ବାସ୍ତୁ ଶାସ୍ତ୍ର ଅନୁଯାୟୀ ଅନ୍ୟର ୫ଟି ଗୁରୁତ୍ୱପୂର୍ଣ୍ଣ କାମ ଯାହା ନିଜ ଘରେ କଲେ ଆସିଥାଏ ଗରିବି।

ଅନ୍ୟର ୫ଟି କାମ ଯାହା ନିଜ ଘରେ କରିବା ଦ୍ଵାରା ଆସିଥାଏ ଗରିବୀ। ଏହା ନକାରାତ୍ମକ ଶକ୍ତି ଦେଇଥାଏ କି ନାହିଁ ଅବା ଆଜି ଆମେ ଜାଣିବା ଆମେ କଣ କଲେ ନକାରାତ୍ମକତାକୁ ଦୂର କରିପାରିବା। ସବୁ ଜାଗାରେ ସକାରାତ୍ମକ ଏବଂ ନକାରାତ୍ମକର ବାସ ହୋଇଥାଏ। ଯେଉଁଠି ସକାରାତ୍ମକ ଭାବନା ବ୍ୟକ୍ତିର ଜୀବନରେ ଖୁସି ଓ ସୁଖ ସମୃଦ୍ଧି ରଖିଥିବା ବେଳେ ଅନ୍ୟ ପଟରେ ନକାରାତ୍ମକ ଭାବନା ଦୁଃଖ ଏବଂ ଗରିବୀ ଆଣି ଥାଏ।

ନକାରାତ୍ମକତା ଘରେ କଳହ, ବିଦ୍ୱେଷ ଏବଂ ମନ ମାଳିନ ହୋଇଥାଏ। ଘରେ ଖରାପ ଶକ୍ତିର ବାସ ହେବା ସହ ଘରୁ ସମସ୍ତ ଖୁସି ଚାଲିଯାଏ। ଯେଉଁ କାର୍ଯ୍ୟରେ ମନ ଦେବ ସେହି କାର୍ଯ୍ୟ ଅଟକି ଯାଇ ଥାଏ ଓ ଘର ଲୋକ ବିମାରୀର ଶିକାର ହୋଇଥାନ୍ତି। ପୂଜା ପାଠରେ ମନ ଲାଗେ ନାହିଁ ଓ ଘରେ ପ୍ରବେଶ କଲେ ନିଜର ମନ ଖରାପ ହୋଇଥାଏ। ଏହା ସବୁ ନକରାତ୍ମକ ଉର୍ଜାର ଏକ ଉଦାହରଣ।

କେବେକେବେ ଘରେ ଖରାପ ଶକ୍ତି ପ୍ରଭାବରୁ ନକାରାତ୍ମକ ଉର୍ଜା ଥାଏ। ଯେଉଁ ଲାଗି ଏହି ୫ଟି କାର୍ଯ୍ୟ ଯାହା ଅନ୍ୟ ଘରର ଓ ନିଜ ଘରେ ଏହି କାର୍ଯ୍ୟ କରିବା ଦ୍ୱାରା ଘରକୁ ଗରିବୀ ଆସିଥାଏ। ଏହା ହେଇଥାଏ ବର୍ବାଦୀର କାରଣ।

୧. ଅନ୍ୟ ଲୋକର ନଖ ନିଜ ଘରେ କାଟିବା ଅନୁଚିତ୍ ସେ ଯେ କୌଣସି ପରିସ୍ଥିତି ଆସୁନା କାହିଁକି। ଏପରି କୁହାଯାଏ କି ନଖରେ ଅନ୍ୟ ଲୋକର ବିମାରି ରହିଥାଏ। ଅନ୍ୟର ନଖର ଗଠନ ଅନୁଯାୟୀ ବ୍ୟକ୍ତିର ସ୍ଵଭାବ ଜଣା ଯାଏ। ଏହାଦ୍ବାରା ବିମାରି ନିଜ ଘରେ ବାସ କରେ ଏବଂ ଵିମାରୀ ଘର ଛାଡ଼ି ଯାଇ ନଥାଏ।

୨. ଯଦି ଅନ୍ୟ ଲୋକକୁ ନଜର ଦୋଷ ଲାଗିଥାଏ ତେବେ ଆପଣଙ୍କ ଘରେ ଏହି ଦୋଷ ଝାଡ଼ିବା ଅନୁଚିତ୍। କାରଣ ଯେଉଁ ନଜର ଦୋଷ ହଟା ଯାଏ। ସେହି ନକାରାତ୍ମକ ଶକ୍ତି ଆପଣଙ୍କ ଘରେ ପ୍ରବେଶ କରିଥାଏ। ଏହା ଦ୍ଵାରା ଆପଣଙ୍କ ଉପରେ ଜୀବନ ଯାକ ଖରାପ ପ୍ରଭାବ ପଡ଼ି ଥାଏ।

୩. ଅନ୍ୟ ବ୍ୟକ୍ତିର ଜୋତା ବା ଚପଲ ରହି ଯାଇଥିଲେ ତାକୁ ଫେରେଇ ଦିଅନ୍ତୁ ଅବା ତାକୁ ଫିଙ୍ଗି ଦିଅନ୍ତୁ। ଅନ୍ୟ ଲୋକର ଚପଲ ଘରକୁ ଆସିଲେ ଘରେ ଖରାପ ଅବସ୍ଥା ଆସିଥାଏ। ଘରେ ଅସମ୍ଭାଳ ପରିସ୍ଥିତି ହୋଇଥାଏ।

୪. ଘର ଆଗରେ ଲାଗିଥିବା କଳି,ଝଗଡ଼ାକୁ ଯେତେ ଜଲ୍ଦୀ ପାରୁଛନ୍ତି ଶାନ୍ତ କରି ଦିଅନ୍ତୁ ଅବା ଶାନ୍ତ କରି ଦିଅନ୍ତୁ। ଯଦି ଲଢେଇ ଅଧିକ ବଢେ ତେବେ ଆପଣଙ୍କୁ ସମାଜରେ ଲଜ୍ଜିତ ହେବାକୁ ପଡିବ। ଏହା ସହ କୋର୍ଟ କଚେରୀ ଚକ୍କର ବି ଲାଗିବାକୁ ପଡିପାରେ।

୫. ସବୁବେଳେ ଧ୍ୟାନ ରଖିବେ କି ବାହାର ଲୋକକୁ କେବେ ବି ପତି ପତ୍ନୀଙ୍କ ଗୃହ ଭିତରକୁ ପ୍ରବେଶ କରିବାକୁ ଦେବେ ନାହିଁ। ଅନ୍ୟଥା ଦୁଇ ଜଣଙ୍କ ସମ୍ପର୍କ ଖରାପ ହୋଇଥାଏ ଓ ଦୂରତା ବଢ଼ିଥାଏ। ପତି ପତ୍ନୀଙ୍କ ଗୃହ ବହୁତ୍ ଶୁଦ୍ଧ ହୋଇଥାଏ। ତେଣୁ ଏଥିରେ ଯଦି କେହି ବାହାର ବ୍ୟକ୍ତି ଏହାକୁ ଅସୁଦ୍ଧ କରେ ତେବେ ଏହାକୁ ଅଶୁଭ ମାନା ଯାଇଥାଏ। ତେଣୁ ସାବଧାନ ରୁହନ୍ତୁ।

ବାସ୍ତୁ ଅନୁଯାୟୀ କିଛି ଏପରି କାର୍ଯ୍ୟ କଲେ ନକାରାତ୍ମକତା ଦୁରି ଭୂତ ହୋଇ ସକାରାତ୍ମକତା ଘରେ ବାସ କରିଥାଏ।

୧. ଘର ଯଦି ଅପରିଷ୍କାର ଅବା ଆବର୍ଜନା ମୟ ଥାଏ ତେବେ ଘରକୁ ନକାରାତ୍ମକ ଉର୍ଜା ଆସିଥାଏ। ତେଣୁ ସବୁବେଳେ ଘର ସକାଳୁ ପାଣି ବଲ୍ଟିରେ ଲୁଣ ପକେଇ ପୋଛା ଲଗେଇ ସଫା କରିନେବା ଉଚିତ୍। ଏହା ସହ ସବୁ ଜିନିଷ ଠିକ୍ ଭାବରେ ସଜେଇ ରଖିବା ଉଚିତ୍।

୨. ଘରର ପୋଛା ଲଗେଇ ସାରି ସ୍ନାନ କରନ୍ତୁ ଓ ଘରେ ସୁଗନ୍ଧିତ ଧୂପ ଲଗାନ୍ତୁ। ଘରେ ଯଦି ଚନ୍ଦନ ଧୂପ ଲଗାଉଛନ୍ତି ତେବେ ଘରର ସବୁ କୋଣରେ ବୁଲେଇବା ଉଚିତ୍।

୩. ଘରେ ଗଙ୍ଗା ଜଳର ସିଞ୍ଚନ କରିବା ଉଚିତ୍ ଓ ଏହା ଦ୍ଵାରା ଘରେ ନକାରାତ୍ମକତା ଦୂର ହୋଇଥାଏ। ସକାରାତ୍ମକ ଉର୍ଜା ସଂଚାର ହୋଇଥାଏ। ଯଦି ସକାଳୁ ଆପଣ ଉଠି ଯାଉଛନ୍ତି ତେବେ ଘରର ଝରକା ଖୋଲି ନେବା ଉଚିତ୍। ଯଦି ପୂର୍ବ ଦିଗକୁ ଝରକା ରହୁଛି ତେବେ ଖୋଲି ସୂର୍ଯ୍ୟଙ୍କ କିରଣ ସହିତ ଶୁଦ୍ଧ ବା ତାଜା ପବନ ଘରକୁ ଆସିବାକୁ ଦିଅନ୍ତୁ। ଏହା ଦ୍ଵାରା ନକାରାତ୍ମକ ଉର୍ଜା ବାହାରକୁ ଚାଲିଯାଏ। ଘରେ ସବୁବେଳେ ସକାଳ ସନ୍ଧ୍ୟା ଧୂପ ଦୀପ ଲଗେଇବା ଉଚିତ୍।

ଏଥିପାଇଁ ବହୁତ୍ ଦୀପ ଏବଂ ଧୂପ ଦେବା ଦରକାର୍ ନାହିଁ ବରଂ ଗୋଟିଏ ଦୀପ ଅବା ଧୂପ ଦେଇ ନିଜର ଇସ୍ତଙ୍କୁ ସ୍ମରଣ କରି ପୂଜା କରନ୍ତୁ ଓ ସେହି ଧୂପକୁ ପୁରା ଘରେ ବୁଲାନ୍ତୁ। ଏହାଦ୍ବାରା ଘରେ ନକାରାତ୍ମକ ଉର୍ଜା ଦୂରେଇ ଯାଇଥାଏ। ପାଣିରେ ବି ସକାରାତ୍ମକ ଉର୍ଜା ଥାଏ। ତେଣୁ ଗୋଟିଏ ପାତ୍ରରେ ପାଣି ଭରି ତାକୁ ସୂର୍ଯ୍ୟ କିରଣରେ କିଛି ସମୟ ରଖିବାକୁ ଦିଅନ୍ତୁ। ଏହାପରେ ଆପଣଙ୍କ ଇଷ୍ଟ ଦେବଙ୍କୁ ସ୍ମରଣ କରି ଅଶୋକ ପତ୍ର ବା ଆମ୍ବ ପତ୍ରରେ ଘର ଚାରି ପଟ କୋଣରେ ଛିଞ୍ଚି ଦିଅନ୍ତୁ। ସେଥିରେ ଗଙ୍ଗା ଜଳ ପକେଇନେଲେ ଏହା ମଧ୍ୟ ଅତି ଉତ୍ତମ ହେବ।

ପ୍ରତିଦିନ ଘରେ ସକାଳ ଓ ସନ୍ଧ୍ୟାରେ କର୍ପୁର ଜଲାନ୍ତୁ। ଏହା ଦ୍ଵାରା ଘରେ ସୁଖ ଓ ଶାନ୍ତିର ବାସ ହୋଇଥାଏ। ପ୍ରତିଦିନ ଭଗବାନଙ୍କ ମନ୍ଦିରରେ ଗୋଟିଏ ଦୀପ ନିଶ୍ଚିତ ଲଗାନ୍ତୁ। ଏହାଦ୍ବାରା ଆପଣଙ୍କ ଜୀଵନରେ ସକାରାତ୍ମକ ଉର୍ଜା ଆସିବା ସହିତ ରାହୁ ଓ କେତୁ ଗ୍ରହକୁ ଶାନ୍ତ ରଖିଥାଏ। ଏହାଦ୍ବାରା ଜୀବନରେ ଯାହା ଉଚ୍ଚ ନୀଚ ଘଟୁଛି ତାହା ଶାନ୍ତ ହୋଇଯାଏ।

ଯଦି ପ୍ରତିଦିନ ଦିନରେ ଘରେ ଦୀପ ଜାଳୁଛନ୍ତି ତେବେ ଏହାକୁ ସନ୍ଧ୍ୟା ଭିତରେ ବନ୍ଦ କରିଦିଅନ୍ତୁ। ନଚେତ୍ ଏହା ଦ୍ଵାରା ନକାରାତ୍ମକ ଭାବନା ଜାତ ହୋଇଥାଏ। ଘରେ କଚଡା ଗୋଟେ ଜାଗାରେ ହବାକୁ ଦିଅନ୍ତୁ ନାହିଁ। ଜଙ୍କ ଲାଗିଥିବା ଉପକରଣକୁ ଦୂରେଇ ଦିଅନ୍ତୁ। ଷ୍ଟୋର ରୁମ୍ କୁ ସବୁବେଳେ ସଫା ରଖନ୍ତୁ। ଶଙ୍ଖ ଧ୍ୱନି ମଧ୍ୟ ନକରାତ୍ମକ ଉର୍ଜାକୁ ହଟେଇ ଦେଇଥାଏ। ଏଥିରେ ପାଣି ନେଇ ଘର ଯାକ ଛିଞ୍ଚିବା ଉଚିତ୍ ଓ ଏହାକୁ ମନ୍ଦିରରେ ହିଁ ରଖନ୍ତୁ କାରଣ ଏହା ମାତା ଲକ୍ଷ୍ମୀଙ୍କ ପ୍ରତୀକ ଅଟେ।

ଦିନରେ ୨୦ମିନିଟ୍ ପାଇଁ ବାହାର ଝରକା ଖୋଲିବା ଉଚିତ୍। ଯାହାଦ୍ବାରା ନକାରାତ୍ମକ ଉର୍ଜା ବାହାରି ଯାଇଥାଏ। ଘରର ସଦସ୍ୟଙ୍କୁ ଡେରି ରାତି ପର୍ଯ୍ୟନ୍ତ ଜଗି ରହିବା ଅନୁଚିତ୍। ଖାସ୍ କରି ମହିଳା ମାନଙ୍କୁ ଏହି ସବୁ ଉପରେ ଧ୍ୟାନ ରଖିବା ଉଚିତ୍। ଏହା ଥିଲା କିଛି ଉପାୟ ଯାହାର ପ୍ରୟୋଗ ଆମକୁ ଆମ ଜୀବନରେ ଖୁସି ବା ସୁଖ ସମୃଦ୍ଧି ଆଣିଦେବ।

Leave a Reply

Your email address will not be published. Required fields are marked *