ଶିକ୍ଷକଙ୍କ ଅସହ୍ୟ ମା-ଡ଼ ସହି ପାରିଲେ ନାହିଁ ଛାତ୍ର , ଅକାଳରେ ଚାଲିଗଲା ଜୀବନ

ଜଣେ ଶିକ୍ଷକ ନିଜ ହିତାହିତ ଜ୍ଞାନ ଭୁଲି ଏପରି କିଛି କାମ କରିଛନ୍ତି , ଯାହା ଗୋଟିଏ ପରିବାରକୁ ପୁରାପୁରି ଭାବରେ ନିରାଶ କରି ଦେଇଛି । ପରିବାର ଲୋକ ପୁରାପୁରି ଭାଙ୍ଗି ପଡିଛନ୍ତି ଆଉ ମୁଣ୍ଡ ବାଡେଇ ବାଡ଼େଇ କାନ୍ଦି-ବାରେ ଲାଗିଛନ୍ତି । ସେମାନଙ୍କ ମୁହଁରେ କେବଳ ଗୋଟିଏ କଥା ଆମ ପୁଅକୁ ଫେରାଇ ଦିଅ । କିନ୍ତୁ ସେମାନେ ଜାଣିଛନ୍ତି ପୁଅ ଆଉ ଫେରିବ ନାହିଁ । କାହିଁକି ନା ପୁଅ ସବୁଦିନ ପାଇଁ ଶାନ୍ତିର ନି-ଦରେ ଶୋଇ ପଡ଼ିଛି । ତେବେ ବର୍ତ୍ତମାନ ଗାଁ ଲୋକ ମିଶି କରି ବିଦ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ଆଉ ଶିକ୍ଷକଙ୍କୁ ଗି-ରଫ ପାଇଁ ଦାବି କରିଛନ୍ତି।

କାହିଁକି ନା ସେହି ଶିକ୍ଷକଙ୍କ ମା-ଡ଼ ଏତେ କଷ୍ଟଦାୟକ ଥିଲା ଯେ , ପିଲାଟି ସହି ନ ପାରି ତାର ଜୀବନ ଚାଲିଗଲା । ତେବେ ହଁ ଆଜ୍ଞା ଏପରି ଏକ ହୃଦୟ ବିଦା-ରକ ଘ-ଟଣା ସାମ୍ନାକୁ ଆସିଛି , ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ଅନ୍ତର୍ଗତ କୁଳିଗାଆଁ ରେ ଥିବା ବଂଶୀଧର ବିଦ୍ୟାପୀଠରେ । ଏହି ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପାଠ ପଢୁଥିବା ଜଣେ ଛାତ୍ରଙ୍କୁ ଏତେ ମା-ଡ଼ ମା-ରିଥିଲେ ଶିକ୍ଷକ , ଯାହା ସହି ନ ପାରି ତାର ଜୀବନ ଚାଲିଗଲା । ତେବେ ସୂଚନା ଅନୁସାରେ , ଗତକାଲି ବିଦ୍ୟାଳୟରେ ଶେଷ ପରୀକ୍ଷା ଥିଲା ଆଉ ସୁମନ ଦାସ ନାମକ ଜଣେ ଦଶମ ଶ୍ରେଣୀର ଛାତ୍ର ପରୀକ୍ଷା ଦେବା ପାଇଁ ବିଦ୍ୟାଳୟକୁ ଆସିଥିଲେ ।

ତେବେ ଏହାରି ମଧ୍ୟରେ ସୁମନ ଦାସ ଏବଂ ତାଙ୍କ ବନ୍ଧୁ ସୂର୍ଯ୍ୟକାନ୍ତ ମଲିକଙ୍କ ମଧ୍ୟରେ କିଛି କଥାକୁ ନେଇ ଝ-ଗଡା ହୋଇଥିଲା । ଯାହାକୁ ନେଇ ସେହି ବିଦ୍ୟାଳୟରେ ଶିକ୍ଷକ ଭାବରେ କାମ କରୁଥିବା ନିଜ ଦାଦା ନିରଞ୍ଜନ ମଲିକ ସୂର୍ଯ୍ୟକାନ୍ତ କହି ଦେଇଥିଲେ । ଯାହା ପରେ ନିରଞ୍ଜନ ସୁମନଙ୍କୁ ଡ଼ାକି ନିଜ ଇଚ୍ଛା ଅନୁଯାୟୀ ମା-ଡ଼ ମା-ରିଥିଲେ । ଯେଉଁଥିରେ ତାଙ୍କ ପିଞ୍ଜରା ହାଡ ମଧ୍ୟ ଭା-ଙ୍ଗି ଯାଇଥିଲା ଆଉ ତାଙ୍କ ଅବସ୍ଥା ଗୁରୁ-ତର ହୋଇଥିଲା । ଯାହା ପରେ ତାଙ୍କୁ ପ୍ରଥମେ ଖନ୍ତାପଡ଼ା ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆ ଯାଇଥିଲା କିନ୍ତୁ ସେଠାରୁ ଡାକ୍ତର ତାଙ୍କୁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ ।

ତେବେ ଡାକ୍ତର ସୁମନଙ୍କୁ ସେଠାରେ ମୃ-ତ ଭାବରେ ଘୋଷିତ କରିଥିଲେ । ଯାହା ପରେ ପୁରା ପରିବାର ଉପରେ ଦୁଃ-ଖର ପାହାଡ ଛିଡି ଯାଇଥିଲା । ଆଉ ଗାଆଁ ଲୋକ ଯାଇ ବିଦ୍ୟାଳୟ ଆଗରେ ପା-ଟିତୁ-ଣ୍ଡ କରିଥିଲେ । ସେମାନେ ପ୍ରଧାନ ଶିକ୍ଷୟିତ୍ରୀ ଭାରତୀ ମହାପାତ୍ର ଏବଂ ଶିକ୍ଷକ ନିରଞ୍ଜନ ମଲିକଙ୍କୁ ଏ ନେଇ ଦାୟୀ କରିଥିଲେ। ଆଉ ଯଥାଶୀଘ୍ର ସେମାନଙ୍କୁ ଦ-ଣ୍ଡ ମିଳୁ ବୋଲି ପାଟି କରିଥିଲେ । ତେବେ ଏହାପରେ ଘ-ଟଣା ସ୍ଥଳରେ ପୋ-ଲିସ ପହଞ୍ଚିବାରୁ ମାମ-ଲା ଟିକିଏ ଥଣ୍ଡା ପଡ଼ିଥିଲା ।

Leave a Reply

Your email address will not be published. Required fields are marked *