ସାହୁକାରଙ୍କୁ 15 ହଜାର ଟଙ୍କା ଫେରସ୍ତ କରିପାରିଲେଣି ଦମ୍ପତି, ବିକ୍ରି କଲେ ନିଜର ଦେଢ଼ ବର୍ଷର ଝିଅକୁ …

ମହାରାଷ୍ଟ୍ରର ସତାରା ଜିଲ୍ଲାରେ 15,000 ଟଙ୍କା ଋଣ ବଦଳରେ ଦେଢ ବର୍ଷର ବାଳିକା ଶିଶୁର ବିକ୍ରୟ ମାମଲା ସାମ୍ନାକୁ ଆସିଛି । ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ନାବାଳିକାକୁ ଉଦ୍ଧାର କରିଥିଲା । ଏଥିସହ ପୋଲିସ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି ।

ସୂଚନାନୁସାରେ ସତାରାରେ ଏକ ଦମ୍ପତି 15,000 ଟଙ୍କା ଋଣରେ ଥିଲେ । ଯେତେବେଳେ ଦମ୍ପତି ସାହୁକାରଙ୍କ ଠାରୁ ନେଇଥିବା ଋଣକୁ ଠିକ୍ ସମୟରେ ପରିଶୋଧ କରିପାରିନଥିଲେ, ସେମାନେ ସେମାନଙ୍କର ଦେଢ ବର୍ଷର ଝିଅକୁ ବିକ୍ରୟ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହି ଦମ୍ପତି ଦେଢ ବର୍ଷର ଝିଅକୁ 15,000 ଟଙ୍କା ବଦଳରେ ସାହୁକାରଙ୍କୁ ଦେଇଥିଲେ । ଯେତେବେଳେ ପୋଲିସ ଏହି ଖବର ପାଇଥିଲା, ସେତେବେଳେ ପୋଲିସ ନାବାଳିକାକୁ ଉଦ୍ଧାର କରିଥିଲା ।

କୁହାଯାଉଛି ଯେ ନାବାଳିକାକୁ 15,000 ଟଙ୍କା ବଦଳରେ ସତାରାରେ ବାବର ନାମକ ଏକ ଦମ୍ପତି ନେଇଥିଲେ । ଏହାକୁ ସତାରା ପୋଲିସର ଅଜିତ ବୋରାଡେ ନିଶ୍ଚିତ କରିଛନ୍ତି । ସେ କହିଛନ୍ତି ଯେ ପୋଲିସ ଏହି ଘଟଣାର ତଦନ୍ତ କରୁଛି । ସେ କହିଛନ୍ତି ଯେ ଯେଉଁମାନେ ଝିଅକୁ ବିକ୍ରୟ କରିଛନ୍ତି ଏବଂ କିଣିଛନ୍ତି ସେମାନଙ୍କ ବିଷୟରେ ସୂଚନା ଦିଆଯାଉଛି । ତାଙ୍କୁ ପଚରାଉଚରା କରାଯାଉଛି । ମହିଳା ଜଣକ କହିଛନ୍ତି ଯେ ସେ ବାବର ନାମକ ଜଣେ ବ୍ୟକ୍ତିଙ୍କଠାରୁ 15 ହଜାର ଟଙ୍କା ନେଇଥିଲେ ।

ସେ ଋଣ ଶୁଝି ନପାରିବାରୁ ଝିଅକୁ ବିକ୍ରି କରିବାକୁ ନିଷ୍ପତି ନେଇଥିଲେ । ଏଥିସହିତ ବାବର କହିଛନ୍ତି ଯେ ସେ 15 ହଜାର ଟଙ୍କା ଦେଇ ଝିଅଟିକୁ ନେଇଛନ୍ତି । ଏହି ମାମଲା ସନ୍ଦେହଜନକ ଥିବା ପୋଲିସ କହିଛି । ତେବେ ଅନୁସନ୍ଧାନ ପରେ ହିଁ ଏହି ଘଟଣାର ଖୁଲାସା ହେବ ।

ଅଜିତ ବୋରାଡେ କହିଛନ୍ତି ଯେ ପିଲାଟି ବିକ୍ରି ହେଉଥିବା ବିଷୟରେ ଜଣେ ମହିଳା ପୋଲିସକୁ ସୂଚନା ଦେଇଥିଲେ । ଏହା ପରେ ପୋଲିସ ନାବାଳିକାକୁ ଉଦ୍ଧାର କରିଥିଲା । ପୋଲିସ ନାବାଳିକାକୁ ମାସୱାଡର ଶିଶୁ ଯତ୍ନ ଗୃହରେ ଭର୍ତ୍ତି କରିଛି । ପୋଲିସର ସୂଚନାନୁସାରେ, ଜୁନ୍ 2021 ରେ ଜଣେ ମହିଳା ବାବର ନାମକ ଜଣେ ବ୍ୟକ୍ତିଙ୍କୁ ଋଣ ବଦଳରେ ଝିଅଟିକୁ ଦେଇଥିଲେ ।

Leave a Reply

Your email address will not be published. Required fields are marked *