ବାବୁଶାନଙ୍କ ଘର ଜଗିଛନ୍ତି ବାଉଁସର….:

ଷ୍ଟାର କପଲ୍‌ ହାଇଡ୍ରାମାକୁ ନେଇ ଏବେ ସାରାରାଜ୍ୟରେ ଚର୍ଚ୍ଚା ଆଲୋଚନା ଖୁବ ଜୋରରେ ଧରିଛି। ପ୍ରକୃତି- ତୃପ୍ତି ଓ ବାବୁଶାନ ଙ୍କ ଅଡ଼ୁଆ ସୂତା ଭଳି ଛନ୍ଦି ହେବାରେ ଲାଗିଛି। ଷ୍ଟାର ଦମ୍ପତିଙ୍କ ଏହି ଭିଡିଓଙ୍କୁ ନେଇ ସାରା ରାଜ୍ୟରେ ହଇଚଇ ସୃ୍ଷ୍ଟି ହୋଇଛି। ଭୁବନେଶ୍ୱର ସତ୍ୟନଗରରେ ବାବୁଶାନ ଓ ଅଭିନେତ୍ରୀ ପ୍ରକୃତି ମିଶ୍ର ଏକ କାରରେ ଯାଉଥିବାବେଳେ ବାବୁଶାନ ଙ୍କ ପତ୍ନୀ ତୃପ୍ତି ଧରି ପକେଇଥିଲେ। ତେବେ ଏହାପରେ ତୃପ୍ତି ବାବୁଶାନ ଓ ପ୍ରକୃତି ସହ ଯୁ-କ୍ତି କରିବାକୁ ଲାଗିଲେ। ଯୁ-କ୍ତିତ-ର୍କ ରୁ ଠେଲା ପେଲା ଆଡକୁ ଚାଲି ଯାଇଥିଲା କଥା।

ତେବେ ଏହି ସମସ୍ତ ଦୃ-ଶ୍ୟକୁ ଲୋକମାନେ ଦେଖୁଥିଲେ ଓ ମୋବାଇଲ ଫୋନରେ ରେ-କର୍ଡ଼ କରୁଥିଲେ। ଏହାପରେ ଚାହୁଁ ଚାହୁଁ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇ ଯାଇଥିଲା। ଅନ୍ୟପଟେ ମନଥ ମିଶ୍ର ଓ ତାଙ୍କ ପତ୍ନୀ ଖାରବେଳ ଥାନାରେ ତୃପ୍ତିଙ୍କ ନାମରେ ଅଭି-ଯୋଗ କରିଥିବା ବେଳେ ତୃପ୍ତି ମହାନ୍ତି ଶାଶୁମା ଅପରିଜାତ ମହାନ୍ତିଙ୍କୁ ସାଙ୍ଗରେ ନେଇ ସେହି ଖାରବେଳ ଥା-ନାରେ ପ୍ରକୃତିଙ୍କ ନାମରେ ଅଭି-ଯୋଗ କରିଥିଲେ।

ଏହା ଭିତରେ ବାବୁଶାନ ଓ ପ୍ରକୃତି ଚେନ୍ନାଇ ପଳେଇ ଥିଲେ। ତେବେ ସେଠାରେ ଏକ ହୋଟେଲରେ ରହିଥିଲେ। ଯାହାର ଭିଡ଼ିଓ ସୋସିଆଲ ମିଡିଆରେ ପୁଣି ଭାଇରାଲ ହେବାରେ ଲାଗିଥିଲା। ଦୁହେଁ ଏକା ହୋଟେଲରେ ରହିବା ପରେ ଚେକ ଆଉଟ କରିବା ପରେ ଗୋଟିଏ କାରରେ ଚାଲି ଆସିଥିଲେ। ପ୍ରକୃତି ଆସି ଓଡ଼ିଶାରେ ପହଞ୍ଚି ଯାଇଥିଲେ। କିନ୍ତୁ ଏପର୍ଯ୍ୟନ୍ତ ବାବୁଶାନ ପହଞ୍ଚି ନାହାଁନ୍ତି। ପ୍ରକୃତିଙ୍କୁ ଜେ-ରା କରିବା ପାଇଁ ପୋ-ଲି-ସ ମଧ୍ୟ ପହଞ୍ଚି ଥିଲା

ବର୍ତ୍ତମାନ ସବୁଠୁ ବଡ଼ ପ୍ରଶ୍ନ ହେଉଛି ବାବୁଶାନ କେବେ ଓଡିଶା ଫେରିବେ। ଗତ କାଲି ରାତିରେ ବାବୁଶାନଙ୍କ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଚେନ୍ନାଇ ବିମାନ ବନ୍ଦରରେ ବାବୁଶାନ ଅନ୍ୟ ଦୁଇ ଜଣଙ୍କ ସହ ଥିବା ଦେଖାଯାଉଛି। ଆଉ ସ୍ପଷ୍ଟ ହୋଇଛି ଯେ ବାବୁସାନ ବିମାନ ଯୋଗେ ଚେନ୍ନାଇରୁ ଭୁବେନଶ୍ଵର ଅଭିମୁଖେ ବାହାରି ଥିଲେ। କିନ୍ତୁ ସେ ଏୟାର ପୋର୍ଟରେ ପହଞ୍ଚିଲେ କି ନାହିଁ ତାହା କୌଣସି ତଥ୍ୟ ମିଳି ନଥିଲା।

ଅନ୍ୟପଟେ ବାବୁଶାନଙ୍କ ଘରେ ବାଉଁସର ଜଗି ରହିଛନ୍ତି। ଦେଖିଲେ ଜଣା ପଡୁଛି ଯେ ବାବୁଶାନ ଖୁବ ଶୀଘ୍ର ଘରକୁ ଫେରିବେ। ତେବେ ସେଠାରେ ଉପସ୍ଥିତ ଥିବା ସିନେମା ପ୍ରଯୋଜକ ମଧ୍ୟ କହିଛନ୍ତି ଯେ ଦୁଇ ଦିନ ଭିତରେ ବାବୁଶାନ ଫେରି ଆସିବେ। ତେବେ କେବେ ଆସିବେ ବାବୁଶାନ ସେ ନେଇ ଅନେକ ଚର୍ଚ୍ଚା ଧରିବାରେ ଲାଗିଛି।

Leave a Reply

Your email address will not be published. Required fields are marked *