ରାସ୍ତାରେ ହେଲା ମାଛ ବର୍ଷା ଲୋକ ମାଛ ଗୋଟେଇ ଗୋଟେଇ ଘରକୁ ନେଇଗଲେ : ଦେଖନ୍ତୁ ଭିଡିଓ

ସୋସିଆଲ ମିଡ଼ିଆରେ ବହୁତ ଭିଡ଼ିଓ ଭାଇରାଲ ହୋଇଥାଏ । ଆଉ ସେଗୁଡିକ ମୋବାଇଲ ରୁ ମୋବାଇଲ ଘୁରି ବୁଲୁଥାଏ । ସମସ୍ତେ ସେହି ଭିଡ଼ିଓ ଗୁଡିକୁ ବହୁତ ମାତ୍ରାରେ ଉପଭୋଗ କରିଥାନ୍ତି । ସୋସିଆଲ ମିଡିଆରେ କିଛି ଆଶ୍ଚର୍ଯ୍ୟଜନକ ଭିଡ଼ିଓ ଭାଇରାଲ ହେବା ସହିତ କିଛି ମଜାଳିଆ ଭିଡ଼ିଓ ମଧ୍ୟ ଭାଇରାଲ ହୋଇଥାଏ । ପ୍ରତିଦିନ ସୋସିଆଲ ମିଡ଼ିଆର ପୃଷ୍ଠାକୁ ଓଲଟାଇଲେ ଆମେ ଅନେକ ଭିଡ଼ିଓ ପାଇଯିବା । ତେବେ ବର୍ତ୍ତମାନ ସମୟରେ ଏଭଳି ଏକ ମଜାଳିଆ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ।

ଯାହାକୁ ଯେ କେହି ବି ଦେଖିବା ପରେ ହସି ହସି ଗଡି ଯାଉଛନ୍ତି ଆଉ କହୁଛନ୍ତି ବାଃ ବାଃ ରେ ମଣିଷ , ଆଉ ଅଜବ ତୋର କାରନାମା । ତେବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡ଼ିଓରେ ଆପଣ ଦେଖିପାରିବେ କି , ରାସ୍ତାରେ ମାଛ ବର୍ଷା ହେଉଛି ଆଉ ଅଚାନକ ଲୋକେ ମାଡି ଆସୁଛନ୍ତି ମାଛ ଗୋଟାଇବା ପାଇଁ । ଯିଏ ଯାହା ପାରୁଛି ନେଇ ଆସୁଛି , ଆଉ ସେଥିରେ ମାଛ ଗୋଟାଇବାରେ ଲାଗିପଡିଛି । କିଏ ବାଲଟି ତ ଆଉ କିଏ ଗାମୁଛା ଆଉ ପୁଣି କିଏ ନିଜ ଦେହରୁ ସାର୍ଟ ବାହାର କରି ମାଛ ଗୋଟାଇବାରେ ଲାଗିପଡିଛି ।

ଅନ୍ୟପକ୍ଷରେ ରାସ୍ତା ମଝିରେ ଏ ସବୁ କା-ଣ୍ଡ ଚାଲିଥିବାରୁ ରାସ୍ତା ଉପରେ ଯାନବାହନ ଯାତାୟତରେ ବାଧା ସୃଷ୍ଟି ହେଉଛି । ଗାଡି ଗୁଡିକ ଯାଇ ପାରୁ ନାହିଁ । ତଥାପି ଲୋକମାନଙ୍କ ମୁଣ୍ଡରେ ବୁଦ୍ଧି ପଶୁନାହିଁ । ସେମାନେ ନିଜ କାମରେ ଲାଗି ପଡିଛନ୍ତି । ଭିଡ଼ିଓକୁ ଦେଖିବା ପରେ ସତେ ଯେପରି ଲାଗିବ କିଏ କେତେ ମାଛ ଗୋଟାଇ ପାରିବ , ସେଥିପାଇଁ ପ୍ରତିଯୋଗିତା ଚାଲିଛି । ତେବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଭିଡ଼ିଓଟି ବିହାର ଗୟା ଜିଲ୍ଲାର ଆମୋଶ ଅଞ୍ଚଳର ବୋଲି ଜଣାପଡିଛି ।

ତେବେ ସୂଚନା ମୁତାବିକ , ଗୋଟିଏ ମାଛ ନେଇ ଯାଉଥିବା ଟ୍ରକ ଭାରସାମ୍ୟ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା । ଆଉ ଏହାର ସୁଯୋଗ ନେଇ ସେଠାରେ ଉପସ୍ଥିତ ଥିବା ଲୋକ ଆଉ ରାସ୍ତାରେ ଯିବା ଆସିବା କରୁଥିବା ଲୋକେ ଗାଡି ଅଟକାଇ ମାଛ ଗୋଟାଇବାରେ ଲାଗି ପଡ଼ିଥିଲେ । ବାସ୍ତବରେ ଭିଡ଼ିଓଟି ଅତ୍ୟନ୍ତ ମଜାଳିଆ ଅଟେ । କାହିଁକି ନା ଲୋକେ ଏଭଳି ଭାବରେ ମାଛ ଗୋଟାଉଛନ୍ତି , ଯେମିତି ଆଗରୁ କେବେ ମାଛ ଖାଇ ନାହାଁନ୍ତି । ତେବେ ଭିଡ଼ିଓକୁ ଦେଖିବା ପରେ ଲୋକେ ଭିନ୍ନ ଭିନ୍ନ କମେଣ୍ଟ ଦେବାରେ ଲାଗି ପଡିଛନ୍ତି । କିଏ କହିଛନ୍ତି ଆଜି ଘରେ ମାଛ ତରକାରୀ ହେବ ତ ଆଉ କିଏ କହିଛନ୍ତି ଲୋକେ ଦୁଇ ତିନି ଦିନ ପାଇଁ ମାଛ ଗୋଟାଇ ନେଇ ଯାଉଛନ୍ତି ।

Leave a Reply

Your email address will not be published. Required fields are marked *