ପ୍ରଧାନମନ୍ତ୍ରୀଙ୍କ ନୂଆ ଯୋଜନା:- ୨ ଟଙ୍କା ଜମା କଲେ ମାସକୁ ମିଳିବ ୩୬ ହଜାର ଟଙ୍କା…

ଗରିବ ଲୋକଙ୍କୁ ସହାୟତା ପ୍ରଦାନ କରିବା ପାଇଁ କେନ୍ଦ୍ରସରକାର ଅନେକ ପଦକ୍ଷେପ ନେଇଛନ୍ତି। ତେବେ ତାହା କୃଷକ ମାନଙ୍କ ପାଇଁ ହେଉ ଅବା ଆର୍ଥିକ ଦୁର୍ବଳ ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ଆଣି ଉପକୃତ କରାଇଛନ୍ତି। ସେହିଭଳି କେନ୍ଦ୍ରସରକାର ଗରିବ ଏବଂ ମୂଲିଆ ଶ୍ରେଣୀର ଲୋକମାନଙ୍କୁ ସହାୟତା ଯୋଗେଇ ଦେବା ପାଇଁ ଅନେକ ଯୋଜନା ମାନ ଲାଗୁ କରିଛନ୍ତି। ଯାହାଫଳରେ ଗରିବ ଏବଂ ମଧ୍ୟବର୍ତ୍ତୀ ଶ୍ରେଣୀର ଲୋକମାନେ ଅନେକ ମାତ୍ରାରେ ଉପକୃତ ହେଉଛନ୍ତି। ଯେପରିକି ଇ ଶ୍ରମ କାର୍ଡ ଯୋଜନା ଦ୍ୱାରା ଅନେକ ମୂଲିଆ ଶ୍ରେଣୀର ଲୋକମାନେ ଉପକୃତ ହେବାକୁ ଯାଉଛନ୍ତି। କୃଷକ ମାନଙ୍କ ପାଇଁ ସମ୍ମାନ ନିଧି ଯୋଜନା ମାଧ୍ୟମରେ ଅନେକ ସହାୟତା କରିଛନ୍ତି।

ବର୍ତ୍ତମାନ ସମୟରେ କେନ୍ଦ୍ରସରକାର ଏକ ନୂଆ ଯୋଜନା ଆଣିଛନ୍ତି ଯେଉଁଥିରେ ଅନେକ ଗରିବ ଲୋକ ଉପକୃତ ହେବାକୁ ଯାଉଛନ୍ତି। ତେବେ ଆପଣ କେବଳ ଦିନକୁ ୨ ଟଙ୍କା ଜମା କରି ମାସକୁ ୩୬ ହଜାର ଟଙ୍କା ପାଇ ପାରିବେ।

କେନ୍ଦ୍ର ସରକାର ଗରିବ ଶ୍ରେଣୀର ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଅନେକ ଯୋଜନ ମାନ ବାହାର କରିଛନ୍ତି। ସେଗୁଡିକ ମଧ୍ୟରୁ ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମନଧନ ଯୋଜନା, ଅସଙ୍ଗଠିତ ଶ୍ରମିକ ପାଇଁ ଏହି ଯୋଜନା ଉଦ୍ଧିଷ୍ଟ। ତେବେ ଯୋଜନାରେ ରାସ୍ତା କଡରେ ବିକ୍ରି କରୁଥିବା ଜିନିଷ, ଫେରିବାଲା ଏବଂ ନିର୍ମାଣ ଶ୍ରମିକ ଏହି ଯୋଜନାରେ ଅନ୍ତର୍ଭୁକ୍ତ। ତେବେ ଏହି ମାଧ୍ୟମରେ ଆପଣ ଆପଣଙ୍କ ବୃଦ୍ଧବସ୍ଥାକୁ ସୁରକ୍ଷିତ କରି ପାରିବେ। ଏହି ଯୋଜନା ଅଧୀନରେ ଜଣେ ଶ୍ରମିକ ୬୦ ବର୍ଷ ବୟସ ପରେ ପ୍ରତି ମାସରେ ୩୦୦୦ ଟଙ୍କା ପେନ୍ସନ୍ ପାଇଥାନ୍ତି। ଆପଣ ମଧ୍ୟ ଏହି ଯୋଜନାର ଲାଭ ଉଠାନ୍ତୁ।

କିଏ କିଏ ନେଇ ପାରିବ ଏହି ଯୋଜନାର ଲାଭ।

୧) ଏହି ଯୋଜନାର ଫାଇଦା ୧୮ରୁ ୪୦ ବର୍ଷୀୟ କୌଣସି ଶ୍ରମିକ ଲାଭ ଉଠେଇ ପାରିବ।

୨) ଏହି ଯୋଜନା ଅଧୀନରେ ସର୍ବନିମ୍ନ ୨୦ ବର୍ଷ ଏବଂ ସର୍ବାଧିକ ୪୦ ବର୍ଷ ପାଇଁ ମାସିକ ୫୫ ରୁ ୨୦୦ ଟଙ୍କା ଦେବାକୁ ପଡିବ।

୩) ୧୮ ବର୍ଷ ବୟସରୁ ଯୋଡି ହେଉଛନ୍ତି ତେବେ ଆପଣଙ୍କୁ ମାତ୍ର ୫୫ ଟଙ୍କା ଦେବାକୁ ପଡିବ।

୪) ଯଦି ୩୦ ବର୍ଷ ବୟସରୁ ଏହି ଯୋଜନାରେ ଯୋଡି ହେଉଛନ୍ତି ତେବେ ଆପଣଙ୍କୁ ମାସିକ ୧୧୦ ଟଙ୍କା ଦେବାକୁ ପଡିବ।

୫) ଯଦି ଆପଣ ୪୦ ବର୍ଷ ବୟସରେ ଏହି ଯୋଜନାରେ ସାମିଲ ହେଉଛନ୍ତି ତେବେ ଆପଣଙ୍କୁ ମାସିକ ୨୦୦ ଟଙ୍କା ଦେବାକୁ ହେବ।

ଆବଶ୍ୟକୀୟ ଡକ୍ୟୁମେଣ୍ଟ

ଯଦି ଆପଣ ଏହି ଯୋଜନାରେ ସାମିଲ ହେବାକୁ ଚାହୁଁଛନ୍ତି ତେବେ ପ୍ରଥମେ ଆପଣ ଏହି ଯୋଜନା ପାଇଁ ଯୋଗ୍ୟ ହୋଇଥିବା ଦରକାର। ଆପଣଙ୍କର ଶେଭିଂ ବ୍ୟାଙ୍କ ଆକାଉଣ୍ଟ ଥିବା ଦରକାର, ଏବଂ ଆଧାର କାର୍ଡ ଥିବା ଦରକାର।

କିପରି କରିବେ ଆବେଦନ

ଏଥିପାଇଁ ଆପଣଙ୍କୁ କମନ୍ ସର୍ଭିସ ସେଣ୍ଟରରେ ନାମ ପଞ୍ଜିକରଣ କରିବାକୁ ପଡିବ। ସରକାର ଏଥିପାଇଁ ଏକ ୱେବ ପୋର୍ଟାଲ ଖୋଲିଛନ୍ତି। ସେହି ସେଣ୍ଟରକୁ ଯାଇ ଆପଣଙ୍କୁ ସମସ୍ତ ସୂଚନା ଅନଲାଇନ ମାଧ୍ୟମରେ ଭାରତ ସରକାରଙ୍କ ନିକଟକୁ ପ୍ରେରିତ କରିବାକୁ ପଡିବ।

ପଞ୍ଜିକରଣ ସମୟରେ ଦେଇଥିବା ଆକାଉଣ୍ଟ ନମ୍ବର ସେହି ବ୍ୟାଙ୍କ ଠାରୁ ସହମତି ପତ୍ର ଆଣିବାକୁ ପଡିବ। ଯାହାଦ୍ୱାରା ସଠିକ ସମୟରେ ଆପଣଙ୍କ ଆକାଉଣ୍ଟ ରୁ ଟଙ୍କା କାଟି ଦିଆଯିବ। ୬୦ ବର୍ଷ ବୟସ ପରଠାରୁ ଆପଣଙ୍କୁ ପେନସନ ମିଳିବ। ଯାହାଫଳରେ ମାସକୁ ୩୦୦୦ ହଜାର ଅର୍ଥାତ ବାର୍ଷିକ ୩୬,୦୦୦ ହଜାର ଟଙ୍କା ମିଳି ପାରିବ। ଯଦି ଏହି ଯୋଜନା ବିଷୟରେ ଅଧିକ ତଥ୍ୟ ଜାଣିବାକୁ ଚାହୁଁଛନ୍ତି ତେବେ ୧୮୦୦୨୬୭୬୮୮୮ ଟୋଲ ଫ୍ରି ନମ୍ବରରେ କଲ୍ କରି ଜାଣି ପାରିବେ।

Leave a Reply

Your email address will not be published. Required fields are marked *