ଟ୍ରକବାଲା ଜଣଙ୍କ ଜୀବନ ସହିତ ଖେଳି ବଞ୍ଚେଇ ଥିଲେ ଝିଅ ଜଣଙ୍କ ଇଜ୍ଜତ, ୪ବର୍ଷ ପରେ ଝିଅ ଜଣଙ୍କ କିଛି ଏହିପରି ଭାବରେ ଶୁଝିଲେ ଋଣ….

Lucknow ଏହି ଲୋକକଥା ତ ଆପଣମାନେ ଶୁଣିଥିବେ କି “ଯାହାର କେହି ନଥାନ୍ତି,ତାର ଇଶ୍ଵର ଥାନ୍ତି।”ସମସ୍ୟାରେ ପଡ଼ିବା ଦ୍ବାରା ଲୋକମାନେ ପ୍ରାୟତଃ ଭଗବାନଙ୍କୁ ହିଁ ମନେ ପକାଇଥାନ୍ତି ଏବଂ ଯଦି ପ୍ରାର୍ଥନା ହୃଦୟରୁ କରା ଯାଇଥାଏ ତାହେଲେ ଭଗବାନ ତାଙ୍କୁ ବଞ୍ଚେଇବା ପାଇଁ କୈାଣସି ନାଁ କୈାଣସି ରାସ୍ତା ମଧ୍ୟ ନିଶ୍ଚିତ ଭାବରେ ପଠେଇ ଦେଇଥାନ୍ତି।ଆଜି ଆମେ ଆପଣଙ୍କୁ ପିଲିଭିତ ଏବଂ ଟନକପୁର ବାଟରେ ଅବସ୍ଥିତ ହରଦୟାଲପୁର ଗାଁର ଗୋଟିଏ ଏମିତି ଘଟଣା ବିଷୟରେ ଜଣାଇବୁ ଯାହା ବିଷୟରେ ଜାଣିବା ପରେ ଆପଣ ମଧ୍ୟ ଏହି ଲୋକକଥା ଉପରେ ବିଶ୍ବାସ କରିବା ପାଇଁ ଲାଗିବେ।

ଏହି ଗାଁର ଆଖପାଖରେ ବହୁତ ଘଞ୍ଚ ଜଙ୍ଗଲ ରହିଛି ଏବଂ ଗାଁ ଠାରୁ ପାଖାପାଖି ୩୦୦ ମିଟର ଦୂର ସାବିତ୍ରୀ ଦେବୀଙ୍କ କୁଡ଼ିଆ ରହିଛି। ସାବିତ୍ରୀ କୁଡ଼ିଆରେ ନିଜ ୧୭ବର୍ଷର ଝିଅ କିରଣଙ୍କ ସହିତ ରହୁଛନ୍ତି। ସାବିତ୍ରୀଙ୍କ ସ୍ବାମୀ ୪ବର୍ଷ ପୂର୍ବରୁ ଦୁନିଆରୁ ବିଦାୟ ନେଇ ସାରିଛନ୍ତି। ସ୍ବାମୀ ଯିବାପରେ ମାଆ-ଝିଅ ଦୁଇଜଣ ଏକୁଟିଆ ରହି ଯାଇଥିଲେ।

କିନ୍ତୁ ଦିନ ପୂର୍ବରୁ ଦୁଇଜଣ ନିଜର

କୁଡ଼ିଆରେ ଶୋଇଥିଲେ ସେହି ସମୟରେ କିଛି ଗୁଣ୍ଡା ତାଙ୍କ ଘରେ ହମଲା କରି ଦେଇଥିଲେ। ସେହି ସମୟରେ ରାତି ପାଖାପାଖି ୧.୩୦ ହୋଇଥିଲା।ସେ ଜବରଦସ୍ତି ସାବିତ୍ରୀଙ୍କ ଝିଅ କିରଣଙ୍କୁ ଉଠେଇ ନେଇଥିଲେ ଏବଂ ତାଙ୍କୁ ଜଙ୍ଗଲ ଆଡ଼କୁ ନେଇ ଯାଇଥିଲେ।ଏହା ମଧ୍ୟରେ କିରଣ ବହୁତ ଚିତ୍କାର କରିଥିଲେ କିନ୍ତୁ ଦୁଇଜଣ ଲୋକ ଥିବା କାରଣରୁ ସେ କିଛି କରି ପାରିନଥିଲେ।

କିନ୍ତୁ ସେହି ସମୟରେ ଜଣେ ବ୍ୟକ୍ତି କିରଣଙ୍କ ଜୀବନରେ ଦେବଦୂତ ହୋଇ ଆସିଥିଲେ। ବାସ୍ତବରେ, ଯେତେବେଳେ ଗୁଣ୍ଡା କିରଣଙ୍କୁ ଜଙ୍ଗଲ ଆଡ଼କୁ ନେଇ ଯାଉଥିଲେ ସେତେବେଳେ ସେଠାରେ ଗୋଟିଏ ଟ୍ରକ ଯାଉଥିଲା।ଟ୍ରକ ଡ୍ରାଇଭର ଯେତେବେଳେ କିରଣଙ୍କ ଆବାଜ ଶୁଣିଥିଲେ ସେତେବେଳେ ସେ ଟ୍ରକ ଅଟକେଇ ଦେଇଥିଲେ ଏବଂ ନିଜର ଜଣେ ବନ୍ଧୁଙ୍କ ସହିତ ଜଙ୍ଗଲ ଆଡ଼କୁ ଯାଇଥିଲେ। ଜଙ୍ଗଲରେ ପହଞ୍ଚି ତାଙ୍କ ସାମ୍ନାରେ ଯେଉଁ ଦୃଶ୍ୟ ଆସିଥିଲା ତାହା ବହୁତ ଭୟଙ୍କର ଥିଲା।

ସେ ଦେଖିଥିଲେ କି ଦୁଇଜଣ ଗୁଣ୍ତା ଜଣେ

ଝିଅଙ୍କୁ ନିଜ କାମନାର ଶିକାର କରୁଥିଲେ।ଏହା ଦେଖିବା ମାତ୍ରେ ହିଁ ଅସଲମ ଗୋଟିଏ ଗୁଣ୍ଡାକୁ ନିଜର ଦୁଇଟି ହାତରେ ଧରି ନେଇଥିଲେ। ସେହି ସମୟରେ ଦ୍ଵିତୀୟ ଗୁଣ୍ଡା ଜଣଙ୍କ ଆସିଥିଲେ ଏବଂ ସେ ପଛରୁ ଅସଲମଙ୍କ ମୁଣ୍ଡକୁ ବହୁ ମାତ୍ରାରେ ପ୍ରହାର କରିଥିଲେ।ଅସଲମଙ୍କୁ ବହୁ ମାତ୍ରାରେ କ୍ଷତ ଲାଗିଥିଲା କିନ୍ତୁ ସେ ହାର ମାନିନଥିଲେ ଏବଂ ଝିଅ ଜଣଙ୍କୁ ପୁଣିଥରେ ବଞ୍ଚେଇବା ପାଇଁ ଲାଗି ପଡ଼ିଥିଲେ।

ଝିଅ ଜଣଙ୍କୁ ବଞ୍ଚେଇବା ଚକରରେ ଅସଲମଙ୍କ ବନ୍ଧୁଙ୍କୁ ମଧ୍ୟ କ୍ଷତ ଲାଗି ଯାଇଥିଲା। ସେମାନେ ସାହସ କରି ଦୁଇଜଣ ଗୁଣ୍ଡାଙ୍କ ସାମ୍ନା କରିଥିଲେ ଏବଂ ପରିଶେଷରେ ଗୁଣ୍ଡାଙ୍କୁ ସେଠାରୁ ତଡିବାକୁ ହିଁ ପଡ଼ିଥିଲା।ସାହସ ଦେଖାଇ ଅସଲମ କିରଣଙ୍କ ଇଜ୍ଜତ ବଞ୍ଚେଇ ନେଇଥିଲେ।ଅସଲମଙ୍କୁ ବହୁତ କ୍ଷତ ଲାଗିଥିଲା ଯେଉଁ କାରଣରୁ କିଛି ଦିନ ପର୍ଯ୍ୟନ୍ତ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହୋଇ ରହିବା ପାଇଁ ପଡ଼ିଥିଲା।ଠିକ ହେବାପରେ ଅସଲମ ସାବିତ୍ରୀ ଏବଂ କିରଣଙ୍କ ସହିତ ଦେଖା ହୋଇଥିଲେ ଏବଂ ଚାଲି ଯାଇଥିଲେ।

ଏହି ଘଟଣାକୁ ୪ବର୍ଷ ହୋଇ ଯାଇଛି

ଗୋଟିଏ ଦିନ ଅସଲମ ସେହି ରାସ୍ତାରେ କେଉଁଆଡେ ଯାଉଥିଲେ ସେହି ସମୟରେ ହଠାତ ତାଙ୍କ ଟ୍ରକରେ କୈାଣସି କାରଣରୁ ନିଆଁ ଲାଗି ଯାଇଥିଲା ଏବଂ ଅନିୟନ୍ତ୍ରିତ ହୋଇ ଖାଇରେ ଯାଇ ପଡ଼ିଥିଲା।ସେ ଟ୍ରକ ସହିତ ଖାଇରେ ଅଟକି ଯାଇଥିଲେ।ଖାଇ ସାବିତ୍ରୀଙ୍କ ଘରଠାରୁ ପାଖାପାଖି ଏକ କିଲୋମିଟର ଦୂରରେ ଥିଲା। ହଠାତ ରାତିରେ ଜୋରରେ ଚିତ୍କାର କରିବାର ଆବାଜ ଶୁଣି ସାବିତ୍ରୀ ଏବଂ କିରଣଙ୍କ ନିଦ ଭାଙ୍ଗି ଯାଇଥିଲା। ଦୁଇଜଣ ଆବାଜ ଶୁଣି ଖାଇ ପର୍ଯ୍ୟନ୍ତ ଯାଇ ପହଞ୍ଚିଥିଲେ।

ସେମାନେ କୈାଣସି ପ୍ରକାରରେ ଅସଲମଙ୍କ ଜୀବନ ବଞ୍ଚାଇଥିଲେ ଏବଂ ତାଙ୍କୁ ନିଜ ଘରକୁ ନେଇ ଆସିଥିଲେ।ସେ ଡାକ୍ତରଙ୍କୁ ଡାକି ଆହତ ଅସଲମଙ୍କ ଚିକିତ୍ସା କରିଥିଲେ। ଯେତେବେଳେ ଅସଲମଙ୍କର ହୋଶ ଆସିଥିଲା ତ ସେ କିରଣଙ୍କୁ ଚିହ୍ନି ପାରିଥିଲେ।ସେ ପଚାରିଥିଲେ କଣ ସେ ସେହି ଝିଅ ଅଟନ୍ତି ଯାହାକୁ ଗୁଣ୍ଡା ଉଠେଇ ନେଇଥିଲେ?

ଏହି କଥା ଶୁଣି କିରଣ ମଧ୍ୟ ତାଙ୍କୁ ଚିହ୍ନି ପାରିଥିଲେ ଏବଂ କୁଣ୍ଢେଇ କାନ୍ଦିବାକୁ ଲାଗିଥିଲେ।ଅସଲମଙ୍କର ମଧ୍ୟ ଲୁହ ଥମିବାର ନାମ ଉଠୁନଥିଲା। ସେହି ଦିନଠାରୁ କିରଣ ଅସଲମଙ୍କୁ ନିଜ ଭାଇ ବନେଇ ଦେଇଥିଲେ ଏବଂ ବର୍ତ୍ତମାନ ସେ ପ୍ରତିଟି ରକ୍ଷା ବନ୍ଧନରେ ତାଙ୍କୁ ରାକ୍ଷୀ ବାନ୍ଧୁଛନ୍ତି।

ଜାତି ଏବଂ ଧର୍ମ ଜଣଙ୍କୁ ସେତେବେଳେ ଜଣା ପଡିବ ଯେତେବେଳେ ଆପଣ ଜଣାଇବେ ନହେଲେ ମଣିଷ ପଣିଆର ତ କୈାଣସି ଜାତି କିମ୍ବା ଧର୍ମ ନଥାଏ। ବନ୍ଧୁଗଣ,ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲ ପସନ୍ଦ ଆସିଥିବ।

Leave a Reply

Your email address will not be published. Required fields are marked *