ସମ୍ପର୍କୀୟମାନେ ଭାରତୀ ସିଂଙ୍କ ଚରିତ୍ର ଉପରେ ପ୍ରଶ୍ନ ଉଠାଇ ତାଙ୍କୁ ଘରୁ ବାହାର କରିଦେଇ ଥିଲେ।

ବଲିଉଡରେ ହସର ରାଣୀ କହିଲେ କେବଳ ଭାରତୀ ସିଂଙ୍କୁ ହିଁ ବୁଝେଇବା।ସେ କଠିନ ପରିଶ୍ରମ କରି ନିଜ ଜୀବନରେ ବହୁତ କିଛି ହାସଲ କରିଛନ୍ତି। ପ୍ରତିଦିନ କଠିନ ପରିଶ୍ରମ କରି ଭାରତୀ ହାଜର ହାଜର ଲୋକଙ୍କୁ ହସାଉଛନ୍ତି। ଘର ଘର ପ୍ରସିଦ୍ଧ ହେଇ ହାସ୍ୟ ଅଭିନେତ୍ରି ହବା ଭାରତୀ ସିଂଙ୍କ ପାଇଁ ଏତେ ସହଜ ନଥିଲା।

ବଲିଉଡର ସବୁଠାରୁ ବଡ ହାସ୍ୟ ଅଭିନେତ୍ରି ହେଉଛନ୍ତି ଭାରତ ସିଂ। ଭାରତୀଙ୍କ ଥଟ୍ଟା ମଜାକୁ ଲୋକମାନେ ଏତେ ପସନ୍ଦ କରନ୍ତି ଯେ ସେମାନେ ଭାରତୀଙ୍କ ଟିଭିର ସବୁ ସୋ’ରେ ଦେଖିବାକୁ ଚାହାଁନ୍ତି। ଭାରତୀ ବର୍ତ୍ତମାନ କେବଳ ଜଣେ ଭଲ ହାସ୍ୟ ଅଭିନେତା ନୁହଁନ୍ତି, ବରଂ ଜଣେ ମହାନ୍ ହୋଷ୍ଟ ମଧ୍ୟ। ଭାରତ ସିଂଙ୍କ ଶୋ’ର ଅନେକ ଭିଡିଓ ପ୍ରତିଦିନ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି।

ଜୀବନରେ ଏହି ସଫଳତା ହାସଲ କରିବା ପାଇଁ ଭାରତ ସିଂଙ୍କୁ ବହୁତ୍ କିଛି ସହିବାକୁ ପଡ଼ିଛି। ସେ ଅଧିକ ମୋଟା ବୋଲି ଅନେକ ଲୋକ ତାଙ୍କୁ ବହୁତ୍ ଅପ-ମାନ ଶୁଣିଛନ୍ତି। ଏବଂ ଅନେକ ଲୋକ ତାଙ୍କ ଚରିତ୍ର ଉପରେ ଅଙ୍ଗୁଳି ମଧ୍ୟ ଉଥେଇଥିଲେ। କିନ୍ତୁ ଏତେ ସବୁ ପରେ ମଧ୍ୟ ଭାରତୀ ସିଂ ତାଙ୍କ ଜୀବନରେ କେବେ ହାର ମାନିନଥିଲେ। ସେ ନିଜର କଠିନ ପରିଶ୍ରମ ଏବଂ କଠିନ ସଂଘ-ର୍ଷରେ ଆଜି ଏତେ ସଫଳତା ପାଇଛନ୍ତି।

ଆଜି ଭାରତୀଙ୍କୁ ବୁଢ଼ା ଠାରୁ ଟୋକା ପର୍ୟ୍ୟନ୍ତ ସମସ୍ତେ ଜାଣିଛନ୍ତି। କିନ୍ତୁ ଗୋଟେ ଦିନ ଥିଲା ଯେତେବେଳେ ଲୋକମାନେ ତାଙ୍କ ଅଭିନେତା ପାଇଁ ତାଙ୍କୁ ଗାଳିଗୁଲଜ କରୁଥିଲେ। ଭାରତୀ ସିଂ ଯେତେବେଳେ ଗୋଟେ ଡ୍ୟାନ୍ସ ରିଆଲିଟି ସୋରେ ହୋଷ୍ଟ କରୁଥିଲେ ସେତେବେଳେ ତାଙ୍କର ସେଇ ପୁରୁଣା ଦିନ କଥା ମନେ ପଡି ଯାଇଥିଲା।ସେ ସେହି ପୁରୁଣା ଦିନକୁ ମନେପକାଇ କହିଲେ ସେ ଯେତେବେଳେ ପ୍ରଥମେ ମୁମ୍ବାଇ ଆସିବା ବାହାରିଲେ ସେତେବେଳେ ତାଙ୍କ ସମ୍ପ-ର୍କିୟଲୋକ ତାଙ୍କ ପରିବାର ଲୋକଙ୍କୁ ବହୁତ୍ କଥା କହିଥିଲେ କାରଣ ସେମାନେ ଚାହୁଁ ନଥିଲେ ମୁଁ କମେଡିରେ ମୋ କ୍ୟାରିୟର ବନାଏ।

ମୁମ୍ବାଇରେ ଝିଅମାନେ କେମିତି ସଫଳ ପାଆନ୍ତି ଏ ବିଷୟରେ ଆମେ ସବୁ ଜାଣୁ ବୋଲି ଭାରତୀ ସିଂଙ୍କୁ ତାଙ୍କ ସମ୍ପ-ର୍କୀୟମାନେ କହିଥିଲେ। ଏହିସବୁ କଥା ଭାରତୀ ସିଂଙ୍କୁ ଗଭୀର ଆ-ଘାତ ଦେଇଥିଲା।

ଭାରତୀ ସିଂ ଏହା ମଧ୍ୟ କହିଛନ୍ତି ଯେ ଯେତେବେଳେ ତାଙ୍କୁ ମାତ୍ର ୨ ବର୍ଷ ହୋଇଥିଲା, ସେତେବେଳେ ତାଙ୍କ ବାପା ମରିଗଲେ। ତାଙ୍କ ବାପାଙ୍କ ମୃ-ତ୍ୟୁ ବେଳେ ତାଙ୍କ ମାଙ୍କୁ ମାତ୍ର ୨୨ ବର୍ଷ ହୋଇଥିଲା। ତାଙ୍କ ମା ଏମିତି ଜଣେ ମହିଳା ଥିଲେ ଯିଏକି ୨୨ ବର୍ଷ ବୟସରେ ଏକା ତିନି ପିଲାଙ୍କ ଯତ୍ନ ନେଉଥିଲେ। ଛୋଟବେଳେ ଭାରତୀଙ୍କ ଆର୍ଥିକ ଅବସ୍ଥା ବହୁତ୍ ଖରାପ ଥିଲା।

ସେତେବେଳେ ଭାରତୀଙ୍କ ମା ଗୋଟେ କାରଖାନାରେ କାମ କରୁନ୍ତି ଏବଂ ଘରକୁ ଆସି ପୁଣି ଘରର ସବୁ କାମ ଏକା କରନ୍ତି। ଭାରତୀ ସିଂ କହିଥିଲେ ମୁଁ ଗୋଟେ ସିଲେଇ ମେସିନର ଶବ୍ଦ ଶୁଣି ବଡ ହେଉଛି। ସେଥିପାଇଁ ଯେତେବେଳେ ବି ମୁଁ ରାସ୍ତାର କଡ଼ରେ ଏହି ଶବ୍ଦ ଶୁଣେ ମତେ ବହୁତ୍ ବିର-କ୍ତ ଲଗେ। କିନ୍ତୁ ବର୍ତ୍ତମାନ ସାରା ବିଶ୍ୱରେ ଭାରତୀଙ୍କ ଅନେକ ପ୍ରଶଂସକ ଅଛନ୍ତି। ଏବେ ଭାରତୀଙ୍କୁ ଲକ୍ଷ ଲକ୍ଷ ଲୋକ ପସନ୍ଦ କରୁଛନ୍ତି।

Leave a Reply

Your email address will not be published. Required fields are marked *