କୁଆଡେ ଗଲା ପିଙ୍କିର ଫୋନ ? ଫୋନ ମିଳିଲେ ଖୋଲିବ ସବୁ ଗୁମର !

ଗୋଟିଏ ପରେ ଗୋଟିଏ ଆ-ତ୍ମହ-ତ୍ୟା ମାମ-ଲା ସାମ୍ନାକୁ ଆସୁଥିବା ବେଳେ ପ୍ରାୟ ସମସ୍ତ ଘଟ-ଣାର ମୂଳ କାରଣ ପ୍ରେମ ବୋଲି କୁହାଯାଉଛି । ଆଜିକାର ଯୁବକ ଯୁବତୀ ମାନେ ପରସ୍ପରର ପ୍ରେମ ଜା-ଲରେ ଫ-ସି ଯାଉଛନ୍ତି ଆଉ ଟିକିଏ କଥାକୁ ନେଇ ଯୁ-କ୍ତିତ-ର୍କ କରି ଜୀବନ ମଧ୍ୟ ହାରି ଦେଉଛନ୍ତି । ତେବେ ବର୍ତ୍ତମାନ ଆଉ ଏକ ଚାଞ୍ଚଲ୍ୟ ଖବର ଲୋକଲୋଚନକୁ ଆସିଥିବା ବେଳେ ମୃ-ତ୍ୟୁର ପ୍ରକୃତ କାରଣ ଜାଣି ପାରୁନାହିଁ ପୋ-ଲିସ ।

ବାପା ମାଆଙ୍କର ଅଲିଅଳି ଝିଅ ପିଙ୍କି । ପିଲାଟି ଦିନରୁ ଅତି ଗେଲ ବସରରେ ବାପା ମାଆ ବଢାଇଥିଲେ । ସ୍ୱପ୍ନ ଥିଲା ଝିଅ କିଛି କରିବ ଆଉ ସେମାନଙ୍କ ନାମ ଉ-ଜ୍ଜ୍ୱଳ କରିବ । କିନ୍ତୁ ସବୁ ସ୍ବପ୍ନ ଅଧାରେ ରହିଗଲା ଆଉ ଚୁରମାର ହୋଇଗଲା । କାରଣ ଝିଅର ଜୀବନ ଦୀପ ଅଧାରେ ଲିଭିଗଲା । ପ୍ରେମ ପାଇଁ ଜୀବନ ହାରିଦେଲା ଅଲିଅଳି ଝିଅ । ଆଉ ଏହି କଥାକୁ ସହଜରେ ବିଶ୍ୱାସ କରି ପାରୁନାହାଁନ୍ତି ବାପା ମାଆ ।

ତେବେ ସାମ୍ନାକୁ ଆସିଥିବା ଏହି ଘ-ଟଣା ବିଷୟରେ ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ନିଜ ସାଙ୍ଗର ବଡ଼ ଭାଇ ମଣ୍ଟୁଙ୍କୁ ଭଲ ପାଉଥିଲା ପିଙ୍କି । ଆଉ ଦୁହିଁଙ୍କର ପ୍ରେମକୁ ନେଇ ଗାଁରେ ଆଲୋଚନା ମଧ୍ୟ ହେଉଥିଲା । ସମସ୍ତେ ପ୍ରାୟତଃ ଏମାନଙ୍କ ଭଲ ପାଇବା ବିଷୟରେ ଜାଣିଥିଲେ । ପିଙ୍କି ମଧ୍ୟ ଫୋନରେ ବହୁତ ସମୟ ଧରି କଥା ହେଉଥିଲା । ଦୁହେଁ ସାରା ଜୀବନ ଏକାଠି ରହିବାର ସ୍ବପ୍ନ ମଧ୍ୟ ଦେଖି ନେଇଥିଲେ କିନ୍ତୁ ହଠାତ କଣ ହେଲା ଚାଲିଗଲା ପିଙ୍କିର ଜୀବନ ।

ଏସବୁ ମଧ୍ୟରେ ଆଶ୍ଚର୍ଯ୍ୟର କଥା ଏହା ଯେ , ପିଙ୍କିର ମୃ-ତ୍ୟୁ ପରେ ତାର ଫୋନ ପାଉନି ପୋ-ଲିସ । ସୂଚନା ମୁତାବିକ , ପିଙ୍କି ମଣ୍ଟୁ ସହିତ ୧୪ ତାରିଖ ରାତିରେ କଥା ହୋଇଥିଲା । ଆଉ ତାପରେ ୧୫ ତାରିଖ ଭୋର ସମୟରୁ ସକାଳ ୧୦ଟା ପର୍ଯ୍ୟନ୍ତ ଫୋନ କରିଥିଲା । କିନ୍ତୁ ମଣ୍ଟୁ ଫୋନ ଉଠାଇ ନଥିଲେ । ତେବେ ଏହାପରେ ଦୁହିଁଙ୍କ ମଧ୍ୟରେ କଣ ହୋଇଥିଲା କେଜାଣି ପିଙ୍କିଙ୍କର ମାଆ ଦୋକାନକୁ ପୂଜା କରିବାକୁ ଯାଇଥିବା ବେଳେ ପିଙ୍କି ହାରି ଦେଇଥିଲେ ଜୀବନ । ଆଉ ବର୍ତ୍ତମାନ ପୋ-ଲିସ ମଣ୍ଟୁଙ୍କୁ ଅଟକ ରଖି ପଚ-ରାଉ-ଚରା କରିବାରେ ଲାଗିଛି ।

Leave a Reply

Your email address will not be published. Required fields are marked *