ରିଲାଇନ୍ସ ଗ୍ରୁପ ଅଫ କମ୍ପାନୀର ଉତ୍ତରାଧିକାରୀ କିଏ ହେବ ସେ ନେଇ ମୁଁହ ଖୋଲିଲେ ଚେୟାରମ୍ୟାନ ମୁକେଶ ଆମ୍ବାନୀ, ଦେଖନ୍ତୁ କଣ କହିଲେ।

ଯଦି ଭାରତର ସବୁଠୁ ଧନୀକ ବ୍ୟକ୍ତିଙ୍କ ନାମ ଉଠେ ତେବେ ସମସ୍ତଙ୍କ ମନରେ ମୁକେଶ ଅମ୍ବାନୀଙ୍କ କଥା ସାମ୍ନାକୁ ଆସିଥାଏ। ତେବେ ମୁକେଶ ଆମ୍ବାନୀ ଏ ପର୍ଯ୍ୟନ୍ତ ଯେଉଁ ସ୍ଥାନରେ ପହଁଞ୍ଚି ପାରିଛନ୍ତି ସେଥିପାଇଁ ନିଜର ପାରିଶ୍ରମିକ ମୁଖ୍ୟ ଅଟେ ବୋଲି ସେ ଅନେକ ଥର ମତ ଦେଇଛନ୍ତି। ତେବେ ଭାରତବର୍ଷର ବଡ଼ କମ୍ପାନୀ କଥା ଯେତେବେଳେ ଆସେ ସେତେବେଳେ ସମସ୍ତେଙ୍କ ରିଲାଇନ୍ସ ଗ୍ରୁପ ଅଫ କମ୍ପାନୀ କଥା ହିଁ ମନ ପଡିଥାଏ। ତେବେ ଏହାର ଉତ୍ତରାଧିକାରୀକୁ ନେଇ ସମସ୍ତଙ୍କ ମନରେ ଅନେକ ପ୍ରଶ୍ନ ଉଠି ଥାଏ। କାରଣ ଏତେ ବଡ଼ କମ୍ପାନୀର ଭାର ସମ୍ଭାଳିବା କିଛି କମ୍ କଥା ନୁହେଁ। ତେବେ ଏହାକୁ ନେଇ ମୁକେଶ ଆମ୍ବାନୀ ମୁଁହ ଖୋଲିଛନ୍ତି।

ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଆକାଶ, ଇଶା ଓ ଅନନ୍ତ ମୁକେଶ ଅମ୍ବାନୀଙ୍କ ସନ୍ତାନ ଅଟନ୍ତି। ତେବେ ଇଶା ଅମ୍ବାନୀଙ୍କ ବିବାହ ସାରିଥିଲେ ମଧ୍ୟ କମ୍ପାନୀ ଗ୍ରୋଥ କରିବାରେ ତାଙ୍କର ଭୂମିକା ଅଗ୍ରଣୀ ରହିଛି। ତେବେ ରିଲାଇନ୍ସର ପ୍ରତିଷ୍ଠାତା ଧିରୁଭାଇ ଅମ୍ବାନୀଙ୍କ ଜନ୍ମଦିନରେ ଏକ ପାରିବାରିକ କାର୍ଯ୍ୟକ୍ରମରେ ମୁକେଶ ଅମ୍ବାନୀ ଭାଷଣ ଦେଇ ଏହାର ଉତ୍ତରାଧିକାରୀ ବିଷୟରେ କହିଛନ୍ତି। ତେବେ ସେ କଣ କହିଛନ୍ତି ଆସନ୍ତୁ ସେ ବିଷୟରେ ଜାଣିବା।

ସେ କହିଥିଲେ କି, ଯୁବପିଢି ମାନେ ବର୍ତ୍ତମାନ ନେତୃତ୍ଵ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ଅଛନ୍ତି। ଆଉ ମୁଁ ଉତ୍ତରାଧିକାରୀ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ପାଇଁ ଚାହୁଁଛି। ତେବେ ସେମାନେ କମ୍ପାନୀର ଦାଇତ୍ୱ ଭାର ଗ୍ରହଣ କରିବେ ଓ ଆମେ କେବଳ ତାଙ୍କୁ ସଠିକ ମାର୍ଗ ଦେଖେଇବା ସହ ଗାଇଡ଼ କରିବୁ। ତେବେ ସେମାନଙ୍କୁ ସକ୍ଷମ କରିବା ପାଇଁ ପ୍ରେରଣା ଓ ଉତ୍ସାହିତ କରାଯିବ।

କେବଳ ସେତିକି ନୁହେଁ ମୁକେଶ ଆମ୍ବାନୀ ଏକଥା ମଧ୍ୟ କହିଛନ୍ତି ଯେ ମୋ ଭିତରେ ଯେଉଁ ପ୍ରତିଦ୍ବନ୍ଦିତା, ଉତ୍ସାହ ଏବଂ ସମର୍ପଣ ଦେଖିବାକୁ ପାଇଥିଲି ବର୍ତ୍ତମାନ ସେହି ସବୁ ମୁଁ ମୋ ପିଲା ମାନଙ୍କ ମନରେ ଦେଖିବାକୁ ପାଇଛି। ମୋ ବାପାଙ୍କର ଲକ୍ଷ୍ୟ ଲକ୍ଷାଧିକ ଲୋକଙ୍କ ଜୀବନ ବଦଳାଇ ଦେଇଛି। ତେବେ ସେ ଗ୍ରୁପ ପାଇଁ ତିନୋଟି ବଡ଼ ଘୋଷଣା କରିଥିଲେ।

ପ୍ରଥମ ହେଉଛି କମ୍ପାନୀର ଉଜ୍ଜ୍ୱଳ ଭବିଷ୍ୟତ, ସେ କହିଥିଲେ ଯେ ପୂର୍ବ ଅପେକ୍ଷା କମ୍ପାନୀର ଭବିଷ୍ୟତ ଆହୁରି ଉଜ୍ଜ୍ୱଳ ହେଉ। ଦ୍ୱିତୀୟରେ ସେ କମ୍ପାନୀର ମୂଳ ଦୁଆ ପକେଇବା କଥା କହିଥିଲେ। ସେ କହିଥିଲେ କି କମ୍ପାନୀର ବେପାର ଆହୁରି ସମୃଦ୍ଧ ହେଉ। ତୃତୀୟରେ ସେ କହିଥିଲେ କି ଏହାର ପରିଚାଳନା ଯେଉଁଟା କି ସବୁଠୁ ମୁଖ୍ୟ ଅଟେ। ତେବେ ପରିଚାଳନା ସଠିକ ଭାବେ ଚାଲିଲେ ଅନ୍ୟ ଦୁଇଟି ଆପେ ଆପେ ପୂରା ହୋଇଯିବ।

Leave a Reply

Your email address will not be published. Required fields are marked *