ବର୍ଷା ମାଡାମ ମୋ ବାପା-ମାଙ୍କ ଜୀବନ ସହ ଆଉ ଖେଳାନ୍ତୁ ନାହିଁ , ରାତି ପାହାନ୍ତାରୁ ବର୍ଷାଙ୍କୁ କାନ୍ଦି କାନ୍ଦି ଅନୁରୋଧ କଲେ….

ଓଡ଼ିଶାର ସାଂସଦ ତଥା ଅଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦ ଏବେ ସୁଦ୍ଧା ଥମିବାକୁ ନାମ ନେଉନାହିଁ । କଥାରେ ଅଛି ଯେଉଁଠି ସମ୍ପର୍କରେ ଅସ୍ତିତ୍ୱ ନଥାଏ ଏବଂ ସମ୍ମାନ ନଥାଏ ସେହି ସମ୍ପର୍କ ଭାଙ୍ଗି ଦେବା ଉଚିତ । ଆଉ ଏଠାରେ ସ୍ପଷ୍ଟ ଭାବରେ ଅନୁଭବ ମହାନ୍ତି ବର୍ଷାଙ୍କ ବିରୋଧରେ ଅଭିଯୋଗ କରି ଛାଡ଼ପତ୍ର ପାଇଁ ଦାବି କରିଥିଲେ । କିନ୍ତୁ ଏପଟେ ବର୍ଷା ଛାଡ଼ପତ୍ର ନହେବାକୁ ନେଇ ଦାବି କରିଥିଲେ । ଯାହାକୁ ଫ୍ୟାମିଲି କୋର୍ଟ ରାୟ ଶୁଣାଇଛନ୍ତି ଏବଂ ଏସବୁ ମାମଲାକୁ ଖାରଜ କରି ଉଭୟଙ୍କ ମଧ୍ୟରେ କେବେବି ଛାଡ଼ପତ୍ର ହୋଇ ପାରିବ ନାହିଁ ବୋଲି କହିଛନ୍ତି ।

ଆଉ ବର୍ତ୍ତମାନ ଅନୁଭବ ସୋସିଆଲ ମିଡିଆରେରେ ନିଜର କିଛି ଉକ୍ତି ରଖି ବର୍ଷାଙ୍କୁ ଅନୁରୋଧ କରିଛନ୍ତି । ଅନୁଭବ କହିଛନ୍ତି ଯେ ତାଙ୍କ ବାପା କିଡ୍ନୀ ଡାୟଲିସିସ ରୋଗରେ ପୀଡ଼ିତ । ଯେଉଁ କାରଣରୁ ତାଙ୍କର ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଗମ୍ଭୀର ଅଛି ଏବଂ ଯେଉଁ କାରଣରୁ ଘରେ କେହିବି ରାତି ସାରା ଶୋଇ ପାରି ନାହାଁନ୍ତି ।

ଏପଟେ ସେ କହିଛନ୍ତି ଯେ ବର୍ଷା ତାଙ୍କ ଆକାଉଣ୍ଟକୁ ବ୍ଲକ କରିବାସହିତ ସବୁ କଥାରେ ନିରବ କରୁଛନ୍ତି । ତେଣୁ ଅନୁଭବ କାନ୍ଦି କାନ୍ଦି ଅନୁରୋଧ କରି କହିଛନ୍ତି ଯେ ବର୍ଷା ତାଙ୍କ ଠାରୁ ଛାଡ଼ପତ୍ର ନେଇ ଜୀବନସାରା ଜଣେ ଭଲ ସାଙ୍ଗ ହିସାବରେ ରୁହନ୍ତୁ ବୋଲି । ଏହାବ୍ୟତୀତ ମିଡ଼ିଆରେ ଯେମିତି ଏହି ଭିଡ଼ିଓକୁ ନେଇ କୌଣସି ପରିହାସ କରାନଯାଉ , ସେହି ବିଷୟରେ ମଧ୍ୟ ଅନୁଭବ ଅନୁରୋଧ କରିଛନ୍ତି ।

ତେବେ ଏହି ଭିଡ଼ିଓରୁ ଆପଣ ମାନେ ଜାଣି ପାରୁଥିବେ ଯେ ଅଲିଉଡ଼ ଇଣ୍ଡଷ୍ଟ୍ରିର ସୁପରଷ୍ଟାର କୁହାଯାଉଥିବା ଅନୁଭବ ମହାନ୍ତିଙ୍କ ପାଖରେ ସବୁଥାଇବି ସୁଦ୍ଧା ସେ ଶାନ୍ତିରେ ନାହାନ୍ତି । ଯେଉଁ ସମ୍ପର୍କ ଆଉ କେବେବି ଠିକ ହୋଇ ପାରିବ ନାହିଁ ତାହାକୁ ଆଶା କରି ରହିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । କିନ୍ତୁ ଆଶ୍ଚର୍ଯ୍ୟ ଜନକ କଥା ଏହା ଯେ ବର୍ଷା ଏହାକୁ ନେଇ କେବେ ନିଜର ମତ ସୁଦ୍ଧା ରଖନ୍ତି ନାହିଁ । ଯାହାକି ଏହି ମାମଲାକୁ ଆହୁରି ଜଟିଳ କରୁଛି । ତେଣୁ ବାଧ୍ୟ ହୋଇ ଅନୁଭବ ଏଭଳି ଭାବରେ ପୁଣିଥରେ ସୋସିଆଲ ମିଡିଆରେ ବର୍ଷାଙ୍କୁ ଅନୁରୋଧ କରିଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *