ବିବାହ ପରେ ମହିଳା ମାନଙ୍କ ପାଇଁ ସବୁଠାରୁ ଖୁସିର ସମୟ ତାହା ହୋଇଥାଏ ଯେତେବେଳେ ସେମାନେ ମା ହୋଇଥାନ୍ତି । ଜଣେ ମହିଳା ମା ହେଲେ ତାହା ଦୁନିଆର ସବୁଠାରୁ ସୁନ୍ଦର ଅନୁଭବ ହୋଇଥାଏ । କିନ୍ତୁ ପ୍ରାୟ କିଛି ମହିଳା ମା ହେବାରୁ ବଞ୍ଚିତ ହୋଇଥାନ୍ତି । ସେଥିପାଇଁ ଅନେକ ସମସ୍ୟା ଦାୟୀ ହୋଇଥାଏ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ମହିଳା ମାନେ ଗର୍ଭବତୀ ନହେବା କିମ୍ବା ଗର୍ଭପାତ ହେବାର କିଛି କାରଣ ବିଷୟରେ କହିବୁ ଏବଂ ତାହାର ପ୍ରତିକାର ସମ୍ବନ୍ଧରେ ମଧ୍ୟ କହିବୁ ।
ସାଧରଣତଃ ଆଜିକାଲିକା ମହିଳା ମାନେ ବିବାହର ଅନେକ ବର୍ଷ ପରେ ଗର୍ଭଧାରଣ କରିବାକୁ ନିଷ୍ପତ୍ତି ନିଅନ୍ତି । କିନ୍ତୁ ବାସ୍ତବରେ ଏହା ଭୁଲ ଅଟେ । କାରଣ ଏକ ନିର୍ଦିଷ୍ଟ ସମୟ ବ୍ୟବଧାନରେ ମହିଳା ମାନଙ୍କର ପ୍ରଜନନ କ୍ଷମତା ଠିକ ଥାଏ । ବୟସ ବଢ଼ିଲେ ଗର୍ଭଧାରଣ ରେ ସମସ୍ୟା ଦେଖା ଦେଇଥାଏ । ତେଣୁ ଠିକ ସମୟରେ ଗର୍ଭଧାରଣ କରିଲେ ଏସବୁ ସମସ୍ୟା ଦେଖା ଦେଇ ନଥାଏ ।
୧ . ସାଧରଣତଃ ମହିଳା ମାନଙ୍କ ଗର୍ଭଧାରଣ ମାସିକ ୠତୁସ୍ରାବ ଉପରେ ନିର୍ଭରଶୀଳ । ଯେଉଁ ମହିଳା ମାନଙ୍କ ମାସିକ ୠତୁସ୍ରାବ ରେ ସମସ୍ୟା ହୋଇଥାଏ କିମ୍ବା ଅନିୟମିତ ୠତୁସ୍ରାବ ହୋଇଥାଏ ସେହି ମହିଳା ମାନଙ୍କ ଗର୍ଭଧାରଣ ରେ ସମସ୍ୟା ଦେଖା ଦେଇଥାଏ ।
୨ . ଯେଉଁ ମହିଳା ମାନଙ୍କ ଠାରେ କିଛି ସ୍ୱାସ୍ଥ୍ୟ ସମସ୍ୟା ଯଥା ମଟାପଣ , ମଧୁମେହ ରହିଥାଏ ସେମାନଙ୍କ ଗର୍ଭଧାରଣ ରେ ସମସ୍ୟା ଉପୁଜି ଥାଏ । ତେଣୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଉପଯୁକ୍ତ ଖାଦ୍ୟ ସେବନ କରନ୍ତୁ ।
୩ . ପୁଣି ମହିଳାଙ୍କ ଗର୍ଭଧାରଣ କରି ନପାରିବା ପଛରେ କିଛି ମାତ୍ରାରେ ପୁରୁଷ ମାନେ ଦାୟୀ ହୋଇଥାନ୍ତି । ସାଧରଣତଃ ଯେଉଁ ପୁରୁଷ ମାନେ ମଦ୍ୟ ପାନ କିମ୍ବା ଅନ୍ୟାନ୍ୟ ନିଶା ଦ୍ରବ୍ୟର ସେବନ କରନ୍ତି ସେମାନଙ୍କର ସ୍ପର୍ମ କ୍ଷମତା କମି ଯାଇଥାଏ ଯାହାକି ମହିଳାଙ୍କ ଗର୍ଭଧାରଣ କରି ନପାରିବାର ଏକ ପ୍ରମୁଖ କାରଣ ହୋଇଥାଏ । ପୁଣି ଯେଉଁ ପୁରୁଷ ମାନଙ୍କ ଠାରେ ମଧୁମେହ , ଶ୍ୱାସ , ମୋଟାପଣ , ଉଚ୍ଚ ରକ୍ତଚାପ ସମସ୍ୟା ଥାଏ ତାହା ମଧ୍ୟ ମହିଳାଙ୍କ ଗର୍ଭବତୀ ହେବା କ୍ଷେତ୍ରରେ ବାଧା ଦେଇଥାଏ ।
୩ . ପୁଣି ଆଉ ଏକ ସମସ୍ୟା ଏହା ଯେ କିଛି ଲୋକ ଶାରୀରିକ ସମ୍ପର୍କର ଠିକ ସମୟ ଜାଣି ନଥାନ୍ତି । ବାସ୍ତବରେ ମହିଳାଙ୍କ ମାସିକ ୠତୁସ୍ରାବ ର ୭ ରୁ ୧୬ ଦିନ ମଧ୍ୟରେ ସମ୍ପର୍କ ରଖିଲେ ଗର୍ଭବତୀ ହେବାର ସମ୍ଭାବନା ଅଧିକ ଥାଏ । ତେଣୁ ଏହି ସମୟରେ ଦମ୍ପତ୍ତି ଶାରୀରିକ ସମ୍ବନ୍ଧ ସ୍ଥାପନ କରିବା ଉଚିତ ।
ଏହା ବ୍ୟତୀତ ମହିଳା ଜଣକ ମାନଙ୍କୁ ନିଜର ଉଚିତ ଖାଦ୍ୟପେୟ ପ୍ରତି ଯଥେଷ୍ଟ ଧ୍ୟାନ ଦେବା ସହିତ ନିୟମିତ ବ୍ୟାୟାମ ମଧ୍ୟ କରିବା ଆବଶ୍ୟକ । ପୁଣି ଶାରୀରିକ ସମ୍ବନ୍ଧ ସ୍ଥାପନ କରିବାର ଉଚିତ ସମୟ ମଧ୍ୟ ଜାଣି ରଖିବା ଉଚିତ ।