ପରଲୋକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ହୀରାବେନ ମୋଦୀ:-

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା’ ହୀରାବେନ ମୋଦୀଙ୍କର ୧୦୦ ବର୍ଷ ବୟସରେ ଦେହାନ୍ତ ହୋଇଛି । ୧୦୦ ବର୍ଷ ବୟସରେ ଅହମ୍ମଦାବାଦ ସ୍ଥିତ ୟୁଏନ ମେହେତା ହସ୍ପିଟାଲରେ ହୀରାବେନ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଦେହ ଅସୁସ୍ଥତା କାରଣରୁ ମଙ୍ଗଳବାର ସନ୍ଧ୍ୟାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ହୀରାବେନ ।

ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । ହୀରାବେନଙ୍କ ମୃତ୍ୟୁକୁ ନେଇ ୟୁଏନ ମେହେତା ଇନଷ୍ଟିଚ୍ୟୁଟ ଅଫ କାର୍ଡିଅଲୋଜି ଏଣ୍ଡ ରିସର୍ଚ୍ଚ ସେଣ୍ଟର ପକ୍ଷରୁ ସ୍ପଷ୍ଟ କରାଯାଇଛି । ଭୋର ୩.୩୦ ସମୟରେ ହୀରାବେନ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

ମା’ଙ୍କ ବିୟୋଗରେ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ତାଙ୍କ ମା’ ଥିଲେ ଜଣେ ନିଃସ୍ୱାର୍ଥପର କର୍ମଯୋଗୀ । ତାଙ୍କର ଜୀବନ ଥିଲା ମୂଲ୍ୟବୋଧ ଭିତ୍ତିକ । ଗତ ଜୁନରେ ପ୍ରଧାନମନ୍ତ୍ରୀ ମାତାଙ୍କ ଜନ୍ମଦିନ ମଧ୍ୟ ପାଳନ କରିଥିଲେ । ତେବେ ମା’ଙ୍କ ଦେହାନ୍ତ ଖବର ଶୁଣିବା ପରେ ପ୍ରଧାନମନ୍ତ୍ରୀ ତୁରନ୍ତ ଅହମ୍ମଦାବାଦ ଅଭିମୁଖେ ଯାତ୍ରା ଆରମ୍ଭ କରଥିଲେ । ତେବେ ବର୍ତ୍ତମାନ କଥା କହିବାକୁ ଗଲେ ସେ ଅହମ୍ମଦାବାଦରେ ପହଞ୍ଚି ସାରିଛନ୍ତି । ଯେଉଁଠି ହୀରାବେନଙ୍କ ପରିବାର ଲୋକେ ମଧ୍ୟ ଉପସ୍ଥିତ ଅଛନ୍ତି । ତେବେ ସୂଚନା ରହିଛି ଯେ ସେ ମଙ୍ଗଳବାର ଦିନ ରାତିରେ ହଠାତ ଅସୁସ୍ଥ ହୋଇ ପଡ଼ିଥିଲେ ।

ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ପରେ ସ୍ୱାସ୍ଥ୍ୟ ଅବସ୍ଥା ସେମିତି ସ୍ଥାୟୀ ରହିଥିଲା । ବୁଧବାର ଦିନ ପ୍ରଧାନମନ୍ତ୍ରୀ ମା’ ଙ୍କୁ ଦେଖିବା ପାଇଁ ହସ୍ପିଟାଲକୁ ଆସିଥିଲେ ମଧ୍ୟ । ଏହାବ୍ୟତୀତ ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ପଚାରି ବୁଝିଥିଲେ । କିନ୍ତୁ ଆଜି ସକାଳୁ ଏପରି ଦୁଃଖଦ ଖବର ଶୁଣିବାକୁ ମିଳିଛି ଏବଂ ସେ ଭୋର ୩.୩୦ ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ହୀରାବେନ ଜୁନ ମାସରେ ହିଁ ୧୦୦ ବର୍ଷରେ ପଦାର୍ପଣ କରିଥିଲେ ।

ଯେଉଁ ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନିଜେ ଯାଇ ମା’ଙ୍କ ସହିତ ଜନ୍ମଦିନ ପାଳନ କରିଥିଲେ ଏବଂ ମା’ଙ୍କ ସହିତ ସମୟ କାଟିଥିଲେ । କିନ୍ତୁ ଆଜି ତାଙ୍କ ମା’ଙ୍କ ଦେହାନ୍ତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ଟ୍ୱିଟ କରି ନିଜ ମା’ଙ୍କ ଦେହାନ୍ତ ଖବର ବିଷୟରେ ସୂଚନା ଦେଇଛନ୍ତି । ତେବେ ହିନ୍ଦୁ ଧର୍ମ ପରମ୍ପରା ଅନୁଯାୟୀ ବର୍ତ୍ତମାନ ମୋଦୀ ମା’ଙ୍କ ସତ୍କାର ନିମିତ୍ତ ସବୁ ପରମ୍ପରା ମଧ୍ୟ ପାଳନ କରିବେ ବୋଲି ସୂଚନା ରହିଛି ।

Leave a Reply

Your email address will not be published. Required fields are marked *