ଦୁଇ ଛୁଆକୁ ଛାଡି ମା ନି-ଖୋଜ ।

ଆଖିରେ ଆଖିଏ ଲୁହ । ମା କଥା ପଚାରି ଦେଲେ ଲୁହ ଆଉ କୋହ ଏକାଠି ହୋଇ ଯାଉଛି । ମା ଗଲା ବେଳେ କହି ଯାଇଥିଲା । ଦୁଇ ଭାଇ ଏଇଠି ଥାଅ ମୁଁ ଯାଉଛି ଆସିଲେ ଟଙ୍କା ଦେବି ତୁମେ ବରା ଖାଇବ। ଏଇ କଥା କହି ଆମକୁ ଅପେକ୍ଷା କରେଇ ଦେଇ ମା ଯାଇଛି ଯେ ଯାଇଛି । ଆଠ ଦିନ ହେଲାଣି ମାକୁ ନ ପାଇ ଦୁଇ ପୁଅ ସୋଇଲେ ବସିଲେ ମାକୁ ଝୁରି ହେଉଛନ୍ତି । ଆଠ ଦିନ ହେଲାଣି ମା କୁଆଡେ ଯାଇଛି କେଉଁଠି ଅଛି ସେ ଖବର କାହା ପାଖେ ବି ନାହିଁ ।

ଏପଟେ ଆଠ ଦିନ ହେଲାଣି ମାକୁ ନିରନ୍ତର ଭାବେ ଖୋଜି ଚାଲିଛନ୍ତି ଦୁଇ ପୁଅ । ଏଭଳି ହୃଦୟ ବିଦା-ରକ ଘ-ଟଣା ସାମ୍ନାକୁ ଆସିଛି ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥା-ନା ଅଞ୍ଚଳରେ । ଏହି ଅଞ୍ଚଳର ସବିତା ସେଠି ଆଠ ଦିନ ତଳେ ପରିବାର ଲୋକଙ୍କୁ ଛାଡି କେଉଁ ଆଡେ ନି-ଖୋଜ ହୋଇ ଯାଇଛନ୍ତି । ନି-ଖୋଜ ହେବା ଦିନ ସନ୍ଧ୍ୟାରେ ମା ଦୁଇ ପୁଅକୁ କହି ଯାଇଥିଲେ ।

କେହି ଦୁଷ୍ଟ ହେବନି ମୁଁ ପୋଖରୀକୁ ଯାଉଛି । ଆସିଲେ ବରା ଆଣିବାକୁ ପଇସା ଦେବୀ। ସନ୍ଧ୍ୟା ଯାଇ ସକାଳ ହେଲା ଦୁଇ ପୁଅ ମାର ଫେରିବା ବାଟକୁ ଚାହିଁଥିଲେ। ହେଲେ କିନ୍ତୁ ମା ଫେରି ନଥିଲା । ଦିନ ଥିଲା ପରିବାର ହସ ଖୁସିରେ ଫାଟି ପଡୁଥିଲା । ସ୍ୱାମୀଙ୍କ ଅଳ୍ପ ରୋଜଗାରରେ ଚାରି ପ୍ରାଣୀ କୁଟୁମ୍ବ ଦୁଃଖେ କଷ୍ଟେ ଚଳି ଯାଉଥିଲେ । ପରିବାରରେ ନା ଥିଲା କୌଣସି ମନାନ୍ତର ନା ହିଁ ଥିଲା କିଛି ମତାନ୍ତର ।

ହେଲେ ସେଦିନ ସନ୍ଧ୍ୟାରେ କଣ ହେଲା କେଜାଣି ହଟାତ ସବିତା ଦୁଇ ପୁଅଙ୍କୁ ଘରେ ଥାଅ କହିକି କେଉଁ ଆଡେ ଚାଲିଗଲେ ।ଦୁଇ ପୁଅ କା-ନ୍ଦି କା-ନ୍ଦି କହୁଛନ୍ତି ମାମା ତୁମ କଥା ବହୁତ ଜୋରେ ମନେ ପଡୁଛି। ତୁମେ ଯେଉଁଠି ଥାଅ ଘରକୁ ଫେରି ଆସ । ଆମେ ତୁମ ଅପେକ୍ଷାରେ ଅଛୁ । ମା କୁ ଆଠ ଦିନ ହେଲାଣି ନ ଦେଖି ଦୁଇ ପୁଅ ଭୋ ଭୋ ହେଇ କାନ୍ଦୁଛନ୍ତି ।

ମାର ଫଟୋ ଦେଖି ମାର ମୁହଁକୁ ଚାହିଁ ରହୁଛନ୍ତି ଦୁଇ ପୁଅ । ଆଉ ମାକୁ ନ ପାଇ । ଦୁଇ ପୁଅ ଚାରି ଆଡ଼େ ଖୋଜି ସାରିଲେଣି । ଯେଉଁ ଆଡେ ମା ଯାଇଥିଲା ସେହି ଆଡେ ମାକୁ ଚାହିଁ ଚାହିଁ ଅନେକ ଥର ଯାଇ ପୋଖରୀ ତୁଠରୁ ମା ମା ଡାକି ଫେରି ଆସିଲେଣି । ମା କିନ୍ତୁ ପୁଅ ମାନଙ୍କ ଡାକ ଶୁଣି ଫେରି ଆସୁନି । ସାନ ପୁଅ କହୁଛି । ମୁଁ ହାତ ଯୋଡୁଛି ମୁଁ ନିବେଦନ କରୁଛି । ମୋ ମା କୁଆଡେ ଯାଇଛି ତାକୁ ଟିକେ ଖୋଜି ଆଣି ଦିଅ । ମୋର ମା କଥା ବହୁତ ଜୋରେ ମନେ ପଡୁଛି ।

ପୁଅ ମାନଙ୍କ କାନ୍ଦ ଦେଖି ମାକୁ ଖୋ-ଜିବା ପାଇଁ ପୁଅ ମାନେ କହିବା ପରେ ପୋଖରୀରେ ଖୋଜା ଖୋଜି କରାଯାଇଥିଲା । ହେଲେ ମା କିନ୍ତୁ କେଉଁଠିବି ମିଳି ନଥିଲେ । ଏବେ ଲୁହ ଛଳ ଛଳ ଆଖି ରେ କେବଳ ମାର ଫଟୋକୁ ଚାହିଁ ରହି ଆଖିରୁ ଲୁହ ଗଡାଉ ଛନ୍ତି ଦୁଇ ପୁଅ । କାନ୍ଦି କାନ୍ଦି କହୁଛନ୍ତି ଆମ ମା ବିନା ଆମକୁ କିଛି ଭଲ ଲାଗୁନି। କେହି ଟିକେ ଆମ ମାକୁ ଖୋଜି ଆଣ । ଏପରି ପରିସ୍ଥିତିରେ ଦୁଇ କୁନି କୁନି ପୁଅଙ୍କର ଆଖିକୁ ନିଦ ଆସୁନି କି ପେଟକୁ ଭୋକ ଲାଗୁନି ।

ହାତ ଯୋଡି ଦୁଇ ପୁଅ କ୍ୟାମେରା ଆଗରେ କହୁଛନ୍ତି । ତୁମ କଥା ବହୁତ ମନେ ପଡୁଛି । ତୁମ ବିନା ଆଖିକୁ ନିଦ ଆସୁନି କି ଭୋକ ଲାଗୁନି । ମାମା ତୁମେ ଯେଉଁଠି ଥାଅ ଆମ ମୁହଁକୁ ଚାହିଁ ଫେରି ଆସ । କେହି ଟିକେ ଆମକୁ ସାହାଯ୍ୟ କର ଆମ ମାମାକୁ ଖୋଜି ଆଣି ଆମକୁ ଦିଅ । ଆମେ ଆଉ ଦୁଷ୍ଟ ହେବୁନି । ମାମା ତୁମେ ଦୟାକରି ଫେରିଆସ । ତୁମ ବିନା କିଛିବି ଭଲ ଲାଗୁନି ।

ଏତେ କଅଁଳ ବୟସରେ ଦୁଇ ପୁଅ ମାକୁ ଚାହିଁ ଚାହିଁ ଆଖିରୁ ନିଦ ହଜାଇ ଦେଇ ସାରିଲେଣି । ହେଲେ ମା କିନ୍ତୁ ଆଠ ଦିନ ହେଲାଣି ଫେରିବାର ନା ଧରୁ ନାହିଁ । ଏନେଇ ପୋ-ଲିସ ନିକଟରେ ଅଭି-ଯୋଗ କରାଯାଇଥିବା ବେଳେ ପୋ-ଲିସ କିନ୍ତୁ ଚୁପ ବସିଛି । ତେବେ ଦେଖିବାକୁ ବାକି ରହିଲା ପୋଲି-ସର ନିଦ କେବେ ଭାଙ୍ଗୁଛି । ଆଉ ଏହି ଦୁଇ ପିଲାଙ୍କ ମାଙ୍କୁ ପୋ-ଲିସ କେବେ ଖୋଜି ଆଣି ଦେଉଛି ।

Leave a Reply

Your email address will not be published. Required fields are marked *