ପ୍ରକୃତିଙ୍କ ପ୍ରକୃତ ସଂସ୍କାର ଆସିଲା ସାମ୍ନାକୁ , ଦେଖନ୍ତୁ ଭିଡ଼ିଓ

ସାରା ଓଡ଼ିଶାର ଘରେ ଘରେ ଚହଳ ସୃଷ୍ଟି କରିଥିବା ବାବୁସାନ ଆଉ ପ୍ରକୃତି ମିଶ୍ର ମାମଲା ବିଷୟରେ ଆପଣ ନିହାତି ଭାବରେ ଜାଣିଥିବେ । ସକାଳ ପହରୁ ବାବୁସାନଙ୍କ ପତ୍ନୀଙ୍କ ଠାରୁ ମାଡ଼ ଖାଇଥିବା ପ୍ରକୃତି ନିଜକୁ ସଠିକ ପ୍ରମାଣିତ କରିବାପାଇଁ ବହୁତ ଚେଷ୍ଟା କରିଛନ୍ତି । ଆଉ ସେଥିପାଇଁ ସେ ସୋସିଆଲ ମିଡ଼ିଆ ଆଗରେ ନିଜ ସତୀ ପଣର ଅନେକ ବ୍ୟାଖ୍ୟା କରିଛନ୍ତି । ନିଜକୁ ଠିକ୍ କହିଥିବା ପ୍ରକୃତିଙ୍କର ଅନେକ ନୂଆ ନୂଆ ବେଶ ସାମ୍ନାକୁ ଆସୁଛି ।

ଅଭିନେତା ବାବୁସାନଙ୍କର ପତ୍ନୀ ତୃପ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ ଅନେକ ଉପାୟରେ ଦାୟୀ କରିଛନ୍ତି । ସ୍ୱାମୀଙ୍କ ସହ ପ୍ରକୃତିଙ୍କର ସମ୍ପର୍କ ରହିଥିବା କଥା ସେ କହିଛନ୍ତି । ଆଉ ଏ ବାବଦରେ ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି ତୃପ୍ତି । କିନ୍ତୁ ଏସବୁ ମଧ୍ୟରେ ନିଜକୁ ସତୀ କହୁଥିବା ପ୍ରକୃତିଙ୍କର ପ୍ରକୃତ ରୂପ ସାମ୍ନାକୁ ଆସିବାରେ ଲାଗିଛି । ଗଣମାଧ୍ୟମରେ ନିଜକୁ ସତୀ ବୋଲି କହିଛନ୍ତି ପ୍ରକୃତି ଆଉ ଏକ ସଂସ୍କାରୀ ଘରର ଝିଅ ବୋଲି ସେ ନିଜକୁ କହିଛନ୍ତି ।

କିନ୍ତୁ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ଘଟଣା ତାଙ୍କ ସତୀତ୍ୱର ପ୍ରମାଣ ଦେଇ ଦେଉଛି । ଯାହାକୁ ଦେଖିବା ପରେ ସମସ୍ତେ ତାଙ୍କ ସତୀତ୍ୱ ବିଷୟରେ ଜାଣି ସାରିଲେଣି । ତେବେ ଭାଇରାଲ ହୋଇଥିବା ଭିଡ଼ିଓରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି । କୌଣସି ଏକ ବଡ଼ ବାର୍ ରେ ପ୍ରକୃତି ତାଙ୍କ ପୁରୁଷ ବନ୍ଧୁ ମାନଙ୍କ ସହ ଦେଖା ଯାଇଛନ୍ତି । ଆଉ ସେଠାରେ ତାଙ୍କ ପୁରୁଷ ବନ୍ଧୁ ତାଙ୍କୁ ମଦ ପିଆଇ ଦେଉଛନ୍ତି । ଜଣେ ବନ୍ଧୁ ତାଙ୍କ ହାତ ଧରି ରଖିଛନ୍ତି ।

ଅନ୍ୟପକ୍ଷରେ ଆଉ ଜଣେ ବନ୍ଧୁ ତାଙ୍କ ପାଟିରେ ମଦ ଢାଳି ଦେଉଛନ୍ତି ଆଉ ପ୍ରକୃତି ସେହି ମଦକୁ ଢ଼ୋକ ଢୋକ କରି ପିଇ ଦେଉଛନ୍ତି । ଏହାବ୍ୟତୀତ ସେ ସେଠାରେ ଅନେକ ଖରାପ ଭାଷାର ବ୍ୟବହାର ମଧ୍ୟ କରୁଛନ୍ତି । ତେବେ ଏହାରି ମଧ୍ୟରେ ସେ କେଉଁଠିକୁ ଯାଇଥିଲେ ଆଉ ଏହି ଭିଡ଼ିଓଟି କେଉଁ ସ୍ଥାନର ବୋଲି ଏପର୍ଯ୍ୟନ୍ତ ଜଣା ପଡ଼ିନାହିଁ । ନିଜକୁ ସତୀ ଆଉ ସଂସ୍କାରୀ ଘରର ଝିଅ ବୋଲି କହୁଥିବା ପ୍ରକୃତିଙ୍କର ଅସଲ ଚେହେରା ବର୍ତ୍ତମାନ ସାମ୍ନାକୁ ଆସିବାରେ ଲାଗିଛି ।

Leave a Reply

Your email address will not be published. Required fields are marked *