ଘରେ ଯଦି ଏହି ସଂକେତ ଦେଖାଦିଏ ତ ବୁଝି ଯିବେ ଆପଣଙ୍କ ଉପରେ ବର୍ଷିବ ଭଗବାନଙ୍କ କୃପା।

ବନ୍ଧୁମାନେ ଏବେ ବିଜ୍ଞାନ ଯେତେ ବି ଆଗକୁ ଯାଉ ନା କାହିଁକି ପ୍ରାଚୀନ କାଳରେ ଥିବା ମୁନିଋଷି ମାନେ ଯେଉଁ ତର୍ଜମା କରି କହୁଥିଲେ କି କେଉଁ ଟି ଶୁଭ ଅବା ଅଶୁଭ ଆମେ ଏହାକୁ ଏଡାଇ ପାରିବା ନାହିଁ। ପ୍ରକୃତି ଆମକୁ ନକାରାତ୍ମକ ଏବଂ ସକାରାତ୍ମକ ଉର୍ଜାର ସଂଚାର ଦେଇଥାଏ। ଆମେ ଶୁଭ ଏବଂ ଅଶୁଭ ଘଟଣା ଉପରେ ବିଶ୍ୱାସ କରିଥାଉ। ଅଶୁଭ ଘଟଣା ସବୁବେଳେ ନକାରାତ୍ମକ ଉର୍ଜା ଉପରେ ଆଧାରିତ ଯାହା ସମସ୍ୟା ଏବଂ ଅସୁବିଧାକୁ ସୃଷ୍ଟି କରିଥାଏ। ପ୍ରକୃତି ଆମକୁ ଶୁଭ ଏବଂ ଅଶୁଭ ଘଟଣା ପାଇଁ ସଂକେତ ଦେଇଥାଏ କି ଆଗକୁ ଆମ ସଙ୍ଗରେ କେଉଁ ଘଟଣା ମାନ ଘଟିବାକୁ ଯାଉଛି। କୁହାଯାଏ କି ଭଗବାନ ଯେଉଁ ଲୋକ ଉପରେ କୃପା ବର୍ଷା କରନ୍ତି ତାହାର ସବୁ କାର୍ଯ୍ୟ ଅତି ଶୀଘ୍ର ହୋଇଥାଏ।

ଆମକୁ ଭଗବାନ ବହୁ ପ୍ରକାର ସଂକେତ ଦେଇଥାନ୍ତି କି ଆମ ସାଙ୍ଗରେ କି କି ଘଟଣା ମାନ ଘଟିବାକୁ ଯାଉଛି। ଏପରି ବହୁ କମ ଲୋକ ଥାଆନ୍ତି ଯେଉଁ ମାନଙ୍କର ସମସ୍ତ କାର୍ଯ୍ୟ ବହୁ ସୁବିଧାରେ ହୋଇଥାଏ। ବେଳେବେଳେ ଭଗବାନ ଆମକୁ ସ୍ବପ୍ନରେ କିଛି ସଂକେତ ଦିଅନ୍ତି। କେତେବେଳେ ଆମେ ସ୍ବପ୍ନରେ କିଛି ଅଜିବ ପ୍ରକାର ସ୍ବପ୍ନ ଅବା ଭୟାନକ ସ୍ବପ୍ନ ଦେଖିଥାଉ ଓ ଆଉ କିଛି ସ୍ବପ୍ନ ମଧ୍ୟ ସତ ହୋଇଯାଏ। ଯଦି ଏପରି ସ୍ବପ୍ନ କେବେ ଆପଣ ଦେଖନ୍ତି ତେବେ ବୁଝି ନିଅନ୍ତୁ କି ଭଗବାନଙ୍କ ଦୈବିକ କୃପା ଆପଣଙ୍କ ଉପରେ ରହିଛି। ଏହାର ଅର୍ଥ ଆପଣଙ୍କ ହୃଦୟ ବହୁତ୍ କୋମଳ ଏବଂ ଆପଣ ଯାହା କାର୍ଯ୍ୟ କରନ୍ତି ଯଦି ଆପଣ ସତ୍ କର୍ମ ବା ସତ୍ ମନୋଭାବ ନେଇ କାର୍ଯ୍ୟ କରନ୍ତି। ତେବେ ତାହା ନିଶ୍ଚୟ ପୂରଣ ହେବ।

କିଛି ଲୋକ ଏପରି ଥାଆନ୍ତି କି ସେମାନେ ଘଟଣା ଘଟିବା ପରେ କୁହନ୍ତି କି ମୁଁ ଏହି ସବୁ ଆଗରୁ ଜାଣିଥିଲି ଏବଂ ଏହା ସବୁ ଘଟିବ ବୋଲି ମତେ ଜଣା ଥିଲା। ଏପରି ଶୁଣି କିଛି ଲୋକ ହସ ବା ଥଟା କରି ଉଡେଇ ଦିଅନ୍ତି। ଏମାନଙ୍କ ଉପରେ ଦେବିଙ୍କ କୃପା ରହିଥାଏ। ଯଦି ଆପଣଙ୍କ ପାଖରେ ଏପରି ଗୁଣ ଥାଏ ତେବେ ଆପଣ ମଧ୍ୟ ଘଟଣା ଆଗରୁ ସବୁ ଜାଣି ନିଅନ୍ତି। କିଛି ଲୋକ ବିପଦ ଆସିଲେ ଯେତେ କଷ୍ଟ ବା ଝଡ଼ ଥିଲେ ମଧ୍ୟ ଭାବନ୍ତି କି ଆଗକୁ ଯାହା ହେବ ଭଲ ହେବ। ଏହା ଶୁଣି କିଛି ଲୋକ ପାଗଳ ବୋଲି କୁହନ୍ତି। ଆପଣ ନିଜେ ମଧ୍ୟ ଭାବିବେ କି ଆପଣ ଏପରି ପାଗଳ ଭଳି କାହିଁକି ଭାବୁଛି। ଏହା ଆପଣଙ୍କ ଉପରେ ଦୈବିକ କୃପା ବୋଲି ଭାବି ନିଅନ୍ତୁ।

ଆପଣ ତାଙ୍କୁ କେବେ ବି ଚାଲେଞ୍ଜ କରନ୍ତୁ ନାହିଁ ଏବଂ ଆପଣ ତାଙ୍କୁ ସମ୍ମାନ ଓ ଆଦର କରନ୍ତୁ। ଏହା ଦ୍ଵାରା ଆପଣଙ୍କ ଘରେ ସବୁବେଳେ ସୁଖ ସମୃଦ୍ଧି ଏବଂ ଐଶ୍ୱର୍ଯ୍ୟ ପ୍ରାପ୍ତି ହେବ। ଭଗବାନ ଆହୁରି କେତେ ଥର ଆମକୁ ଏହି ସବୁ ଜିନିଷ ଜଣାଇଥାନ୍ତି କି ଆମ ଉପରେ ଦୈବିକ କୃପା ରହିଛି। ଆମ ଆଖ ପାଖରେ କିଛି ସକାରାତ୍ମକ ଶକ୍ତି ରହିଛି ଓ କହିଥାଏ କି ଆମ ଜୀବନରେ ସବୁ କିଛି ଭଲରେ ହେବ। ଯଦି ଆପଣଙ୍କ ଘରକୁ ଗାଈ ଆସେ ଵୋବାଏ ଏବଂ ଘର ଆଖ ପାଖରେ ବସେ। ତେବେ ଭାବି ନିଅନ୍ତୁ କି ଆପଣଙ୍କ ଘର ଉପରେ ମାତା ଲକ୍ଷ୍ମୀ ପ୍ରସନ୍ନ ହେବାକୁ ଯାଉଛନ୍ତି ଓ ଧନର ମଧ୍ୟ ଆଗମନ ହୋଇଥାଏ।

ଯଦି ରୋଷେଇ ଘରେ ସବୁବେଳେ କ୍ଷୀର ଉତୁରି ଯାଏ ତେବେ ଏହା ଅଶୁଭ ହୋଇଥାଏ। ଯଦି ସାବଧାନ ହୋଇ ରହି ମଧ୍ୟ କ୍ଷୀର ଉତୁରି ଯାଇଥାଏ। ତେବେ ଏହା ଘରକୁ ଧନ ଆସିବାର ସଂକେତ ହୋଇଥାଏ। ଯଦି ଏହି ସମୟରେ ହଳଦୀ ଲାଗିବାର ପଇସା ମିଳେ ତେବେ ଏହା ଭଗବାନଙ୍କ ଇଶାରା ବୋଲି ଜଣା ଯାଏ। ଏହା ଆପଣଙ୍କ ଆଗକୁ ଆସୁଥିବା ସମୟ ବହୁ ସୁନ୍ଦର ରହିବାର ଏକ ସଂକେତ ବୋଲି ବୁଝି ନେବେ।

ଯଦି କେଉଁ କାଉ ଆପଣଙ୍କ ପାଦ ପାଖାପାଖି ହଠାତ୍ ଆସି ଉଡ଼ିକି ପଳେଇ ଯାଏ। ତେବେ ଏହା ବହୁତ୍ ଭଲ ଏବଂ ଶୁଭ ସାବ୍ୟସ୍ତ ହୋଇଥାଏ। ସକାଳୁ ସକାଳୁ ଯଦି ଆପଣ ଉଠୁଥନ୍ତି ଏବଂ ଆପଣଙ୍କୁ ମୟୂରର ସ୍ୱର ଶୁଣାଯାଏ ତେବେ ଖୁବ୍ ଶୀଘ୍ର ଆପଣଙ୍କୁ ଖୁସି ଖବର ମିଳିବାକୁ ଯାଉଅଛି ଓ ଧନ ପ୍ରାପ୍ତି ମଧ୍ୟ ହୋଇପାରେ। ଆପଣ ମଧ୍ୟ ଏହି ସବୁ ଭାବି ନିଅନ୍ତୁ କି ଆପଣଙ୍କୁ ଦୈବିକ କୃପାରୁ ସବୁକିଛି ପ୍ରାପ୍ତ ହେବାକୁ ଯାଉଛି। ଯଦି ଆପଣ ବାହାରକୁ ଗଲାବେଳେ ଦେଖନ୍ତି କି ପକ୍ଷୀ ଦଳ ଦଳ ହୋଇ ଉଡୁଛନ୍ତି। ତେବେ ଆପଣ ଭାବି ନିଅନ୍ତୁ କି ଆପଣଙ୍କ କାର୍ଯ୍ୟରେ ସଫଳତା ନିଶ୍ଚୟ ଦେଖାଦେବ। ଘରେ ଯଦି କେବେ ସାପ ଦେଖାଦିଏ ତେବେ ଏହା ମଧ୍ୟ ଶୁଭ ହୋଇଥାଏ।

ଘରକୁ ଯଦି ବିଲେଇ ସବୁବେଳେ ପ୍ରବେଶ କରେ ତେବେ ଭାବି ନିଅନ୍ତୁ କି ସେହି ଘରେ ଥିବା ସମସ୍ୟା ଏବେ ନଷ୍ଟ ହୋଇଗଲା। ଯଦି ବିଲେଇ କିମ୍ବା ଝିଟିପିଟି ଅମାବାସ୍ୟା ଦିନ ଘରେ ଦେଖା ଯାଆନ୍ତି। ତେବେ ଏହା ଧନର ଆଗମନ ବୋଲି ଭାବି ନିଅନ୍ତୁ। ଆପଣଙ୍କୁ ଯଦି କିଛି ସାୟା ଦେଖାଯାଉଛି ତେବେ ଆପଣ ଏହାକୁ କୌଣସି ଭୂତ ପ୍ରେତ ବୋଲି ଭାବନ୍ତୁ ନାହିଁ ଓ ଏହାକୁ ଦୈନିକ କୃପା ବୋଲି ଭାବନ୍ତୁ। ଏହା ଆପଣଙ୍କୁ ନକାରାତ୍ମକ ଶକ୍ତି ଠାରୁ ଦୂରେଇ ରଖିଥାଏ। ଏହା ସହିତ ଯଦି ପୁଅର ଡାହାଣ କାନ୍ଧରେ ଏବଂ ଝିଅର ବାମ କାନ୍ଧରେ କଳାଜାଇ ଅଛି ତେବେ ତାଙ୍କୁ ଭାଗ୍ୟବାନ ବୋଲି ମାନାଯାଏ। ତାଙ୍କୁ ଖୁସି ଖବର ଅଧିକାଂଶ ସମୟରେ ମିଳିଥାଏ। ଏହା ଥିଲା କିଛି ଶୁଭ ଏବଂ ଅଶୁଭ ଘଟଣା ବିଷୟରେ ଯାହା ଆପଣ ମାନେ ଜାଣିଲେ।

Leave a Reply

Your email address will not be published. Required fields are marked *