କେବଳ ଗୋଟିଏ ଜିନିଷ କଦଳୀରେ ମିଶାଇ ଖାଆନ୍ତୁ , ଦେଖିବେ ଦୀର୍ଘ ପୁରୁଣା ଅର୍ଶ ବି ଭଲ ହୋଇଯିବ

ଆପଣ ମାନେ ସମସ୍ତେ ଅର୍ଶ ବିଷୟରେ ଅଳ୍ପ ବହୁତେ ଜାଣିଥିବେ । ତେବେ ଏହା ଏକ ରୋଗ ହୋଇଥାଏ । ପ୍ରାୟତଃ ଘରେ ଘରେ ଏହି ରୋଗ ଦେଖା ଦେଇଥାଏ । ତେବେ ଆପଣ ମାନେ ଜାଣିନଥିବେ ଏହା ପ୍ରାୟତଃ ଦୁଇ ପ୍ରକାରର ହୋଇଥାଏ ।

ତେବେ ଗୋଟିଏ ପ୍ରକାରର ଅର୍ଶରେ ରକ୍ତ ପଡ଼ିଥାଏ ଏବଂ ଅନ୍ୟଟିରେ ରକ୍ତ ପଡିନଥାଏ । କିନ୍ତୁ ମଳଦ୍ୱାର ନିକଟରେ ଗୋଟିଏ ମାଂସ ଝୁଲି ପଡ଼ିଥାଏ । ଯାହା ଦ୍ୱାରା ଆମକୁ ଉଠିବା ଆଉ ବସିବାରେ ଅତ୍ୟନ୍ତ କଷ୍ଟ ହୋଇଥାଏ । ତେବେ ଆଜି ଆମେ ଏଠାରେ ଆପଣଙ୍କର ସମସ୍ତ ସମସ୍ୟାର ସମାଧାନ କରିଦେବୁ । ଅର୍ଶ ଜନିତ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମେ ଏଠାରେ ଆପଣଙ୍କୁ ଏକ ଘରୋଇ ଉପଚାର ବିଷୟରେ ଅବଗତ କରାଇବୁ । ତେବେ ଚାଲନ୍ତୁ ଏହାର ପ୍ରସ୍ତୁତ ପ୍ରଣାଳୀ ବିଷୟରେ ଜାଣିବା ।

ତେବେ ଏହି ଘରୋଇ ଉପଚାର ପ୍ରସ୍ତୁତ କରିବାପାଇଁ ସର୍ବପ୍ରଥମେ ଆପଣଙ୍କୁ ଆଲମ କିମ୍ବା ଫିଟିକିରି ର ଆବଶ୍ୟକତା ପଡିବ । ଯାହା ଆପଣଙ୍କୁ ସହଜରେ ବଜାରରେ ମିଳିଯିବ । କିନ୍ତୁ ଗୋଟିଏ କଥା ଏଠାରେ ମନେରଖନ୍ତୁ ଯେ ଦାଢ଼ି ଖିଅର ହେବା ପାଇଁ ଉପଯୋଗ ହେଉଥିବା ନକଲି ଫିଟିକିରି ର ବ୍ୟବହାର ଏଠାରେ କରିବେ ନାହିଁ । ତେବେ ଫିଟିକିରି ଆମ ଶରୀର ପାଇଁ ଅତ୍ୟନ୍ତ ଉପକାରୀ ଅଟେ ବୋଲି ଆପଣ ସମସ୍ତେ ଜାଣିଥିବେ । ଶରୀରର କୌଣସି ସ୍ଥାନ କଟିଗଲେ , ସେଥିରେ ଫିଟିକିରି ଲଗାଇବା ଫଳରେ ଅତ୍ୟନ୍ତ ଆରାମ ଏବଂ ଉପଶମ ମିଳିଥାଏ ବୋଲି ଆପଣ ଜାଣିଥିବେ ।

ତେବେ ଆପଣ ସର୍ବପ୍ରଥମେ ଏକ ଫିଟିକିରି ଖଣ୍ଡକୁ ନିଅନ୍ତୁ ଏବଂ ତାକୁ ଏକ ଗରମ କଢେଇ ଉପରେ ରଖିଦିଅନ୍ତୁ । ତାପରେ ଆପଣ ଦେଖିବାକୁ ପାଇବେ ଯେ ଏହାର ଜଳୀୟ ଅଂଶ ବାହାରି ଯାଇ ଏହା ସମ୍ପୂର୍ଣ୍ଣ ଶୁଦ୍ଧ ହୋଇଯିବ । ଏହାପରେ ଏକ ଚାମଚ ସାହାଯ୍ୟରେ ଫିଟିକିରିକୁ କଢେଇ ମଧ୍ୟରେ ଗୁଣ୍ଡ କରିନିଅନ୍ତୁ । ତେବେ ଏହି ଘରୋଇ ଉପଚାର ପ୍ରସ୍ତୁତ ପାଇଁ ଆପଣଙ୍କୁ କେବଳ ଚିମୁଟାଏ ଫିଟିକିରିର ଆବଶ୍ୟକତା ପଡିବ । ଅଧିକ ଫିଟିକିରି ସେବନ ମଧ୍ୟ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ ।

ତେବେ ଏହାପରେ ଆପଣଙ୍କୁ ପାଚିଲା କଦଳୀର ଆବଶ୍ୟକତା ପଡିବ । କଦଳୀର ଚୋପା ଛଡାଇ ଦେଇ ତା ମଝିରେ ଏକ ଗାତ କରିନିଅନ୍ତୁ । ତାପରେ ଆପଣଙ୍କୁ ଏକ ଚାମଚ ମହୁର ଆବଶ୍ୟକତା ପଡିବ । ମହୁ ମଧ୍ୟ ଅର୍ଶ ଦୂର କରିବାରେ ଲାଭଦାୟକ ପ୍ରମାଣିତ ହୋଇଥାଏ । ତେବେ ଏହାପରେ ଗୋଟିଏ ଚାମଚ ମହୁରେ ଚିମୁଟାଏ ଫିଟିକିରି ଗୁଣ୍ଡ ମିଶାଇ ଦିଅନ୍ତି । ଏବଂ ଏହାପରେ ଏହି ମିଶ୍ରଣକୁ କଦଳୀ ମଧ୍ୟରେ କରାଯାଇଥିବା ଗାତ ଭିତରେ ଭର୍ତ୍ତି କରିଦିଅନ୍ତୁ ।

ତେବେ ଏହି ଘରୋଇ ଉପଚାର ସାହାଯ୍ୟରେ ଆପଣଙ୍କ ଅର୍ଶ ଦୂର ହୋଇପାରିବ । ଅଲସର ଏବଂ ଜଣ୍ଡିସ ପାଇଁ ମଧ୍ୟ ଏହା ଅତ୍ୟନ୍ତ ଲାଭକାରୀ ପ୍ରମାଣିତ ହୋଇଥାଏ । ଏହି ଉପଚାରର ବ୍ୟବହାର ଦ୍ୱାରା ଆପଣଙ୍କ ରକ୍ତ ପଡୁଥିବା ଅର୍ଶ ମଧ୍ୟ ଭଲ ହୋଇଯିବ । ଆଉ ଆପଣଙ୍କର ଯଦି ବହୁପୁରୁଣା ଅର୍ଶ ରହିଛି , ତେବେ ଏହି ଉପଚାରର ବ୍ୟବହାର ଦିନକୁ ଦୁଇଥର କରନ୍ତୁ । ଦେଖିବେ ନିଶ୍ଚିତ ଭାବରେ ଆପଣଙ୍କୁ ଆରାମ ମିଳିବ ।

ଦିନକୁ ତିନି ରୁ ଚାରିଥର ଏହି ଉପଚାରର ବ୍ୟବହାର ଆପଣଙ୍କୁ ଅର୍ଶ ସମସ୍ୟାରୁ ଦୂରେଇ ଦେବ । ତେବେ ସକାଳୁ ଖାଲି ପେଟର ଏହାକୁ ସେବନ କରନ୍ତୁ ଏବଂ ଅଧଘଣ୍ଟା ରୁ ଘଣ୍ଟାଏ ପର୍ଯ୍ୟନ୍ତ ଅନ୍ୟ କିଛି ଖାଦ୍ୟପେୟ ସେବନ କରନ୍ତୁ ନାହିଁ । ଦେଖିବେ ଏହା ନିଶ୍ଚିତ ଭାବରେ ଆପଣଙ୍କୁ ଅର୍ଶ ସମସ୍ୟାରୁ ମୁକ୍ତି ଦେବ ।

Leave a Reply

Your email address will not be published. Required fields are marked *