ପ୍ରେମ ଅନ୍ଧ ବୋଲି ଶୁଣିଥିବେ ହେଲେ ଏପରି ଅଦ୍ଭୁତ ପ୍ରେମ କାହାଣୀ ଦେଖିନଥିବେ: ସିମ୍ପାଞ୍ଜିର ପ୍ରେମରେ ପଡ଼ିଲେ ମହିଳା ।

ପ୍ରେମ ଅନ୍ଧ ହୋଇଥାଏ,ପ୍ରେମ କଲେ ଲୋକ ସବୁକିଛି କରିପାରେ ଏପରି ଅନେକ କଥା ଆପଣମାନେ ନିଶ୍ଚୟ ଶୁଣିଥିବେ। କିନ୍ତୁ ମଣିଷ ଏବଂ ପଶୁ ଙ୍କ ମଧ୍ୟରୁ କାହାକୁ ପ୍ରେମ କରାଯାଏ ଏ କଥା ସମସ୍ତେ ଭଲ ସେ ଜାଣିଥିବେ। କିନ୍ତୁ ଆମ ଦୁନିଆରେ ଏପରି ଜଣେ ମହିଳା ଅଛନ୍ତି ଯିଏ ପ୍ରେମ କରିବାରେ ସବୁ ସୀମା ପାର କରିଯାଇଛନ୍ତି। ସେ ପ୍ରେମରେ ଏତେ ଅନ୍ଧ ହୋଇଯାଇଛନ୍ତି ଯେ ସେ ମଣିଷ ଏବଂ ସିମ୍ପାଞ୍ଜି ମଧ୍ୟରେ ଥିବା ପାର୍ଥକ୍ୟ କୁ ଜାଣିପାରୁ ନାହାଁନ୍ତି।

ସିମ୍ପାଞ୍ଜି ଏବଂ ମହିଳାଙ୍କ ଭିତରେ ଥିବା ଏହି ଅଦ୍ଭୁତ ପ୍ରେମ କାହାଣୀ ବେଲଜିୟମ ରେ ଦେଖିବାକୁ ମିଳିଛି। ଆଣ୍ଟୱର୍ପ ପ୍ରାଣୀ ଉଦ୍ୟାନରେ, ମହିଳାଙ୍କୁ ପ୍ରାଣୀ ଉଦ୍ୟାନରେ ରହୁଥିବା ଗୋଟେ ସିମ୍ପାଞ୍ଜି ସହିତ ପ୍ରେମ ହୋଇଯାଇଥିଲା। ବର୍ତ୍ତମାନ ଏହି ଦୁଇଜଣଙ୍କର ଏଇ ଅଦ୍ଭୁତ ପ୍ରେମ କାହାଣୀ ଏକ ଚର୍ଚ୍ଚାର ବିଷୟ ପାଲଟିଛି। ମହିଳାଙ୍କ ନାମ ଏଡି ଟିମର୍ମନ୍ ସେ ଗତ ଚାରି ବର୍ଷ ହେଲା ଏହି ପ୍ରାଣୀ ଉଦ୍ୟାନକୁ ମହିଳା ଜଣକ ନିୟମିତ ବୁଲିବାକୁ ଆସୁଥିଲେ। ସେ ପ୍ରାଣୀ ଉଦ୍ୟାନରେ ରହୁଥିବା ୩୮ବର୍ଷୀୟ ସିମ୍ପାଞ୍ଜିକୁ ଦେଖାକରିବା ପାଇଁ ପ୍ରତିଦିନ ସେଠାକୁ ଆସୁଥିଲେ । ଏହି ସମୟରେ ଦୁହେଁ ପରସ୍ପର ସହିତ କିଛି ସମୟ ଅତିବାହିତ କରୁଥିଲେ ଏବଂ ତାଙ୍କ ଭିତରେ ଭଲପାଇବା ଗଢିଉଠିଥିଲା। ସିମ୍ପାଞ୍ଜି ମଧ୍ୟ ମହିଳାଙ୍କ ଆସିବା ବାଟକୁ ଚାହିଁ ବସୁଥିଲା ​​।

ସିମ୍ପାଞ୍ଜି ପ୍ରତି ମହିଳାଙ୍କ ଭଲ ପାଇବା ଦିନକୁ ଦିନ ବଢ଼ିବାରେ ଲାଗିଲା । ମହିଳା ଜଣକ ପ୍ରାଣୀ ଉଦ୍ୟାନରେ ପଶିବା ମାତ୍ରେ ସିମ୍ପାଞ୍ଜି ଟି ତା’ର ସାଥୀମାନଙ୍କୁ ଛାଡି ସଙ୍ଗେସଙ୍ଗେ ନିଜ ଗୁହାଳକୁ ଯାଇ ମହିଳାଙ୍କ ପାଖରେ ଠିଆ ହୋଇଯାଏ । ତା’ପରେ ଦୁଇଜଣଙ୍କ ଭିତରେ ଭଲପାଇବା ଆରମ୍ଭ ହୋଇଯାଏ। ସେମାନେ ପରସ୍ପରକୁ ଆଲିଙ୍ଗନ କରି ଘଣ୍ଟା ଘଣ୍ଟା ଧରି ଗେଲ କରିବାକୁ ଆରମ୍ଭ କରନ୍ତି। କିନ୍ତୁ ଦୁଇ ଜଣଙ୍କୁ ଏହି ଅଦ୍ଭୁତ ପ୍ରେମପାଇଁ ବହୁତ୍ କ୍ଷତି ସହିବାକୁ ପଡିଲା।

ଏହିପରି ଦୁହିଁଙ୍କ ମଧ୍ୟରେ ଥିବା ଅଦ୍ଭୁତ ପ୍ରେମ ଅନେକ ସପ୍ତାହ ଧରି ଚାଲିଥିଲା, କିନ୍ତୁ ଗତ ଗ୍ରୀଷ୍ମ ଋତୁ ରେ ପ୍ରାଣୀ ଉଦ୍ୟାନର କର୍ମଚାରୀମାନେ ମହିଳାଙ୍କୁ ସେଠାକୁ ଆସିବାକୁ ମନା କରିଦେଇଥିଲେ।ଏହି କଥା ଶୁଣି ମହିଳା ଜଣଙ୍କ ବହୁତ୍ ରାଗିଯାଇଛନ୍ତି ଏବଂ ସେ ଗଣମାଧ୍ୟମରେ ମଧ୍ୟ ଏହି ପ୍ରସଙ୍ଗରେ କଥା ଉଠାଇଛନ୍ତି, କିନ୍ତୁ ସିମ୍ପାଞ୍ଜିର ଭଲ ପାଇଁ ପ୍ରାଣୀ ଉଦ୍ୟାନର କର୍ମଚାରୀମାନେ ମହିଳାଙ୍କୁ ସେଠାକୁ ନା ଆସିବାର ନିଷ୍ପତ୍ତି ନେଇଛନ୍ତି। ମହିଳାଙ୍କ କହିବା ଅନୁସାରେ, ସେ ସିମ୍ପାଞ୍ଜିଙ୍କ ପ୍ରେମରେ ପଡିଯାଇଛନ୍ତି। ତାଙ୍କ ଦୁହିଁଙ୍କ ମଧ୍ୟରେ ଥିବା ସମ୍ପର୍କ ଏବେ ଏକ ପ୍ରେମିକ ଏବଂ ପ୍ରେମିକାର ରୂପ ନେଇଛି। ମହିଳା ଜଣକ କହିଛନ୍ତି ଯେ ସେ ସିମ୍ପାଞ୍ଜିକୁ ଯେତିକି ଭଳପ ପାଆନ୍ତି ସିମ୍ପାଞ୍ଜି ମଧ୍ୟ ତାଙ୍କୁ ସେତିକି ଭଲ ପାଏ।

ପ୍ରାଣୀ ଉଦ୍ୟାନର କର୍ମଚାରୀମାନେ କହିଛନ୍ତି ଯେ ଯେତେବେଳେ ଗୋଟେ ସିମ୍ପାଞ୍ଜି ଜଣେ ମଣିଷର ଅଧିକ ନିକଟତର ହୋଇଯାଏ, ସେତେବେଳ ତାର ସାଥୀ ସିମ୍ପାଞ୍ଜିମାନେ ତାକୁ ନିଜଠାରୁ ଦୂରେଇ ଦିଅନ୍ତି । ଯାହାଦ୍ଵାରା ସେମାନେ ସମସ୍ତେ ଅଲଗା ଅଲଗା ହୋଇଯାଆନ୍ତି। ବର୍ତ୍ତମାନ ପ୍ରାଣୀ ଉଦ୍ୟାନ ପରିଚାଳନା ମାନେ ଚିତା ସିମ୍ପାଞ୍ଜିକୁ ଅନ୍ୟ ସିମ୍ପାଞ୍ଜି ସହିତ ମିଳିମିଶି ରଖିବା ପାଇଁ ଚେଷ୍ଟା କରୁଛନ୍ତି ।ଯାହାଦ୍ଵାରା ସେ ତାଙ୍କ ପ୍ରିୟ ମହିଳାଙ୍କୁ ଭୁଲି ପାରିବ ଏବଂ ଆଗପରି ଅନ୍ୟ ସିମ୍ପାଞ୍ଜିମାନଙ୍କ ସହ ମିଶି ଖୁସିରେ ରହିପାରିବ।

Leave a Reply

Your email address will not be published. Required fields are marked *