ଶାରୀ-ରିକ ନିର୍ଯ୍ୟା-ତନା ଦେଉଥିଲେ ଶାଶୁ ଘର ଲୋକେ , ଶଶୁର କହୁଥିଲେ ଅ-ଶ୍ଳୀଳ କଥାବାର୍ତ୍ତା , ଥା-ନାର ଦ୍ୱାରସ୍ଥ ହେଲେ ବୋହୂ

ଯୌତୁକ ଏପରି ଏକ ଜିନିଷ , ଯାହାକୁ ନେଇ ଯୁଗ ଯୁଗ ଧରି ଆଲୋଚନା ପର୍ଯ୍ୟାଲୋଚନା ଚାଲି ଆସୁଅଛି । ଯାହାକୁ ନେଇ ଏତେ ଝ-ଗଡା ହେଉଛି , ଯାହା ପାଇଁ ଲକ୍ଷ ଲକ୍ଷ ମହିଳାଙ୍କୁ ଆ-ତ୍ମହ-ତ୍ୟାର ସମ୍ମୁଖୀନ କରିବାକୁ ପଡୁଛି । ତେବେ ଏପରି ପ୍ରଥା ଅନେକ ବର୍ଷରୁ ଚାଲି ଆସିଥିଲେ ମଧ୍ୟ ଏହା ଉପରେ ରୋକ୍ ଲଗାଇବା ଆଜି ପର୍ଯ୍ୟନ୍ତ ସମ୍ଭବ ହୋଇ ପାରିନାହିଁ । ନିଶ୍ଚିତ ଭାବରେ ଖବରକାଗଜ ପୃଷ୍ଠାରେ ଯୌତୁକ ପାଇଁ ଜୀବନ ହାରି ଦେଇଥିବା ଜଣେ ନା ଜଣେ ମହିଳାଙ୍କ ଖବର ବାହାରୁଛି । ତେବେ ଏପରି କା-ଣ୍ଡ ସମାଜ ପାଇଁ ଅତ୍ୟନ୍ତ ଲ-ଜ୍ଜାଜ-ନକ ଅଟେ । ଯୁଗ ଏତେ ଆଗକୁ ବଢି ଯାଇଥିବା ସତ୍ତ୍ଵେ ମଧ୍ୟ , କୋର୍ଟ କଚେରୀ ଏବଂ ଥା-ନାରେ ଏତେ ଶିକ୍ଷିତ ଲୋକ ଥାଇ ମଧ୍ୟ ଏହି ମାମଲାର ସମାଧାନ ଆଜି ଯାଏଁ ହୋଇ ପାରୁ ନାହିଁ ସମାଧାନ ।

କେତେ ଯେ ନିରୀହ ମହିଳା ଏଥିପାଇଁ ନିଜ ଜୀବନକୁ ହାରି ଦେଉଛନ୍ତି , ତାହାର ଗଣନା ନାହିଁ । ତେବେ ଆଜି ଆମେ ଆପଣଙ୍କୁ ଏପରି ଜଣେ ମହିଳାଙ୍କ ବିଷୟରେ କହିବାକୁ ଯାଉଛୁ , ଯିଏ ମଧ୍ୟ ଠିକ୍ ଏହି ଭଳି ଘଟ-ଣାର ସମ୍ମୁଖୀନ ହୋଇଛନ୍ତି । ଆଉ ସେ ଶେଷରେ ସହିବାର ସୀମା ପାର ହୋଇଯିବା ପରେ ଥା-ନାର ଦ୍ୱାରସ୍ଥ ହୋଇଛନ୍ତି । ତେବେ ଏପରି ଏକ ଘ-ଟଣା ଦେଖିବାକୁ ମିଳିଛି ମଞ୍ଜୁଲତା ବେହେରାଙ୍କ ଜୀବନରେ । ମଞ୍ଜୁଲତା ୬ ବର୍ଷ ପୂର୍ବରୁ କାହ୍ନୁଚରଣ ମାହାଲି ନାମକ ଜଣେ ଅଗ୍ନିଶମ ବିଭାଗରେ କାମ କରୁଥିବା ବ୍ୟକ୍ତିଙ୍କୁ ବିବାହ କରିଥିଲେ । ଉଭୟଙ୍କର ଗୋଟିଏ ପୁଅ ମଧ୍ୟ ରହିଛି । କିନ୍ତୁ ବିବାହର ଏତେ ଦିନ ବିତି ଯାଇଥିବା ପରେ ମଧ୍ୟ ସରି ନାହିଁ ଯୌ-ତୁକ ପାଇଁ ନିର୍ଯ୍ୟା-ତନା । ଆଜି ବି ଯୌ-ତୁକ ପାଇଁ ମା-ଡ଼ ଖାଉଛନ୍ତି ମଞ୍ଜୁଲତା ।

ସେ କହିଛନ୍ତି କି , କେବଳ ସ୍ଵାମୀ ନୁହଁନ୍ତି ବରଂ ଶାଶୁ ଶଶୁର ମଧ୍ୟ ତାଙ୍କୁ ମା-ଡ ମା-ରିଥାଆନ୍ତି । ଆଉ ତାଙ୍କୁ ନିଜ ବାପ ଘରୁ ଯାଇ ଯୌ-ତୁକ ଆଣିବା ପାଇଁ କହିଥାନ୍ତି । ତେବେ ପ୍ରଥମେ ପ୍ରଥମେ ମଞ୍ଜୁଲତା ଏ ସବୁକୁ ସହି ଯାଉଥିଲେ କିନ୍ତୁ ବର୍ତ୍ତମାନ ସେହି ସୀମା ଆଉ ନାହିଁ । ବର୍ତ୍ତମାନ ସେ ଧୋର୍ଯ୍ୟହରା ହୋଇ ଯାଇଛନ୍ତି । ତାଙ୍କୁ ସ୍ଵାମୀ ଅନେକ ମା-ଡ଼ ମା-ରିବା ସହିତ ଶାଶୁ ଖାଇବାକୁ ଦିଅନ୍ତି ନାହିଁ ବୋଲି ସେ କହିଛନ୍ତି । ଏମିତିକି ତାଙ୍କ ଖାଇବା ମଧ୍ୟ ଲୁ-ଚାଇ ଦେଇଥାନ୍ତି । ଆଉ ସେ ଯେମିତି ନ ଖାଇବେ , ସେଥିପାଇଁ ଯୋଜନା କରିଥାନ୍ତି । ଏହା ବ୍ୟତୀତ ଶାଶୁ ତାଙ୍କୁ ମନ୍ଦିର ଯାଉଛୁ ନା ଆଉ କୁଆଡେ ଯାଉଛୁ ବୋଲି କହି ଅ-ଶ୍ଳୀଳ କଥା କହିଥାନ୍ତି । ଏଥିରେ ତାଙ୍କର ସାଥ ନଣନ୍ଦ ଦେଇଥାନ୍ତି ବୋଲି ସେ କହିଛନ୍ତି । ଦୁହେଁ ତାଙ୍କୁ ଅନେକ ମା-ଡ଼ ମା-ରିଥାଆନ୍ତି ।

ତେବେ କେବଳ ଏତିକି ନୁହେଁ , ଶଶୁରଙ୍କ ନାମରେ ମଧ୍ୟ ମଞ୍ଜୁଲତା କହିଛନ୍ତି କି , ଶଶୁର ତାଙ୍କୁ ଅ-ଶ୍ଲିଳ କଥା କହି ତାଙ୍କ ଉପରକୁ ହାତ ଉଠାଇଥାନ୍ତି ଆଉ ଗୋଇଁଠା ମଧ୍ୟ ମା-ରିଥାନ୍ତି । ଆଉ ଏସବୁ ପଛରେ ଗୋଟିଏ କାରଣ ତାହା ହେଉଛି ଯୌ-ତୁକ । ଶାଶୁ ଶଶୁର ତାଙ୍କୁ ନିଜ ବାପ ଘରକୁ ଯାଇ ସୁନା ଏବଂ ଗାଡ଼ି ଆଣିବାକୁ ଜିଦ୍ କରିଥାନ୍ତି । ଆଉ ତାଙ୍କ କଥା ନ ଶୁଣିଲେ ଆରମ୍ଭ ହୋଇ ଯାଇଥାଏ ଅ-ତ୍ୟାଚା-ର ବୋଲି ସେ କହିଛନ୍ତି । ଯାହା ତାଙ୍କୁ ବହୁତ କ-ଷ୍ଟ ଦେଇଥାଏ । ଆଉ ତାପରେ ବି ନିଜ ପିଲାର ମୁହଁକୁ ଅନାଇ ତାଙ୍କ ଦିନ ବିତି ଯାଇଥାଏ ବୋଲି ସେ କହିଛନ୍ତି। ତେବେ ଆଗରୁ ଏହି କଥା ପାଇଁ ସେ କୋର୍ଟ ଯାଇଥିଲେ ଆଉ ସେଠାରେ ସମାଧାନ ମଧ୍ୟ ହୋଇ ଯାଇଥିଲା। କିନ୍ତୁ ପୁଣିଥରେ ସେହି କାମ ଆରମ୍ଭ ହୋଇ ଯିବାରୁ ବର୍ତ୍ତମାନ ସେ ନିଜ ବାପଘରେ ଯାଇ ରହୁଛନ୍ତି ବୋଲି କହିଛନ୍ତି

Leave a Reply

Your email address will not be published. Required fields are marked *