ତୁଳସୀ ଗଛ ପାଖରେ ଏହି ଗଛ ଥିଲେ କରିଥାଏ ଧନକୁ ଆକର୍ଷିତ। ସାକ୍ଷାତ ଲକ୍ଷ୍ମୀ ନିବାସ କରିଥାନ୍ତି।

ପ୍ରାଚୀନ କାଳରୁ ବାସ୍ତୁ ଦୋଷକୁ ଦୂର କରିବା ପାଇଁ ଆମର ପୁର୍ବଜ ମାନେ ବହୁ ଉପାୟ ମାନ ଅବଲମ୍ବନ କରୁଥିଲେ।ସେହି ସମୟରେ ମାନ୍ୟତା ଅନୁଯାୟୀ ବହୁ ଉପାୟ ମାନ ଏବେବି ପ୍ରଚଳିତ ଅଛି।ଏହି ଉପାୟ ମାନ ବହୁ ବିଚିତ୍ର ଭାବରେ ବା ଆଶ୍ଚର୍ଯ୍ୟ ଜନକ ଭାବରେ କାମ କରିଥାଏ।ଏହି ଉପାୟରେ କୌଣସି ଖର୍ଚ୍ଚ ହୋଇନଥାଏ ବରଂ ଆତ୍ମ ସନ୍ତୋଷ ପ୍ରାପ୍ତ ହୋଇଥାଏ।

ଶାସ୍ତ୍ର ଅନୁଯାୟୀ ଯଦି ଘରେ ନକାରାତ୍ମକ ଉର୍ଜାର ବାସ ହୋଇଥାଏ ତେବେ ଘରେ କ୍ଳେଶ, ଦାରିଦ୍ର୍ୟ,ରୋଗ,ସମ୍ମାନ ହାନି ଓ ବ୍ୟବସାୟରେ କ୍ଷତି ଆଦି ସମସ୍ୟା ମାନ ଦେଖା ଦେଇଥାଏ।ଯଦି ସକାରାତ୍ମକ ଉର୍ଜା ଘରେ ରୁହେ ତେବେ ଘରେ ସୁଖ,ଶାନ୍ତି,ଆର୍ଥିକ ସମ୍ପର୍ଣତା ଅବା ସମାଜରେ ଆତ୍ମ ସମ୍ମାନ ମିଳିଥାଏ।ଏହି ସବୁ କିଛି ଜିନିଷ ଉପରେ ଆମେ ଜାଣିବା କିପରି ବାସ୍ତୁ ଦୋଷକୁ ଦୂର କରି ଘରେ ସୁଖ, ସମୃଦ୍ଧି ଆଣି ପାରିବା।ଆସନ୍ତୁ ଜାଣିବା ଏହି ସବୁ ଉପାୟ ବିଷୟରେ।

ଅଶୋକ ଗଛ,ଅଶ୍ୱତଥ ଗଛର ପତ୍ରକୁ ଏକ ସୂତାରେ ବାନ୍ଧି ଏହାର ତୋରଣ ବାନ୍ଧି ଘରର ମୁଖ୍ୟ ଦ୍ବାରରେ ଟଙ୍ଗେଇ ଦିଆଯାଏ।ତେବେ ଘରେ ସୁଖ ସମୃଦ୍ଧି ଆସିବା ସହିତ ତନ ଏବଂ ମନର ଶାନ୍ତି ହୋଇଥାଏ।ବାସ୍ତୁ ଶାସ୍ତ୍ରକୁ ଆଖି ନଜରରେ ରଖି କିଛି ଲୋକ କଳାଘୋଡାର ନାଲ ଆଣି ଘର ପ୍ରବେଶ ଦ୍ଵାରରେ ଟଙ୍ଗାନ୍ତି। ଲୁହାରେ ଶନିଙ୍କ ବାସ ହୋଇଥିବାରୁ କଳା ଘୋଡାର ନାଲ ଯାହା ମନକୁ ଖସି ଯାଇଥାଏ ତାହାର ମହତ୍ତ୍ଵ ବହୁ ଅଧିକ ଥାଏ।ଶନି ଗ୍ରହ ଦୋଷରୁ ମୁକ୍ତି ମିଳିବା ସହ ବ୍ୟକ୍ତିକୁ ମାନସିକ ଶାନ୍ତି ମିଳିବା ସହିତ ଘରେ ସୁଖ ଶାନ୍ତିର ବାସ ହୋଇଥାଏ।

ନୂଆ ଘର ବା ଫ୍ୟାକ୍ଟ୍ରିର ପ୍ରତିଷ୍ଠା କରିବାକୁ ହେଲେ ଭୂମି ପୂଜନ ସମୟରେ ଚାନ୍ଦୀର ଏକ ସାପ ବନେଇ ରଖିବା ଦ୍ଵାରା ଘରକୁ କେବେ ସୁଖ ଶାନ୍ତି ଆସେ।ଘରକୁ ପ୍ରାକୃତିକ ରୂପରେ ବଞ୍ଚେଇବା ସହିତ ସାପ ବିଛା ବି ବାହାରି ନଥାନ୍ତି।ବାସ୍ତୁ ଶାସ୍ତ୍ର ଅନୁଯାୟୀ ପ୍ରବେଶ ଦ୍ଵାରରେ ବା ସମ୍ମୁଖ ଦ୍ଵାରରେ ରଙ୍ଗୋଲି ବନେଇବା ଉଚିତ୍। ମୁରୁଜ ପାଦର ଯୋଡ଼ି ବନେଇବା ଉଚିତ୍।ଏହା କରିବା ଦ୍ୱାରା ସୁଖ ସମୃଦ୍ଧିର ଦେବତା ଅତିଥି ରୂପରେ ଗୃହକୁ ପ୍ରବେଶ କରନ୍ତି।ଏହି ରଙ୍ଗୋଲି ସେମାନଙ୍କ ସ୍ବାଗତ ପାଇଁ ବନା ଯାଇଥାଏ।ଦେବୀ ଦେବତା ମଧ୍ୟ ଏହି ସବୁରେ ତୃପ୍ତ ହୋଇ ସୁଖ ସମୃଦ୍ଧି ପାଇବାର ଆଶୀର୍ବାଦ ଦିଅନ୍ତି।

ଯଦି ଆପଣ ଭୂମି କିଣିଛନ୍ତି ଏବଂ ଘର ବନେଇବା ପାଇଁ ଟଙ୍କାର ଆବଶ୍ୟକତା ଦରକାର୍ କରୁଛନ୍ତି ।ତେବେ ଶୁକ୍ଳ ପକ୍ଷରେ ହସ୍ତ ନକ୍ଷତ୍ର ଦିନ ଡାଳିମ୍ବର ଗଛକୁ ନିଜ ଭୂମିରେ ଲଗାଇ ଏହାର ଯତ୍ନ ନେବେ।ଏପରି କରିବା ଦ୍ବାରା ଆପଣଙ୍କ ପାଖରେ ଘର,ଫ୍ୟାକ୍ଟ୍ରି ଅବା ଉଦ୍ୟୋଗ ପାଇଁ ଶୀଘ୍ର ଧନର ବ୍ୟବସ୍ଥା ହୋଇଯାଏ।କୁହାଯାଏ କି ଏହି ଗଛରେ ମହା ଲକ୍ଷ୍ମୀଙ୍କ ବାସ ହୋଇଥାଏ।ଏହି ସବୁ ଉପାୟ ତନ୍ତ୍ର ବିଦ୍ୟା ଉପରେ ଆଧାରିତ ହେଲେ ବାସ୍ତବରେ ଏହାର ମାନ୍ୟତା ମଧ୍ୟ ରହିଛି।

ଘରର ମୁଖ୍ୟ ଦ୍ଵାର ସାମ୍ନାରେ ତୁଳସୀ ଗଛ ପାଖରେ କଦଳୀ ଗଛ ରୋପଣ ଦ୍ବାରା ଶୀଘ୍ର ଉନ୍ନତି ହୋଇଥାଏ।ଏହା ଫଳରେ ଘରେ କେବେବି କ୍ଳେଶ ବା ସମସ୍ୟା ଦେଖା ଦେଇନଥାଏ।ପ୍ରତ୍ୟେକ ବ୍ୟକ୍ତି ନିଜ ରୋଜଗାରର କିଛି ଅଂଶ ଧାର୍ମିକ କାର୍ଯ୍ୟ,ସମାଜ ସେବା ଅବା ଗରିବଙ୍କୁ ଦାନ ଦେବା ଉଚିତ୍।କୁହାଯାଏ କି ମନୁଷ୍ୟର ଖରାପ ସମୟରେ ଏହି ଦିଆ ଯାଇଥିବା ଦାନ ହିଁ କାମରେ ଆସେ।ଦୁର୍ଘଟଣାରୁ ମଧ୍ୟ ଜଣେ ବ୍ୟକ୍ତି ବଞ୍ଚିଯାଏ।

ପ୍ରତ୍ୟେକ ବ୍ୟକ୍ତି ସେ ବ୍ୟାପାରୀ ହେଉ, ଦୋକାନୀ ହେଉ , କାହାର ସ୍ବାମୀ ହେଉ ବା ଚାକିରିଆ ବି ହୋଇଥାଉ ନା କାହିଁକି ।ତାକୁ ପ୍ରତିଦିନ ତା ପୂଜା ଘରେ ସତେଜ ଫୁଲର ଏକ ମାଳ ନିଜ ଇଷ୍ଟ ଦେବଙ୍କୁ ନିଶ୍ଚିତ ଚଢ଼େଇବା ଦରକାର୍। ଏହି ଉପାୟରେ ଉନ୍ନତି ହେବା ସହିତ ସୁଖ,ଶାନ୍ତି ତଥା ସମୃଦ୍ଧିରେ ବୃଦ୍ଧି ଘଟିଥାଏ।ଘରର ଐଶାନ୍ୟ କୋଣରେ ଗୋଟେ ତମ୍ବା ପାତ୍ରରେ ପାଣି ଭରି ତା ଉପରେ ଏକ ଚାନ୍ଦୀର ଏକ ଦସ୍ତର ରଖନ୍ତୁ ଯେଉଁଥିରେ ୪ଟି ମୋତି ରଖନ୍ତୁ। ଏଥିରେ ସୂର୍ଯ୍ୟ କିରଣ ପଡି ଜୈଵିକ ରୂପରେ ଉର୍ଯା ପ୍ରାପ୍ତ କରିବ।ବାସ୍ତୁ ଶାସ୍ତ୍ର ଅନୁଯାୟୀ ଏଠାରେ କାଚର କ୍ରିଷ୍ଟଲ ରଖିବା ମଧ୍ୟ ଉଚିତ୍ ହେବ।

ଧନ କୋଠୀ ବା ଧନର ତିଯୋରି କୁ କେବେ ଖାଲି ରଖିବେ ନାହିଁ।ନିଜ ତୀଯୋରି ବା ନିଜ ଘରେ କୁବେରଙ୍କ ଯନ୍ତ୍ର ଧାରଣ କରିବା ଉଚିତ୍ ଅବା ଶ୍ରୀୟନ୍ତ୍ର ସ୍ଥାପିତ କରିବା ଉଚିତ୍।ଗଣେଶଙ୍କ ମୂର୍ତ୍ତିକୁବେପାରୀ ଲଗେଇବା ଉଚିତ୍ କି ଯେପରି ତାଙ୍କ ଦୃଷ୍ଟି ଦୋକାନ ଭିତରକୁ ହିଁ ପଡିବ।ଘର ବା ଅଫିସରେ ମାଛ ବା ତାଜା ଫୁଲ ରଖିବା ଦ୍ଵାରା ସୁଖ ସମୃଦ୍ଧି ବା ଭାଗ୍ୟରେ ବୃଦ୍ଧି ହୋଇଥାଏ।ଘରେ ମନି ପ୍ଲାଣ୍ଟ ମଧ୍ୟ ଧନ ସମୃଦ୍ଧିର ସୂଚକ ଅଟେ।ହଳଦୀର ଖଣ୍ଡ,ଡାଲଚିନିର ଛେଲୀ ଯେଉଁଠି ବି ଥାଏ ସେଠାରେ ଲକ୍ଷ୍ମୀଙ୍କ ବାସ ହୋଇଥାଏ।ସେଥିପାଇଁ ନିଜ ତୀଯୋରିରେ ହଳଦୀର ଖଣ୍ଡ ବା ଡାଲଚିନିର ଛେଲିକୁ ଅବଶ୍ୟ ରଖନ୍ତୁ।ଘରର ଉତ୍ତର ପୂର୍ବ ଜାଗାରେ ପୂଜା ସ୍ଥଳ କରନ୍ତୁ ଏବଂ ସକାଳ ବା ସନ୍ଧ୍ୟା ଦୀପ ବା ଧୂପ ଜଳାନ୍ତୁ।

ଦେବୀ ଦେବତାଙ୍କୁ ପ୍ରତିଦିନ ତାଜା ଫୁଲର ମାଳା ଦେବା ଉଚିତ୍।ଘରର ପଶ୍ଚିମ ଦିଶାରେ ପକ୍ଷୀ ମାନଙ୍କ ପାଇଁ ପାଣି ରଖିବା ଦ୍ଵାରା ଘର ପରିବାରର ଆୟ ବୃଦ୍ଧି ହୁଏ।ଘରର ମୁଖ୍ୟ ଦ୍ଵାରରେ ଏକ ଚା ତାଲା ଲଗାନ୍ତୁ ଅବା ମୁଖ୍ୟ ଦ୍ଵାରକୁ ପଞ୍ଚମୁଖୀ ହନୁମାନଙ୍କ ମୂର୍ତ୍ତି ଲଗାନ୍ତୁ।ଏହା ଦ୍ଵାରା ବାସ୍ତୁ ଦୋଷ ଦୂର ହୋଇଥାଏ। ଏହା ଥିଲା କିଛି ଜଣା ଶୁଣା ବାସ୍ତୁ ଉପାୟ ଯାହା ଆପଣ ନିଜ ଘରର ସୁଖ,ସମୃଦ୍ଧି ବଢେଇବା ପାଇଁ କରିପାରିବେ।

Leave a Reply

Your email address will not be published. Required fields are marked *