କୋକେଇ ଉପରେ ଶୋଇଥିଲା ଶବ , ମୁହଁରେ ରଖିଦେଲା ସିଗାରେଟ୍ , ତା’ପରେ ଜମ ଉପରୁ ଫେରି ଆସିଲେ….

ସୋସିଆଲ ମିଡିଆ ଏପରି ଏକ ପ୍ଲାଟଫର୍ମ ଅଟେ ଯେଉଁଠି ସବୁବେଳେ ଭିନ୍ନ ଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ । ବେଳେବେଳେ ଏମିତି କିଛି ଭିଡ଼ିଓ ଭାଇରାଲ ହୋଇଥାଏ ଯାହା ସମସ୍ତଙ୍କ ହୋସ ଉଡ଼ାଇ ଦିଏ । ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ଅନ୍ତିମ ସଂସ୍କାରର ଭିଡ଼ିଓ ବେଶ ଭାଇରଲ ହେବାରେ ଲାଗିଛି । ଏହି ଆଶ୍ଚର୍ଯ୍ୟ ଜନକ ଅନ୍ତିମ ସଂସ୍କାରରେ ଜଣେ ବ୍ୟକ୍ତି କୋକେଇ ଉପରେ ପଡ଼ିଥିବା ଶବ ମୁହଁରେ ଏକ ସିଗାରେଟ୍ ରଖିଦିଏ । ଏହା ପରେ ଯାହା ହୋଇଛି ତାହା ବାସ୍ତବରେ କଳ୍ପନା ବାହାରେ ।

ଶବ ମୁହଁକୁ ସିଗାରେଟ୍ ଯିବା ମାତ୍ରେ ହେଲା ଚମତ୍କାର ।

ଅନ୍ତିମ ସଂସ୍କାର ସହିତ ଜଡିତ ଏହି ଭିଡିଓରେ , ଏହା ଦେଖିବାକୁ ମିଳିଛି ଯେ କଁଏହାରି କ୍ରିୟା କର୍ମ ପାଇଁ ପ୍ରସ୍ତୁତି ଚାଲିଛି । ଜଣେ ବ୍ୟକ୍ତି କୋକେଇ ଉପରେ ପଡ଼ିଛି । ତାର ଆଖି ବନ୍ଦ ଅଛି । ନାକରେ କପା ତୁଳା ଲଗା ଯାଇଛି । ଶରୀରରେ ଏକ କପଡ଼ା ଏବଂ ଫୁଲ ମଧ୍ୟ ଅଛି । ଏମିତି ଲାଗୁଛି ଯେମିତି ଶବଦାହ ନିମନ୍ତେ ପ୍ରସ୍ତୁତି ହେଉଛି । କିନ୍ତୁ ତା’ପରେ ପରେ ଜଣେ ବ୍ୟକ୍ତି ସେଠାକୁ ଆସି କୋକେଇ ଉପରେ ପଡ଼ିଥିବା ଶବ ମୁହଁରେ ସିଗାରେଟ୍ ରଖିଦେଉଛି ଆଉ ଏକ ଚମତ୍କାର ଘଟଣା ଘଟୁଛି । ଯାହାକୁ କେହିବି ଆଶା ସୁଦ୍ଧା କରିନଥିଲେ ।

ସିଗାରେଟ୍ ପାଟିରେ ଆସିବା ମାତ୍ରେ ହଠାତ ଶବ ଜୀବନ୍ତ ହୋଇଯାଉଛି । ଯିଏକି ସିଗାରେଟ୍ ଧୂଆଁକୁ ବାୟୁରେ ଛାଡ଼ୁଛି । ଏହି ଭିଡିଓ ଦେଖିବା ପରେ ଏପରି ଲାଗୁଛି ଯେମିତି ଏହା କୌଣସି ଫିଲ୍ମ ଶୁଟିଂର ଅଂଶ କିମ୍ବା କେହି କେବଳ ଏହି ମଜା ପାଇଁ ଏହି ଭିଡିଓ ଶୁଟ କରିଛି । ତେବେ ଯାହାବି ହେଉ , ଆଜିକାଲି ଲୋକମାନେ ରିଲ୍ ତିଆରି କରିବା ପାଇଁ ସମସ୍ତ ସୀମା ଅତିକ୍ରମ କରୁଛନ୍ତି । ଆଉ ଲୋକେ ରିଲ ପାଇଁ କିଛିବି କରି ପାରନ୍ତି । ଏଠାରେ ମଧ୍ୟ ସମାନ କିଛି ଘଟଣା ଘଟୁଥିବା ଦେଖା ଯାଇଛି । ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଏହି ଦୃଶ୍ୟ ଦେଖି ମଜା ନେଲେ ଦର୍ଶକ ।

ଏହି ମଜାଳିଆ ଭିଡିଓ ଇନଷ୍ଟାଗ୍ରାମରେ ashiq.billota ନାମକ ଏକ ପେଜରେ ସେୟାର କରାଯାଇଛି । ଲୋକମାନଙ୍କ ଦ୍ଵାରା ଏହି ଭିଡିଓକୁ ଅତ୍ୟନ୍ତ ପସନ୍ଦ କରାଯାଉଛି । ଲୋକମାନେ ଏହା ଦେଖି ନିଜ ହସକୁ ମଧ୍ୟ ଅଟକାଇ ପାରି ନାହାଁନ୍ତି । ଜଣେ ବ୍ୟକ୍ତି ପ୍ରତିକ୍ରିୟା ଦେଇଛନ୍ତି ଯେ , “ମୁଁ ସିଗାରେଟ ଯୋଗୁଁ ମରିଯାଉଥିବା ଲୋକଙ୍କୁ ଦେଖିଥିଲି । ପ୍ରଥମ ଥର ପାଇଁ ମରଣ ମୁହଁରୁ ଫେରି ଆସୁଥିବା ଲୋକକୁ ଦେଖୁଛି । ଅନ୍ୟ ଜଣେ ବ୍ୟକ୍ତି ଲେଖିଛନ୍ତି ଯେ , “ସିଗାରେଟର ନିଶା ହିଁ ଏମିତି ।

ଯାହାକୁ ଲୋକେ ମୃତ୍ୟୁ ପରେ ବି ଛାଡନ୍ତି ନାହିଁ । ଅନ୍ୟ ଜଣେ ବ୍ୟକ୍ତିତ ଏହା କହିଛନ୍ତି ଯେ , ଲାଗୁଛି ଯେମିତି ବ୍ୟକ୍ତି ଜଣକ ଯମରାଜଙ୍କ ଠାରୁ ସେଗରେଟ ଟାଣିବାର ୫ ମିନିଟ ବ୍ରେକ ନେଇଛନ୍ତି । କିନ୍ତୁ କିଛି ଲୋକ ଏହି ଭିଡିଓକୁ ନିନ୍ଦା କରିଛନ୍ତି । ଅନ୍ତିମ ସଂସ୍କାର ଏକ ସମ୍ବେଦନଶୀଳ ବିଷୟ ବୋଲି ସେ କହିଛନ୍ତି । ଏହାକୁ ଏପରି ପରିହାସ କରିବା ଉଚିତ୍ ନୁହେଁ ବୋଲି ମତ ରଖିଛନ୍ତି ।

Leave a Reply

Your email address will not be published. Required fields are marked *