ଟୁଙ୍ଗୁରୁ କହିଲେ ଆମ ଘରର ବୋହୁ ହେବୁ , ତେଣୁ କ୍ୟାମେରା ଆଗକୁ ଯିବାର ଆବଶ୍ୟକତା ନାହିଁ

ଗଣମାଧ୍ୟମ ଆଗରେ ଚର୍ଚ୍ଚା ଦୁଇ ପ୍ରେମୀ ଯୁଗଳ ଟୁଙ୍ଗୁରୁ ଆଉ ବର୍ଷା । କିନ୍ତୁ ଟୁଙ୍ଗୁରୁ ନିଜ ପ୍ରେମକୁ ମାନିବା ପାଇଁ ରାଜି ନଥିବା ବେଳେ ବର୍ଷା ତାଙ୍କୁ ନିଜ ଜୀବନ ଠାରୁ ଅଧିକ ଭଲ ପାଉଛନ୍ତି । ଦୁହେଁ ଦୁହିଁଙ୍କ ପାଇଁ ଗଢ଼ା ହୋଇଥିବା କଥା ବର୍ଷା କହୁଛନ୍ତି । ବର୍ଷା ନିଜର ସମସ୍ତଙ୍କୁ ନିଜ ଠାରୁ ଦୂରେଇ ଦେଇଥିବା କଥା କହିଛନ୍ତି ଆଉ ଆଜି ସେ ଟୁଙ୍ଗୁରୁ ପାଇଁ ଏ ସବୁ କରିଛନ୍ତି ବୋଲି କହିଛନ୍ତି । କିନ୍ତୁ ବର୍ଷାଙ୍କର କୌଣସି କଥାକୁ ମାନିବାକୁ ନାରାଜ ଟୁଙ୍ଗୁରୁ । କହୁଛନ୍ତି ମୁଁ ବର୍ଷାଙ୍କୁ ଜାଣେନାହିଁ କି ଆମ ମଧ୍ୟରେ ସେମିତି କିଛି ସ-ମ୍ପର୍କ ନାହିଁ । ବର୍ଷା କହୁଥିବା ସମସ୍ତ କଥା ମି-ଥ୍ୟା ଅଟେ ।

ତେବେ ବର୍ଷା କହିଛନ୍ତି କି , ଟୁଙ୍ଗୁରୁ କହୁଥିବା ସବୁ କଥା ମି-ଛ ଅଟେ କାରଣ ସେ ତାଙ୍କ ବର୍ଷାଙ୍କୁ ବହୁତ ଭଲ ପାଆନ୍ତି । ତାଙ୍କ ବିନା ସେ ବଞ୍ଚିପାରିବେ ନାହିଁ । ଯୁଆଡେ ଗଲେ ବି ସର୍ବପ୍ରଥମେ ସେ ତାଙ୍କ ବର୍ଷାଙ୍କୁ ହିଁ ମନେ ପକାଇଥାନ୍ତି । ଆଉ ଗୀତ କରିବା ପୂର୍ବରୁ ସେ ଆଗ ବର୍ଷାଙ୍କ ସହ କଥା ହୋଇ ଖୁସି ହୋଇ ଗୀତ କରିଥାନ୍ତି । ପହରଦିନ ସେ ବର୍ଷାଙ୍କୁ ରାତି ୧୨ଟା ରେ ହିଁ ଫୋନ କରିଥିଲେ ଆଉ ଦେଖା କରିବାକୁ ଆସିଥିଲେ । ଏହି କଥା ସେଠାରେ ଉପସ୍ଥିତ ଥିବା ଲୋକମାନେ ମଧ୍ୟ ଦେଖିଛନ୍ତି ବୋଲି ବର୍ଷା କହିଛନ୍ତି ।

ଅନ୍ୟପକ୍ଷରେ ଟୁଙ୍ଗୁରୁ କହୁଛନ୍ତି କି , ବର୍ଷା ଆମ ଘରର ତୁ ବୋହୁ ହେବୁ , ତେଣୁ କ୍ୟାମେରା ଆଗକୁ ଯିବାର କୌଣସି ଆବଶ୍ୟକତା ନାହିଁ । ଯାହା ବି ଅସୁବିଧା ହେବ ସେ ସବୁକୁ ଟୁଙ୍ଗୁରୁ ନିଜେ ବୁଝିବେ ବୋଲି କହିଛନ୍ତି । ତେବେ ଏଭଳି କଥାକୁ ବାସ୍ତବରେ ବିଶ୍ୱାସ କରିବା ଏତେ ସହଜ ନୁହେଁ । ଏମାନଙ୍କ ମଧ୍ୟରୁ କିଏ ସତ କହୁଛି , ସେ କଥା ଜଣା ନାହିଁ । ତେବେ ବର୍ଷା ଆହୁରି କହିଛନ୍ତି କି , ଟୁଙ୍ଗୁରୁ ଦେଉଥିବା ସମସ୍ତ ମନ୍ତବ୍ୟ ସମ୍ପୂର୍ଣ୍ଣ ମି-ଛ ଅଟେ ।

ବର୍ଷା ତାଙ୍କ ଜୀବନରେ ସାରା ଜୀବନ ରହିବେ ବୋଲି ଟୁଙ୍ଗୁରୁ ଦିନେ କହିଥିଲେ ଆଉ ଏହି କଥା ବର୍ତ୍ତମାନ ଗଣମାଧ୍ୟମ ଆଗରେ ବର୍ଷା କହୁଛନ୍ତି । ସେଦିନ ରାତି ୧୧ଟା ସମୟରେ ବର୍ଷାଙ୍କୁ ଭେଟି ଟୁଙ୍ଗୁରୁ ମିଠା ଖାଇବାକୁ ଦେଇଥିବା କଥା ବର୍ଷା କହିଛନ୍ତି । ବର୍ଷା ଟୁଙ୍ଗୁରୁଙ୍କ ଘରକୁ ଯାଇଥିବା କଥା ଆଉ ତାଙ୍କ ଘରେ ସମସ୍ତଙ୍କ ସହ ମିଶିଥିବା କଥା କହିଛନ୍ତି । କିନ୍ତୁ କାହା ସହିତ କୌଣସି ଝ-ଗ-ଡା କରିନଥିବା କଥା କହିଛନ୍ତି। ଅନ୍ୟପକ୍ଷରେ ସେମାନଙ୍କ ମଧ୍ୟରେ ତିନି ଘଣ୍ଟା ଧରି କଥାବାର୍ତ୍ତା ହୋଇଥିବା କଥା ବର୍ଷା କହିଛନ୍ତି । ଆଉ ଟୁଙ୍ଗୁରୁ ତାଙ୍କୁ କୋର୍ଟ ଚା-ଲା-ଣ ନ କରିବା କଥା କହିଥିଲେ ।

Leave a Reply

Your email address will not be published. Required fields are marked *