ବଦଳି ଗଲେ ନିଶା ମହାରଣା , ଆଉ କରିବି ନାହିଁ ଅ-ଶ୍ଳୀ-ଳ ଭିଡିଓ …..

ସାରା ଓଡ଼ିଶାର ଘରେ ଘରେ ପରିଚିତ ଯାତ୍ରା ଅଭିନେତ୍ରୀ ନିଶା ମହାରଣା , ଯିଏକି ନିଜକୁ ଓଡ଼ିଶାର ସନି ଲିଓନି ବୋଲି କହିଥାନ୍ତି । ସେ ସଦାବେଳେ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କ ନାଚ ଦେଖିବା ପାଇଁ ଯାତ୍ରା ପେଣ୍ଡାଲ ପାଖରେ ଦର୍ଶକ ମାନଙ୍କ ଭିଡ ଜମିଥାଏ ଆଉ କୁହାଯାଏ କେବଳ ତାଙ୍କୁ ଦେଖିବା ପାଇଁ ଅନେକ ଲୋକ ଟିକେଟ କାଟି ଆସିଥାନ୍ତି । ତାଙ୍କ ନାଚରେ ଆଉ ତାଙ୍କ ଅଙ୍ଗ ପ୍ରତ୍ୟଙ୍ଗ ଦେଖାଇ ସେ ଅନେକ ଲୋକଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଥାନ୍ତି , ତାଙ୍କ ରୁପ ଦେଖିବା ପାଇଁ ସମସ୍ତେ ପାଗଳ ।

ତେବେ ଏହାରି ମଧ୍ୟରେ ଅନେକ ଲୋକ ତାଙ୍କୁ ପସନ୍ଦ କରୁଥିବା ବେଳେ ଆହୁରି ଅନେକ ଲୋକ ତାଙ୍କୁ ନାପସନ୍ଦ କରିଥାନ୍ତି । କାହିଁକି ନା ତାଙ୍କ ଦେହ ଦେଖିବା ପାଇଁ ସମସ୍ତେ ପସନ୍ଦ କରନ୍ତି ନାହିଁ । ଜଣେ ଝିଅ ହୋଇ ସମାଜର ଅନ୍ୟ ଝିଅ ମାନଙ୍କ ଉପରେ ତାଙ୍କର ଖରାପ ପ୍ରଭାବ ପଡିଥାଏ ବୋଲି ସମସ୍ତେ କହିଥାନ୍ତି । 

ତେଣୁ ଏହାରି ମଧ୍ୟରେ କିଛି ଦିନ ଆଗରୁ ତାଙ୍କୁ ନେଇ ବିବାଦ ଦେଖା ଯାଇଥିଲା। କାହିଁକି ନା ନିଶା ମହାରଣା ନିଜର ବିବାଦୀୟ ମନ୍ତବ୍ୟ ସର୍ବ ସାଧାରଣ ଆଗରେ ରଖି ଦେଇଥିଲେ ଆଉ ଏହା ପରେ ଆରମ୍ଭ ହୋଇଥିଲା ମହାଭାରତ । 

ତେବେ ବର୍ତ୍ତମାନ ସମୟରେ ସବୁକିଛି ଥମିଯିବା ଭଳି ଲାଗୁଛି । କାହିଁକି ନା ଏମିତି କିଛି ଘଟଣା ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି , ଯାହାକୁ ନେଇ ସମସ୍ତେ ଆଲୋଚନା କରିବାରେ ଲାଗିଛନ୍ତି । ହଠାତ୍ ଏପରି କଣ ହୋଇଗଲା ଯେ , ନିଶା ମହାରଣା ବଦଳି ଗଲେ ଲୋକେ ତା ବିଷୟରେ ଚର୍ଚ୍ଚା କରିବାରେ ଲାଗିଛନ୍ତି ।

 

କାହିଁକି ନା ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି , ଯେଉଁଥିରେ ନିଶା ମହାରଣା ନିଜ ମନ୍ତବ୍ୟ ରଖିଛନ୍ତି ଆଉ ଲୋକଙ୍କ ଆଗରେ କ୍ଷମା ମାଗିଛନ୍ତି । ତାଙ୍କ କହିବା ଅନୁଯାୟୀ , ସେ ଆଉ କେବେ ବି ଯାତ୍ରା ପେଣ୍ଡାଲରେ ଅଶ୍ଳୀଳ ନାଚ ପ୍ରଦର୍ଶନ କରିବେ ନାହିଁ କି , ଲୋକଙ୍କ ଆଗରେ ସେ ଅଧା ନଙ୍ଗଳା ହେବେ ନାହିଁ । 

ଏହା ବ୍ୟତୀତ ସେ ସମସ୍ତଙ୍କୁ କ୍ଷମା ମଧ୍ୟ ମାଗିଛନ୍ତି । ଓଡ଼ିଶାର ଯେତେ ବଡ ବଡ ଯାତ୍ରା କଳାକାର ଅଛନ୍ତି , ତାଙ୍କ ଆଗରେ ସେ ହାତ ଯୋଡ଼ି ନିବେଦନ କରିଛନ୍ତି ଆଉ ତାଙ୍କର ସବୁ ଭୁଲ ହୋଇ ଯାଇଛି ବୋଲି ସେ ସ୍ୱୀକାର କରିଛନ୍ତି । 

ତେବେ ହଠାତ୍ ନିଶା ଏପରି କାହିଁକି କଲେ ଆଉ କଣ ସେ କାହାକୁ ଭୟ କରି ଏପରି କରୁଛନ୍ତି ବୋଲି ଆଲୋଚନା ହେବାରେ ଲାଗିଛି । ତେବେ ଦେଖାଯାଉ , ଆଗକୁ ନିଶା ତାଙ୍କ କଥା କେତେ ଦୂର ରଖୁଛନ୍ତି ଆଉ ତାଙ୍କ କଥା କେତେ ଦୂର ସତ ହେଉଛି କି ନାହିଁ ଦେଖିବାକୁ ବାକି ରହିଲା । ନିଶା ବଦଳି ଯିବେ ନା ଆଉ ଥରେ ସେ ପୂର୍ବ ରୂପକୁ ଫେରି ଆସିବେ ତାହା ତ ଆଗାମୀ ସମୟ କହିବ ।

Leave a Reply

Your email address will not be published. Required fields are marked *