ମହିଳା ୧୪ ବର୍ଷ ଧରି କେବଳ ଖାଉଛନ୍ତି କଞ୍ଚା ପରିବା।

ଦିନେ ନୁହେଁ କି ଦୁଇ ଦିନ ନୁହେଁ ଦୀର୍ଘ ୧୪ ରୁ ୧୫ ବର୍ଷ ହେଲା ଜଣେ ମହିଳା କେବଳ କଞ୍ଚା ପରିବା ଖାଇ ସୁସ୍ଥ ରହିଛନ୍ତି। କଥାଟା ସମସ୍ତଙ୍କୁ ଚକିତ କରୁଥିଲେ ମଧ୍ୟ ନିହାତି ସତ। ମହିଳା ଜଣଙ୍କ ନାମ ହେଉଛି ପାୟଲ ପ୍ରିୟଦର୍ଶିନୀ ଏବଂ ସେ ଓଡ଼ିଶାର ଝିଅ। ପାୟଲ ଯେତେବେଳେ ଓଡ଼ିଆ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ ତାଙ୍କୁ ସୁନ୍ଦର ହେବାର ଥିଲା

ତେଣୁ ସେ ସୁନ୍ଦର ଚେହେରା ଓ ନିଜକୁ ସୁସ୍ଥ ରଖିବା ପାଇଁ ସେ ଯାଉଥିଲେ ଜିମ।ଜିମ ଯିବା ପରେ ତାଙ୍କୁ ତାଙ୍କ ଶରୀର ପାଇଁ ଡାଏଟ କରିବାର ଥିଲା ଓ ସେ ଡାଏଟେ କରୁଥିଲେ। ହେଲେ ଧୀରେ ଧୀରେ ଏହା ଅଭ୍ୟାସରେ ପରିଣତ ହୋଇଯାଇଥିଲା। ଆଉ ଶେଷରେ ଏମିତି ଏକ ଦିନ ଆସିଲା ପାୟଲ ରନ୍ଧା ଖାଦ୍ୟ ଖାଇବା ଛାଡିଦେଲେ।

ପାୟଲ କୁହନ୍ତି ଯେତେବେଳେ ସେ ଜିମ ଯାଆନ୍ତି ଓ ଜିମ ରୁ ଫେରିବା ପରେ ନିଜ ପାଇଁ ରୋଷେଇ କରନ୍ତି ସେହି ସମୟରେ ପରିବା କାଟୁ କାଟୁ ସେ କଞ୍ଚା ପରିବା ଗୋଟେ ଦୁଇଟି ଖାଇ ଦେଉଥିଲେ। ହେଲେ ତାଙ୍କ ଅଜାଣତରେ ଏହା କେତେବେଳେ ଏକ ଅଭ୍ୟାସ ପରିଣତ ହୋଇଥିଲା ତାହା ସେ ଜାଣି ନଥିଲେ।

ପାୟଲ କେବଳ କଞ୍ଚା ପରିବା ନୁହେଁ କଞ୍ଚା ଅଣ୍ଡା,କଞ୍ଚା କ୍ଷୀର,କଲରା,ବାଇଗଣ,କୋବି ଏମିତି ଅନେକ କିଛି ଜିନିଷ କଞ୍ଚା ଖାଇ ପାରନ୍ତି ଓ ସେ କହିଛନ୍ତି ଏହି କଞ୍ଚା ପରିବା ଖାଇବା ଦ୍ୱାରା ସେ ନିଜକୁ ସୁସ୍ଥ ରଖି ପାରିଛନ୍ତି।ସେ ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ କଞ୍ଚା ପରିବା ଖାଇବେ ବୋଲି ମଧ୍ୟ ପ୍ରକାଶ କରିଛନ୍ତି।

ପାୟଲ ଯେତେବେଳେ ନିଜ ଘରକୁ ଦୁଇରୁ ତିନି ବର୍ଷରେ ଥରେ ଯାଆନ୍ତି ଝିଅ ଏତେ ଦିନ ପରେ ଘରକୁ ଆସିଥିବାରୁ ପରିବାରରେ ଖୁସିର ଲହଡି ଖେଳିଯାଏ ଓ ପାୟଲଙ୍କ ପାଇଁ ପରିବାର ଲୋକେ ସ୍ନେହରେ ଅନେକ ଅନେକ ପ୍ରକାର ଖାଦ୍ୟ ପ୍ରସ୍ତୁତ କରୁଥିଲେ ବି ପାୟଲ ସେହି ରନ୍ଧା ଖାଦ୍ୟ ଖାଇଲେ ବାନ୍ତି କରିଦିଅନ୍ତି।

ତେବେ ପାୟଲଙ୍କ ଏପରି କାର୍ଯ୍ୟ ଦେଖି ସାଧାରଣ ଲୋକେ ଯେତିକି ଚକିତ ହୁଅନ୍ତି ସେତିକି ତାଙ୍କ ସାଙ୍ଗ ସାଥି ବନ୍ଧୁ ବାନ୍ଧବ ମଧ୍ୟ କଞ୍ଚା ପରିବା ଖାଇବାକୁ ଆଗ୍ରହ ପ୍ରକାଶ କରିଥାନ୍ତି। ମାତ୍ର ପାୟଲ କୁହନ୍ତି ସେମାନେ ଚେଷ୍ଟା କରନ୍ତି ସତ ହେଲେ ଯେତେବେଳେ କଲରା କିମ୍ବା ଅନ୍ୟ କୌଣସି ପରିବା ସେମାନେ ଖାଆନ୍ତି ବାନ୍ତି କରି ପକାଇ ଥାନ୍ତି ଓ ପାୟଲଙ୍କୁ ପଚାରନ୍ତି ଏତେ ପିତା ଜିନିଷ ଏତେ କଞ୍ଚା ଜିନିଷ ପାୟଲ କିପରି ଖାଉଛନ୍ତି। ହେଲେ କିନ୍ତୁ କଞ୍ଚା ପରିବା ଖାଇ ଖୁବ ଖୁସୀ ଅଛନ୍ତି ଓ ଜୀବନର ଶେଷ ନିଶ୍ୱାସ ଯାଏଁ ସେ ଖୁସିରେ କଞ୍ଚା ପରିବା ଖାଇବେ ବୋଲି ମଧ୍ୟ କହିଛନ୍ତି।

Leave a Reply

Your email address will not be published. Required fields are marked *