀ। ହସ ଖୁସିରେ ପୁରୀ ଉଠୁଥିଲା ମିନାକ୍ଷୀଙ୍କ ସୁଖର ସଂସାର ପରେ ମିନାକ୍ଷୀଙ୍କ କୋଳକୁ ଆସିଥିଲା ଏକ କୁନି ଝିଅ ବାସ ତା ପରେ ପରିବାରରେ କେବଳ ଖୁସୀ ହିଁ ଖୁସୀ ରହିଥିଲା।

କିନ୍ତୁ ବୋଧେ ନିୟତିର ବିଚାର ଥିଲା କିଛି ଅଲଗା। ଏ ଖୁସିର ସଂସାରରେ ହଟାତ ଲାଗିଗଲା କାହାର ନଜର ଦେଖୁ ଦେଖୁ ଆଖି ପିଛୁଳାକେ ସବୁକିଛି ହୋଇଗଲା ଏପଟ ସେପଟ। ହଟାତ ପରିବାର ଉପରକୁ ମାଡି ଆସିଲା ଅଦିନିଆ ଝଡ଼ ଆଉ ନିମିଷୀକେ ସବୁକିଛି ଛାରଖାର ହୋଇଗଲା।

ମିନାକ୍ଷୀଙ୍କର ଆରମ୍ଭ ହୋଇଗଲା ଛାତି ଯ-ନ୍ତ୍ର-ଣା। ସେ ଯନ୍ତ୍ରଣା କୁଆଡେ ଖୁବ ଅସହ୍ୟ ଥିଲା ମିନାକ୍ଷୀ ସହି ପାରୁନଥିଲେ ଛାତିରେ ହେଉଥିବା ସେହି ଅସହ୍ୟ ଯନ୍ତ୍ର-ଣାକୁ। ଶେଷରେ ମିନାକ୍ଷୀ ନିଷ୍ପତ୍ତି ନେଲେ ସେ ଏ ଦୁନିଆ ଛାଡି, ଛ ମାସର ନିରିହ ନିଷ୍ପାପ ନିଜ ଜୀବନର ଧନ କୁନି ଝିଅକୁ ଛାଡି ଆରପାରିକୁ ଚାଲିଯିବାକୁ।

ଶେଷରେ ସେଇଆ ହିଁ କଲେ ରୋଗ ଯନ୍ତ୍ର-ଣାକୁ ଦୁରେଇବା ପାଇଁ ମିନାକ୍ଷୀ ଆ-ତ୍ମହ-ତ୍ୟା କରିଦେଲେ। ଆ-ତ୍ମହ-ତ୍ୟା କରିବା ପୂର୍ବରୁ ଲେଖିଦେଇଗଲେ ନିଜ ହାତ କେଇ ପଦ ଢାଡିରେ ଏକ ଚିଠି। ମୋ ମୃ-ତ୍ୟୁ ପାଇଁ କେହି ଦାୟୀ ନୁହନ୍ତି। ମୋ ଛାତିର ଯନ୍ତ୍ର-ଣାକୁ ସହି ନପାରି ମୁଁ ଆ-ତ୍ମହ-ତ୍ୟା କରିବାକୁ ବାଧ୍ୟ ହେଉଛି। ହେଲେ ସମସ୍ତଙ୍କୁ ଅନୁରୋଧ ମୋ ଝିଅକୁ ଖୁସିରେ ଓ ଭଲରେ ରଖିବ।

ମିନାକ୍ଷୀ ଆତ୍ମହତ୍ୟା କରିଥିବା ଜାଣି ପରିବାରରେ ଖେଳିଯାଇଥିଲା ଶୋକର ଛାୟା। ସମସ୍ତେ କହୁଥିଲେ ରକ୍ତ ମାଂସର ଶରୀର ଅଛି ତ ରୋଗ ଅଛି ହେଲେ ଝିଅକୁ ଛାଡି ପରିବାରକୁ ଛାଡି ଏକା ଏମିତି ଚାଲିଯାଇ ଠିକ କଲନି ମିନାକ୍ଷୀ।

Leave a Reply

Your email address will not be published. Required fields are marked *