ଆଲେକ୍ସା ବ୍ୟବହାର କରି ପ୍ରେମିକ ଅନ୍ୟ ଝିଅଙ୍କ ସହ କଥା ହଉଥିଲେ ବୋଲି ପ୍ରେମିକା ଜାଣିପାରିଲେ, ଆଉ ତାପରେ…

ଜଣେ ମହିଳା ଆଲେକ୍ସାରେ ରେକର୍ଡ ହେଇଥିବା କଥା ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ। ଏହି ରେକଡିଂ ରୁ ମହିଳା ଜାଣିପାରିଲେ ଯେ ତାଙ୍କ ପ୍ରେମିକ ତାଙ୍କୁ ଧୋକା ଦେଉଛନ୍ତି। କାରଣ ଆଲେକ୍ସାରେ ରେକର୍ଡ ହେଇଥିବା କଥା ସବୁ ତାଙ୍କ ପ୍ରେମିକ ର ଯିଏକି ଅନ୍ୟ ଜଣେ ଝିଅ ସହ କଥା ହେଉଥିଲେ। ମହିଳା ଜଣକ ନିଜ ଦୁଃଖଦ କାହାଣୀ ଟିକଟୋକରେ ସେୟାର କରିଛନ୍ତି।

ଆଜିକାଲି ଅନେକ ଲୋକ ଆଲେକ୍ସା ବ୍ୟବହାର କରୁଛନ୍ତି। କିନ୍ତୁ ସେମାନେ ଜାଣି ନଥିବେ ଆଲେକ୍ସା ଡିଭାଇସ୍ ରେ ଭଏସ୍ ରେକର୍ଡ ହେଇ ରହିଯାଏ। ସେଥିପାଇଁ ଜେସିକା ଲୋମ୍ୟାନ୍ ତାଙ୍କ ପ୍ରେମିକର ଅନ୍ୟ ଜଣେ ମହିଳାଙ୍କ ସହ କଥାବାର୍ତ୍ତାର ରେକର୍ଡିଂ ଶୁଣୁ ନିଜ ପ୍ରେମିକର ସତ ଜାଣିପାରିଲେ।

ଟିକଟକ ଭିଡିଓରେ, ଜେସିକା କହିଛନ୍ତି ସେ କେମିତି ନିଜ ପୂର୍ବତନ ପ୍ରେମିକକୁ ଅନ୍ୟ ଜଣେ ମହିଳାଙ୍କ ସହ କଥାବାର୍ତ୍ତା ହେଉଛନ୍ତି ଧରିଲେ। ଭିଡିଓ କ୍ଲିପ୍‌ରେ ସେ ‘ଆଲେକ୍ସା’ର ରେକର୍ଡିଂ ମଧ୍ୟ ସେୟାର କରିଛନ୍ତି। ଜେସିକା ଭିଡିଓର କ୍ୟାପସନ୍ ଲେଖିଛନ୍ତି ମୁଁ ଜାଣି ନଥିଲି ଯେ ଆଲେକ୍ସା ରେକର୍ଡିଂ କରେ। ଯାହା ହଉ ଆଲେକ୍ସା ରେକର୍ଡିଂ ପାଇଁ ମୁଁ ମୋ ପ୍ରେମିକ ଙ୍କର ସବୁସତ ଜାଣିପାରିଲି।

ଆଲେକ୍ସା ରେକର୍ଡିଂରୁ ସ୍ପଷ୍ଟ ଭାବରେ ଶୁଣିବାକୁ ମିଳୁଛି ଯେ ଜେସିକାଙ୍କ ପ୍ରେମିକ ଅନ୍ୟ ଜଣେ ମହିଳାଙ୍କ ସହିତ ଏକାଠି ରହୁଥିଲେ। ଜେସିକାଙ୍କର ଏହି ଭାଇରାଲ୍ ଭିଡିଓକୁ ବର୍ତ୍ତମାନ ପର୍ଯ୍ୟନ୍ତ ୨୬ ଲକ୍ଷରୁ ଅଧିକ ଲୋକ ଦେଖିଛନ୍ତି |

ଜେସିକାଙ୍କର ଏହି ଭିଡିଓ ଦେଖି ଟିକଟୋକରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଅନେକ ମହିଳା ଉପଭୋକ୍ତା ମଜାଳିଆ ମନ୍ତବ୍ୟ ଦେଇ ଲେଖିଛନ୍ତି ଯେ ଆଲେକ୍ସର ଏହି କାମ ବିଷୟରେ ସେ ଜାଣି ନଥିଲେ, ବର୍ତ୍ତମାନ ସେ ନିଜ ଆଲେକ୍ସାର ରେକର୍ଡ଼ିଂ ସବୁ ଶୁଣିବେ।

Leave a Reply

Your email address will not be published. Required fields are marked *